୫ ବର୍ଷ ମଧ୍ୟରେ ଘରଡିହ ନଥିବା ବ୍ୟକ୍ତି ଶୂନ୍ୟ ରାଜ୍ୟ ହେବ ଓଡ଼ିଶା : ସୁରେଶ ପୂଜାରୀ

Published By : Prameya-News7 Bureau | December 06, 2024 IST

ଭୁବନେଶ୍ବର ୬।୧୨: ୨୦୨୯ ସୁଦ୍ଧା ରାଜ୍ୟରେ କୌଣସି ବ୍ୟକ୍ତି ଭୂମିହୀନ ରହିବେନି । ସମସ୍ତ ଭୂମିହୀନଙ୍କୁ ପଟ୍ଟା ଯୋଗାଇ ଦେବେ ରାଜ୍ୟ ସରକାର । ପ୍ରାଥମିକତା ଭାବରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ଘର ଡିହ ପଟ୍ଟା ପ୍ରଦାନ କରାଯିବ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ସରକାରୀ ତଥ୍ୟକୁ ଆଧାର କରି ଖୁବ୍‌ଶୀଘ୍ର ଭୂମିହୀନ ଦିବ୍ୟାଙ୍ଗଙ୍କୁ ଜମି ପଟ୍ଟା ଦିଆଯିବ । ଏହାସହ ପ୍ରଧାନମନ୍ତ୍ରୀ ଆବାସରେ ଘର ସହ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ । ୫ ବର୍ଷ ମଧ୍ୟରେ  ଘରଡିହ ନଥିବା ବ୍ୟକ୍ତି ଶୂନ୍ୟ ରାଜ୍ୟ ହେବ ଓଡ଼ିଶା । ରମାଦେବୀ  ମହିଳା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

You Can Read:

ଟ୍ରେନ୍‌ରେ କରୁଥିଲେ ଗଞ୍ଜେଇ ଚାଲାଣ, ଦୁଇ ଛାତ୍ରଙ୍କୁ ଗିରଫ କଲା ପୋଲିସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.