ଭୁବନେଶ୍ବର ୨।୨: ରାଜଧାନୀରୁ ଗିରଫ ହାଇପ୍ରୋଫାଇଲ ଠକ ହଂସିତା ଅଭିଲିପ୍ସା ଓ ଅନିଲକୁ ଜେରା କରିବ ଆୟକର ବିଭାଗ । ସୋମବାର ଝାରପଡ଼ା ଜେଲ୍ରେ ଉଭୟଙ୍କୁ ଜେରା କରିବ ଆୟକର ବିଭାଗ । ଏନେଇ ତଦନ୍ତକାରୀ ଟିମ୍କୁ ୬ଘଣ୍ଟା ପଚରାଉଚରା ପାଇଁ ମିଳିଲା ଅନୁମତି । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଆୟକର ବିଭାଗର ଟିମ୍ ପର୍ଯ୍ୟାୟ କ୍ରମେ ଏହି ଠକ ଯୋଡ଼ିଙ୍କୁ ଜେରା କରିବେ ।
ଏନେଇ କୋର୍ଟରୁ ଅନୁମତି ମିଳିବା ପରେ ଆୟକର ବିଭାଗର ଅଧିକାରୀମାନେ ସ୍ୱତନ୍ତ୍ର ପ୍ରଶ୍ନ ପ୍ରସ୍ତୁତ କରିଛନ୍ତି । ପ୍ରଥମେ ଅଲଗା ଅଲଗା, ପରେ ସେମାନଙ୍କୁ ମୁହାଁମୁହିଁ ଜେରା କରାଯିବ ବୋଲି ସୂଚନା ମିଳିଛି । କଳାଧନ, ବେନାମୀ ସମ୍ପତ୍ତି, ସିଏସ୍ଆର୍ ଫଣ୍ଡ କେଳେଙ୍କାରୀ ଓ ହାଇପ୍ରୋଫାଇଲ ରାଜନେତାଙ୍କ ଲିଙ୍କ୍ ବାବଦରେ ଆୟକର ଅଧିକାରୀ ମାନେ ପଉରାଉଚରା କରିବେ । ଏଥି ନିମନ୍ତେ ଆୟକର ବିଭାଗ ପକ୍ଷରୁ ୧୦ରୁ ୧୨ଜଣିଆ ଟିମ୍ ପ୍ରସ୍ତୁତ କରାଯାଇଛି ।
You Can Read:
ବଦଳିଲା ବର୍ଣ୍ଣବୋଧ ପୁସ୍ତକର ରୂପରେଖ, ନୂଆ ରୂପରେ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ