ଭୁବନେଶ୍ବର ୨।୨: ବର୍ଣ୍ଣବୋଧର ନୂଆ ଶୋଭନ ସଂସ୍କରଣକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଓଡ଼ିଆ ବର୍ଣ୍ଣବୋଧର ଅବିକଳ ଶୋଭନ ସଂସ୍କରଣର ଶୁଭ ଉନ୍ମୋଚନ ହୋଇଛି । ଭକ୍ତ କବି ମଧୁସୂଦନ ରାଓଙ୍କ ପୂଣ୍ୟ ଜନ୍ମତିଥି ଅବସରରେ ତାଙ୍କ ରଚିତ ବର୍ଣ୍ଣବୋଧ ଅବିକଳ ଶୋଭନ ସଂସ୍କରଣ ଉନ୍ମୋଚନ କରିଛନ୍ତି । ଏହାସହ ଓଡ଼ିଆ ବର୍ଣ୍ଣବୋଧ ଡିଜିଟାଲ ସଂସ୍କରଣକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ ମାତୃଭୂମି, ମାତୃଭାଷା ସବୁଠୁ ବଡ ପରିଚୟ । ଏହାକୁ ଯିଏ ହତାଦର କରେ ସେ ମନୁଷ୍ୟ ପଦବାଚ୍ୟ ନୁହେଁ । ମା’ ମାତୃଭୂମି, ମାତୃଭାଷାକୁ ନେଇ ସମସ୍ତେ ଗର୍ବ କରିବା ଉଚିତ । ଓଡ଼ିଆ ଭାଷାର ସ୍ୱତନ୍ତ୍ରତା ଏକ ସମୟରେ ହଜିଯାଇଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ଓଡ଼ିଶାକୁ ଭାଗ ଭାଗ କରି ବିଭିନ୍ନ ପ୍ରଦେଶରେ (ପ୍ରେସିଡେନ୍ସି) ମିଶାଇ ଦିଆଯାଇଥିଲା । ଓଡ଼ିଆ ଭାଷା ଓ ହତଗୌରବ ଫେରାଇ ଆଣିବାକୁ ନେତୃତ୍ୱ ନେଇଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ ।
ଓଡ଼ିଆ ଅସ୍ମିତା କଥା ଆସିଲେ ମନ ଆନ୍ଦୋଳିତ ହେଉଛି । ସ୍ବାଧୀନତାର ଏତେ ଦିନ ପରେ ଆଜି ଓଡ଼ିଆ ଅସ୍ମିତା ସଙ୍କଟ କଥା କାହିଁକି ଆସିଲା । ନୂଆ ସରକାର ଆସିବା ପରେ ଓଡ଼ିଆ ଅସ୍ମିତାକୁ ଆଗକୁ ନେବାକୁ ପ୍ରୟାସ କରାଯାଉଛି । ବର୍ଣ୍ଣବୋଧକୁ ଆଗକୁ ନେବାକୁ ହେଲେ ସାମାଜିକ, ଆର୍ଥିକ ଓ ଶୈଖିକ ସ୍ଥିତି ଜାଣିବାକୁ ପଡ଼ିବ । ବର୍ଣ୍ଣବୋଧର ଭାଷା ଅତ୍ୟନ୍ତ ସହଜ ଓ ସରଳ ଥିଲା । କମ୍ ସମୟରେ ବହିଟି ବହୁତ ଆଦୃତ ହୋଇଥିଲା ।
ନୂଆ ସଂସ୍କରଣର ପ୍ରଥମ ପୃଷ୍ଠାରେ ଚିତ୍ରଣ ହୋଇଥିବା ହରିଣ ଚିତ୍ରକୁ ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି କି ବର୍ଣ୍ଣବୋଧରେ ବିଲେଇ ଆସିବା ପୂର୍ବରୁ ହରିଣ ଥିଲା । ୧୯୦୧ ମସିହାରେ ୧ ଅଣାରେ ମିଳୁଥିଲା ସେଥିରେ ହରିଣ ଚିତ୍ର ଥିଲା । ବହିର ପ୍ରଥମ ପୃଷ୍ଠାକୁ ସ୍ବତନ୍ତ୍ରତା ଦିଆଯାଇଛି । ଏଥିରେ କୌଣସି ନୂଆନାହିଁ । ଓଡ଼ିଆ ଅସ୍ମିତା ରଖାଯାଇଛି । ପୁଣି ପୁରୁଣା ଅବସ୍ଥାକୁ ଆମେ ଫେରିଛନ୍ତି । ଛବିଳ ମଧୁ ବର୍ଣ୍ଣବୋଧରେ ମଧୁ ଥିଲେ କିନ୍ତୁ ଏଥିରେ ମଧୁ ନାହାନ୍ତି । ଏଥିରେ ଓଡ଼ିଆ ଅସ୍ମିତା ପ୍ରାଥମିକତା ଦିଆଯାଇଛି । ୦ ଆଗକୁ ଯିବା ବଦଳରେ ଆମେ ୧୯୦୧କୁ ଫେରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
You Can Read:
ମୋବାଇଲ୍ ବ୍ୟାଟେରୀ ଧରି ଖେଳୁଥିଲେ, ଫାଟିଯିବାରୁ ଦୁଇ ଶିଶୁ ଗୁରୁତର