ଭୁବନେଶ୍ବର ୨।୭: ସାମ୍ବାଦିକ ସମ୍ମିଳନୀରେ ବିଜେପି ସରକାରକୁ ଟାର୍ଗେଟ୍ କଲା ବିଜେଡି । ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଲେ, ୨୦୨୪ ପୂର୍ବରୁ ଯେଉଁଭଳି ଭାବେ ନବୀନ ପଟ୍ଟନାୟକଙ୍କ ଶାସନ ସୁରୁଖୁରୁରେ ଚାଲିଥିଲା ଏବେର ସରକାର ଦୁର୍ନୀତିରେ ଚାଲିଛି । ନୀଳଗିରି ବିଜେପି ବିଧାୟକଙ୍କ ଚତ୍ରଛାୟାରେ ଅପରାଧର ଚରାଭୂଇଁ ଚାଲିଛି । ଗତ ଜୁନ୍ ୧୫ରେ ନୀଳଗିରି ବ୍ଲକ ଟେଲିପାଡ଼ ପଞ୍ଚାୟତରେ ବିଶାଳ ଦନ୍ତା ହାତୀକୁ ମାରି ଅମୂଲ୍ୟ ଦାନ୍ତ ଲୁଟ୍ କରିଛନ୍ତି । ତଦନ୍ତ କରି ବନ ବିଭାଗ ଜାଣିଲା ଯେ ଅଭିଯୁକ୍ତ ମାନେ ବିଧାୟକଙ୍କ ଫାର୍ମ ହାଉସରେ ଲୁଚିଥିଲେ । ଯାହା ଦର୍ଶାଉଛି ଯେ ହାତୀ ଦାନ୍ତ ତସ୍କରୀରେ ବିଧାୟକଙ୍କ ହାତ ଅଛି । ହାତୀ ସଂରକ୍ଷଣ ଆଇନ ଅନୁସାରେ ଜେଲ୍ ଦଣ୍ଡ ଓ ଫାଇନ ହୁଏ । ଚାରି ଜଣ ଗିରଫ ହୋଇଛନ୍ତି । ହେଲେ ଯେଉଁ ଫାର୍ମ ହାଉସରେ ଲୁଚିଥିଲେ, ସେ ଏବେ ବି ମୁକୁଳାରେ ବୁଲୁଛନ୍ତି । ସେ ଗିରଫ ହୋଇନାହାନ୍ତି । ବିଧାୟକ ଜଙ୍ଗଲ ଜମି ଜବରଦଖଲ କରିଛନ୍ତି ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।
ସେହିଭଳି, ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ଜ୍ୟୋତି ପାଣିଗ୍ରାହୀ କହିଛନ୍ତି ଜିଲ୍ଲାର ଅନେକ ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ନାହିଁ । ରଥଯାତ୍ରାରେ ଅବ୍ୟବସ୍ଥା, BMCରେ ଅରାଜକତା ଚାଲିଛି । ପୂର୍ବତନ ବିଧାୟକ ସୁକାନ୍ତ ନାୟକ କହିଛନ୍ତି, ପାଞ୍ଚ ଶିକାରୀ ହାତୀକୁ ମାରି ତସ୍କରୀ କରିବା ଅଭିଯୋଗରେ ବିଧାୟକଙ୍କ ଫାର୍ମ ହାଉସରୁ ଗିରଫ ହୋଇଛନ୍ତି । ଗାଁ ଲୋକଙ୍କ ଆଗରେ ମୁଲଚାଲ ହେଉଛି । ତେବେ ତଦନ୍ତ କେମିତି ନିରପେକ୍ଷ ହେବ । ଓ୍ବାଇଲ୍ଡଲାଇଫ୍ ପ୍ରୋଟେକସନ୍ ଆଇନ ଅନୁସାରେ ତଦନ୍ତ ହେଉ । ଠିକ୍ ସମୟରେ ତଦନ୍ତ ହେଲେ, ଭବିଷ୍ୟତରେ ଏପରି ସ୍ପର୍ଶକାତର ବିଷୟ ହେବନି ବୋଲି ସୁକାନ୍ତ ନାୟକ କହିଛନ୍ତି ।
You Can Read:
ଆସନ୍ତା ୧୧ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, 'ସମ୍ବିଧାନ ବଞ୍ଚାଅ ସମାବେଶ'ରେ ଉଦ୍ବୋଧନ ଦେବେ