ମୋବାଇଲ୍ ବ୍ୟାଟେରୀ ଧରି ଖେଳୁଥିଲେ, ଫାଟିଯିବାରୁ ଦୁଇ ଶିଶୁ ଗୁରୁତର

Published By : Prameya-News7 Bureau | February 02, 2025 IST

ପାଟଣାଗଡ଼ ୨ପାଟଣାଗଡରେ ମୋବାଇଲ ବ୍ୟାଟେରୀ ବିସ୍ଫୋରଣ । ବିସ୍ଫୋରଣ ଫଳରେ ଦୁଇ ଶିଶୁ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ପାଢ଼େଲ ଗ୍ରାମରେ ଦୁଇ ଶିଶୁ ମୋବାଇଲ ବ୍ୟାଟେରୀ ଧରି ଖେଳୁଥବା ବେଳେ ବିସ୍ଫୋରଣ ହୋଇଥିଲା । ଫଳରେ ଦୁଇ ଶିଶୁ ଗୁରୁତର ହୋଇଥିଲେ । ଦୁଇ ଶିଶୁଙ୍କୁ ପରିବାର ଲୋକ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି । ପାଟଣାଗଡ଼ ପୋଲିସ ଡାକ୍ତରଖାନା ଓ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ଗୁରୁତର ଦୁଇ ଶିଶୁ ହେଲେ ଜଗା ସରାଫ ଓ ସଞ୍ଜୀବ ଦଳେଇ ।

You Can Read:

ପ୍ରଧାନମନ୍ତ୍ରୀ କହୁଛନ୍ତି ପୂର୍ବୋଦୟ ହେବ, ହେଲେ ଓଡ଼ିଶାକୁ ଅସ୍ତ କରାଯାଉଛି : ପ୍ରସନ୍ନ ଆଚାର୍ଯ୍ୟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.