ଚାମ୍ପିଅନ୍ସ ଟ୍ରଫି ପରେ ପୁଣି ଚାମ୍ପିଅନ ଭାରତ, ଓ୍ଵେଷ୍ଟଇଣ୍ଡିଜକୁ ହରାଇ ଜିତିଲା ଇଣ୍ଟରନ୍ୟାସନାଲ ମାଷ୍ଟର୍ସ ଲିଗ୍ ଟାଇଟଲ୍

Published By : Prameya-News7 Bureau | March 16, 2025 IST

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ପରେ ପୁଣି ଥରେ ଚାମ୍ପିଅନ ହୋଇଛି ଭାରତ। ଭାରତ ଇଣ୍ଟରନ୍ୟାସନାଲ ମାଷ୍ଟର୍ସ ଲିଗ୍ ୨୦୨୫ର ଟ୍ରଫି ନିଜ ନାଁରେ କରିଛି ଦଳ। ଇଣ୍ଡିଆ ମାଷ୍ଟର୍ସ ଓ୍ଵେଷ୍ଟଇଣ୍ଡିଜ ମାଷ୍ଟର୍ସକୁ ୬ ଓ୍ଵିକେଟ୍‌ରେ ହରାଇ ଟାଇଟଲ୍ ଜିତିଛି। ଛତିଶଗଡ଼ର ରାଜଧାନୀ ରାୟପୁରରେ ଖେଳା ଯାଇଥିବା ଫାଇନାଲ୍‌ରେ ଓ୍ଵେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ଲେଣ୍ଡଲ ସିମନ୍ସଙ୍କ ୫୭ ରନ ଓ ଡ୍ଵେନ ସ୍ମିଥଙ୍କ ୪୫ ରନ ବଳରେ ୭ ଓ୍ଵିକେଟ୍ ହରାଇ ୧୪୮ ରନ କରିଥିଲା। ଜବାବରେ ଅମ୍ବତି ରାୟୁଡୁଙ୍କ ୭୪ ରନର ଦମଦାର ଇନିଂସ ବଳରେ ଭାରତ ୧୭.୧ ଓଭରରେ ୪ ଓ୍ଵିକେଟ୍ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। 

ପ୍ରଥମେ ବ୍ୟାଟିଂ କରିଥିବା ଓ୍ଵେଷ୍ଟଇଣ୍ଡିଜ ପାଇଁ ଓପନିଂ ବ୍ୟାଟର ଡ୍ଵେନ ସ୍ମିଥ ୪୫ ରନର ଇନିଂସ ଖେଳିଥିଲେ। ମାତ୍ର ବ୍ରାଏନ ଲାରା ଓ ଓ୍ଵିଲିୟମ୍ସ ପାର୍କିସନ ୬-୬ନ ରନ କରି ପାଭିଲିୟନ ଫେରିଥିଲେ। ଶାହବାଜ ନଦୀମ ଘାତକ ବୋଲିଂ କରି ୪ ଓଭରରେ ମାତ୍ର ୧୨ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ। ଲେଣ୍ଡଲ ସିମନ୍ସ ୫୭ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଫଳରେ ଓ୍ଵେଷ୍ଟଇଣ୍ଡିଜ ୧୪୮ ରନରେ ପହଞ୍ଚି ପାରିଥିଲା। ଭାରତ ପକ୍ଷରୁ ନଦୀମଙ୍କ ବ୍ୟତୀତ ବିନୟ କୁମାର ୩ଟି ସଫଳତା ପାଇଥିଲେ।

Also read: IPL 2025ର ପ୍ରଥମ ମ୍ୟାଚ୍ ହେବ ରଦ୍ଦ ? କୋଲକାତାରେ ବର୍ଷା ସହ ଝଡ଼ ତୋଫାନ ସମ୍ଭାବନା

ଜବାବରେ ଭାରତ ପକ୍ଷରୁ ଅମ୍ବତି ରାୟୁଡୁ ଦମଦାର ଫର୍ମରେ ନଜର ଆସିଥିଲେ। ରାୟୁଡୁ ଓ ସଚିନ ମିଶି ପ୍ରଥମ ଓ୍ଵିକେଟ୍‌ରେ ୬୭ ରନ ଯୋଡ଼ି ଭାରତ ବିଜୟରେ ମୂଳଦୁଆ ପକାଇଥିଲେ। ସଚିନ ୨୫ ରନ କରି ଆଉଟ୍ ହୋଇଥିଲେ। ଗୁରକିରତ ସିଂ ମାନ ୧୪ ରନ କରି ପାଭିଲିୟନ ଫେରିଥିଲେ। ରାୟୁଡୁ ଅନ୍ୟପଟେ କ୍ରିଜରେ ଜମି ରହି ୫୦ ବଲ୍‌ରୁ ୭୪ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ଏଥିରେ ୯ ଚୌକା ଓ ୩ ଛକା ସାମିଲ। ଶେଷରେ ଷ୍ଟୁଆର୍ଟ ବିନ୍ନି ୯ ବଲ୍‌ରେ ୧୬ ରନ କରିଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.