ନୂଆଦିଲ୍ଲୀ: ଇରାନର ସୁପ୍ରିମ୍ ଲିଡର ଅୟାତୁଲ୍ଲା ଅଲି ଖାମେନି ଭାରତକୁ ନେଇ ବିବାଦୀୟ ଟିପ୍ପଣୀ କରିଛନ୍ତି । ମୁସଲିମଙ୍କ ଅଧିକାରର ଉଲ୍ଲଂଘନ କରୁଥିବା ଦେଶ ମଧ୍ୟରେ ଭାରତକୁ ଇରାନ ସାମିଲ କରିଛି । ଭାରତ ଉପରେ ମୁସଲିମ୍ ଉତ୍ପୀଡ଼ନର ଅଭିଯୋଗ ଆଣିଛନ୍ତି ଖାମେନି । ଖାମେନିଙ୍କ ଏହି ଟିପ୍ପଣୀ ଏପରି ସମୟରେ ଆସିଛି ଯେତେବେଳେ ଇରାନ ନିଜେ ସୁନି ମୁସଲମାନ ଏବଂ ଜାତିଗତ ଅଳ୍ପସଂଖ୍ୟକ ଦମନକୁ ନେଇ ଲଗାତାର ଅନ୍ତରାଷ୍ଟ୍ରୀୟ ସ୍ତରରେ ସମାଲୋଚନର ସାମନା କରୁଛି ।
ଇରାନର ସୁପ୍ରିମ୍ ଲିଡର ଅୟାତୁଲ୍ଲା ଅଲି ଖାମେନି ଏକ ସୋସିଆଲ୍ ମଡିଆ ପୋଷ୍ଟରେ ଭାରତରକୁ ନେଇ ଟିପ୍ପଣୀ କରିଛନ୍ତି । ସେ ଭାରତକୁ ଗାଜା ଏବଂ ମିମ୍ୟାଁର ସହ ସେହି କ୍ଷେତ୍ର ରୂପେ ସୂଚୀବଦ୍ଧ କରିଛି ଯେଉଁଠାରେ ମୁସଲିମଙ୍କୁ ଉତ୍ପୀଡନର ସାମନା କରିବାକୁ ପଡ଼ୁଛି । ଏହାସହ ସେ ସାରା ଦୁନିଆର ସମୁଲମାନଙ୍କୁ ପୀଡ଼ିତ ମୁସଲମାନଙ୍କ ସୁରକ୍ଷା ପାଇଁ ଏକଜୁଟ୍ ହେବା ଅପିଲ୍ କରିଛନ୍ତି ।
The enemies of Islam have always tried to make us indifferent with regard to our shared identity as an Islamic Ummah. We cannot consider ourselves to be Muslims if we are oblivious to the suffering that a Muslim is enduring in #Myanmar, #Gaza, #India, or any other place.
— Khamenei.ir (@khamenei_ir) September 16, 2024
ଇରାନ ସୁପ୍ରିମ୍ ଲିଡରଙ୍କ ବୟାନ ପରେ ଭାରତ ସରକାର କଡ଼ା ଜବାବ ଦେଇଛନ୍ତି । ଭାରତର ବିଦେଶ ମନ୍ତ୍ରଣାଳୟ ଲେଖିଛି, 'ଆମେ ଇରାନର ସର୍ବୋଚ୍ଚ ନେତା ଦ୍ୱାରା ଭାରତରେ ଅଳ୍ପସଂଖ୍ୟକଙ୍କ ବିଷୟରେ କରାଯାଇଥିବା ଟିପ୍ପଣୀକୁ କଡ଼ା ନିନ୍ଦା କରୁଛି । ଏହା ଭୁଲ ସୂଚନା ଉପରେ ଆଧାରିତ ଏବଂ ଗ୍ରହଣୀୟ ନୁହେଁ । ସଂଖ୍ୟାଲଘୁଙ୍କ ଉପରେ ଟିପ୍ପଣୀ କରୁଥିବା ଦେଶକୁ ପରାମର୍ଶ ଦିଆଯାଉଛି ଯେ ସେ ଅନ୍ୟ ଉପରେ କୌଣସି ଟିପ୍ପଣୀ କରିବା ପୂର୍ବରୁ ନିଜ ରେକର୍ଡ ଦେଖୁ ।'
Statement on Unacceptable Comments made by the Supreme Leader of Iran:https://t.co/Db94FGChaF pic.twitter.com/MpOFxtfuRO
— Randhir Jaiswal (@MEAIndia) September 16, 2024
ଭାରତର ମୁସଲମାନଙ୍କୁ ନେଇ ଟିପ୍ପଣୀ ଇରାନର ସୁପ୍ରିମ ଲିଡରଙ୍କ ଦ୍ୱାରା ପ୍ରଥମ ନୁହେଁ । ୨୦୧୯ରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସେ କାଶ୍ମୀର ମୁସଲମାନଙ୍କ ସ୍ଥିତି ଉପରେ ଟିପ୍ପଣୀ କରିଥିଲେ । ଖାମେନି କହିଥିଲେ ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କାଶ୍ମୀରକୁ ନେଇ ନିଆଯାଉଥିବା ନିଷ୍ପତ୍ତିରେ ମୁସଲମାନ ଭୟଭୀତ ଅଛନ୍ତି । କୂଟନୈତିକ ଦୃଷ୍ଟିରୁ ଦେଖିବାକୁ ଗଲେ ଭାରତ ଏବଂ ଇରାନ ମଧ୍ୟରେ ସମ୍ପର୍କ ମଜଭୁତ ରହିଛି । ଦ୍ୱିପାକ୍ଷିକ ସମ୍ପର୍କରେ କୌଣସି ବଡ଼ ବିବାଦ ନାହିଁ ।