ମହଙ୍ଗା ପଡ଼ିଲା କମ୍ପାନି ସିଇଓଙ୍କ ସହ ସମ୍ପର୍କ, ଚାକିରିରୁ ବିଦା ହେଲେ ମହିଳା ଅଧିକାରୀ

Published By : Prameya-News7 Bureau | September 13, 2024 IST

News7

ନୂଆଦିଲ୍ଲୀ: ମହଙ୍ଗା ପଡ଼ିଲା କମ୍ପାନି ସିଇଓ ସହ ସମ୍ପର୍କ। ଆମେରିକାର ଏକ କମ୍ପାନିରେ କାର୍ଯ୍ୟଋତ ଜଣେ ଭାରତୀୟ ବଂଶୋଦ୍ଭବ ମହିଳା ସିଇଓଙ୍କ ସହ ସମ୍ପର୍କ ଥିବା ଜଣାପଡିଥିଲା। ଯେଉଁଥିପାଇଁ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ନର୍ଫାଲ୍କ ସାଉଥ୍ କର୍ପୋରେସନର ମୁଖ୍ୟ ଆଇନ ଅଧିକାରୀ ନବନୀତା ନାଗଙ୍କୁ ତାଙ୍କ ପଦରୁ ବରଖାସ୍ତ କରାଯାଇଛି। 

ତଦନ୍ତରୁ ଜଣାପଡିଛି ଯେ ସେ ତାଙ୍କ ମାଲିକ (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ଆଲାନ ଏଚ. ଶାଙ୍କ ସହ ସହମତି ଭିତ୍ତିରେ ଶାରିରୀକ ସମ୍ପର୍କ ରଖିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ତାଙ୍କୁ ମଧ୍ୟ ଚାକିରିରୁ ବରଖାସ୍ତ କରାଯାଇଥିଲା। ନର୍ଫାଲ୍କ ସାଉଥ୍ କର୍ପୋରେସନ୍ କହିଛି ଯେ ଯଦିଓ ସମ୍ପର୍କ ନେଇ ଉଭୟଙ୍କ ସହମତ ଥିଲା କିନ୍ତୁ ଉଭୟ କାର୍ଯ୍ୟନିର୍ବାହୀ କମ୍ପାନୀର ନୀତି ଏବଂ ଆଚରଣ ବିଧି ଉଲ୍ଲଂଘନ କରିଥିଲେ।

କମ୍ପାନୀ ଆହୁରି ମଧ୍ୟ କହିଛି, ପ୍ରାରମ୍ଭିକ ତଦନ୍ତ ପରେ ନାଗଙ୍କୁ ଚାକିରିରୁ ବରଖାସ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ତଦନ୍ତରୁ ଜଣାପଡିଛି ଯେ ଆଲାନ କମ୍ପାନୀର ମୁଖ୍ୟ ଆଇନ ଅଧିକାରୀଙ୍କ ସହ ସହମତି ଭିତ୍ତିରେ କମ୍ପାନୀ ନୀତି ଉଲ୍ଲଂଘନ କରିଛନ୍ତି। ସମାନ କାରଣରୁ ତାଙ୍କୁ ମଧ୍ୟ ଚାକିରିରୁ ବରଖାସ୍ତ କରାଯାଇଛି। ତାଙ୍କର କାର୍ଯ୍ୟର ଏହା ସହିତ କୌଣସି ସମ୍ପର୍କ ନାହିଁ।

ପ୍ରକାଶଥାଉକି- ନାଗ ନିଜ ଲିଙ୍କଡଇନ୍ ପ୍ରୋଫାଇଲରେ ନିଜକୁ ଅଭିଜ୍ଞ ବୋଲି ବର୍ଣ୍ଣନା କରିଛନ୍ତି। ସେ ତିନୋଟି ଫର୍ଚୁନ୍-300 ପବ୍ଲିକ୍ କମ୍ପାନୀ ସହିତ କାମ କରନ୍ତି। ଏହା ପୂର୍ବରୁ ସେ ଗୋଲ୍ଡମ୍ୟାନ୍ ସାକ୍ସରେ କାମ କରୁଥିଲେ। ଶଙ୍କରଙ୍କ ବହିଷ୍କାର ପରେ କମ୍ପାନୀର ମୁଖ୍ୟ ଫାଇନାନସିଆଲ ଅଫିସିର ମାର୍କ ଆର ଜର୍ଜଙ୍କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସିଇଓ ଭାବେ ନିଯୁକ୍ତି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.