ଅଦିନିଆ ବର୍ଷା ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା, ଉପକୃତ ହେବେ ଚାଷୀ

Published By : Prameya-News7 Bureau | May 15, 2025 IST

ଭୁବନେଶ୍ଵର: ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ବିବେଚନା କରାଯିବ। ଏହାକୁ ନେଇ ଗୁରୁବାର ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସମୁଦାୟ ୯ଟି ବିପର୍ଯ୍ୟୟକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷିତ କରାଯାଇଛି। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନୁମୋଦନ ଦେଇଛନ୍ତି। 

ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଚିର ସହଚର ବନ୍ଧୁ ପାଲଟିଛି। ପ୍ରତି ବର୍ଷ ବନ୍ୟା ଏବଂ ବ୍ୟାତାର ମୁକାବିଲା କରିବା ଓଡ଼ିଶା ପାଇଁ ସାଧାରଣ କଥା ପାଲଟିଛି। ଏଥିରେ ରାଜ୍ୟର ବ୍ୟାପକ କ୍ଷୟକ୍ଷତି ଘଟୁଛି। ବିଶେଷ କରି ଚାଷୀକୂଳ ଅଧିକ କ୍ଷତି ସହୁଛନ୍ତି। ପୁଣି ଅଦିନିଆ ବର୍ଷା ଚାଷୀଙ୍କୁ ଦାଉ ସାଜିଛି। ତେଣୁ ଏହାକୁ ଗୁରୁତର ସହ ଗ୍ରହଣ କରି ରାଜ୍ୟ ସରକାର ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। 

ରାଜ୍ୟ ସରକାର ସମୁଦାୟ ୯ଟି ବିପର୍ଯ୍ୟୟ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ତେଣୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ଅଦିନିଆ ବର୍ଷାରେ କୃଷକଙ୍କ ହେଉଥିବା କ୍ଷତି ବାବଦକୁ ରାଜ୍ୟ ମୁକାବିଲା ପାଣ୍ଠିରୁ ଚାଷୀଙ୍କୁ କ୍ଷତିପୂରଣ ମିଳିବ।

Also read: ସାଂଗଠନିକ ପଦବୀ ଘୋଷଣା ପରେ ବି ପ୍ରଶମିତ ହେଉନି ବିଜେଡିର ଅସନ୍ତୋଷ, ବରିଷ୍ଠଙ୍କ ଉପରେ ବର୍ଷିଲେ ମହେଶ ସାହୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.