Gaza Strip: ଯୁଦ୍ଧ ଭିତରେ ଗାଜାବାସୀଙ୍କୁ ଇସ୍ରାଏଲ ସେନାର ଅଲ୍‌ଟିମେଟମ୍, ଶୀଘ୍ର ରାଫା ଖାଲି କର

Published By : Prameya-News7 Bureau | March 31, 2025 IST

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ସମାପ୍ତ ହେବା ପରେ ଗାଜାରେ ପୁଣି ଥରେ ନରସଂହାର ଆରମ୍ଭ ହୋଇଯାଇଛି । ଆତଙ୍କବାଦୀ ସଂଗଠନ ବିରୋଧରେ କଠୋର ହୋଇଛି ଆଇଡିଏଫ । ଗାଜାରେ ଲଗାତାର ମିସାଇଲ୍ ମାଡ଼ ହେଉଛି । ଏହା ସହିତ ଗାଜାପଟ୍ଟୀର ଦକ୍ଷିଣ ସହର ରାଫାରେ ରହୁଥିବା ଯୁଦ୍ଧପୀଡ଼ିତଙ୍କୁ ତୁରନ୍ତ ସ୍ଥାନ ଖାଲି କରିବାକୁ କୁହାଯାଇଛି ।

ଏହା ପୂର୍ବରୁ ଇସ୍ରାଏଲ ସେନା ଗାଜା ସହର କିଛି ଅଞ୍ଚଳକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା। ଲୋକଙ୍କୁ ଜିତୁନ୍, ତେଲ୍ ଅଲ-ହାଓ୍ବା ଓ ଅନ୍ୟ ପ୍ରାନ୍ତକୁ ଖାଲି କରିବାକୁ କୁହାଯାଉଥିଲା । ୧୭ ମାସ ଯୁଦ୍ଧ ଭିତରେ ଗତ ଅପରେସନରେ ଇସ୍ରାଏଲ ସେନା ସ୍ଥାନ ଛାଡ଼ିବାକୁ ଲୋକଙ୍କୁ କହିଛି । ରାଫା ସହରର ଏହି ପ୍ରାନ୍ତ ଉପରେ ଖୁବଶୀଘ୍ର ରକେଟ୍ ମାଡ଼ କରି ଆତଙ୍କବାଦୀଙ୍କୁ ଜବାବ ଦେବ । 

ଇସ୍ରାଏଲ ସେନାର ପାଲେଷ୍ଟାୟୀନ ସୀମାରେ ଏକ ବଫର ଜୋନକୁ କବଜା କରି ନେଇଛି ଏବଂ ଯୁଦ୍ଧବିରାମ ବୁଝାମଣା ଅନୁଯାୟୀ, ସେହି ସ୍ଥାନକୁ ଖାଲି କରିବା କଥା ମାତ୍ର ଏଯାଏଁ ସେଠାରେ ସୈନ୍ୟ ଅପସାରଣ କରିନାହିଁ । ଅନ୍ୟପଟେ ଇସ୍ରାଏଲ ସେନା ଏହାକୁ ନେଇ ପ୍ରତିକ୍ରିୟା ଦେଇଛି । ବେଆଇନ ଅସ୍ତ୍ରଶସ୍ତ୍ର ବ୍ୟବସାୟ ରୋକିବାକୁ ଏବଂ ସୀମାନ୍ତ ଅଞ୍ଚଳରେ ନିଜର ସ୍ଥିତିକୁ ସୁଦୃଢ଼ କରିବାକୁ ଏହି ସ୍ଥାନ ଜରୁରୀ ବୋଲି କହିଛନ୍ତି ।

ଗଜ ସପ୍ତାହରେ ଇସ୍ରାଏଲ ଗତ ସପ୍ତାହରୁ ହମାସ ସହିତ ଯୁଦ୍ଧବିରାମ ସମାପ୍ତ କରିଛି । ଏହା ଇସ୍ରାଏଲ ସେନା ଗାଜାପଟ୍ଟୀ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲା । ଏଥିରେ ଶତାଧିକ ପାଲେଷ୍ଟାୟୀନ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆତଙ୍କବାଦୀମାନେ ଯେପର୍ଯ୍ୟନ୍ତ ଇସ୍ରାଏଲର ୫୯ ପଣବନ୍ଦୀଙ୍କୁ ମୁକ୍ତ କରି ନାହାନ୍ତି, ସେପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ । ଏହାଛଡ଼ା ହମାସ ନିରସ୍ତ୍ର ଓ ନିଜ ନେତାମାନଙ୍କୁ ନିର୍ବାସନରେ ପଠାଇକୁ ଦାବି କରିଛି ଇସ୍ରାଏଲ ସେନା । ମାତ୍ର ହମାସ ଏହାକୁ ଅଣଦେଖା କରି ଇସ୍ରାଏଲକୁ ରୋକଠୋକ୍ ଶୁଣାଇ ଦେଇଛି । ଆତଙ୍କବାଦୀ ସଂଗଠନର ଶୀର୍ଘ ନେତୃତ୍ବ କହିଛନ୍ତି, ସ୍ଥାୟୀ ଯୁଦ୍ଧବିରମା ଓ ଗାଜାରୁ ଇସ୍ରାଏଲ ସେନା ସଂପୂର୍ଣ୍ଣ ଭାବେ ନଫେରିବା ଯାଏଁ ଶେଷ ବନ୍ଧକଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.