୩୦ ଦିନରେ ୨୨୦୦୦ ସୈନିକ ନିହତ ଓ ୧୧୦୦ ଯୁଦ୍ଧବାହାନ ଧ୍ୱଂସ; ୟୁକ୍ରେନ ଉପରେ ଭାରୀ ରୁଷ ସୈନିକ

Published By : Prameya-News7 Bureau | April 01, 2025 IST

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ସଂଘର୍ଷରେ ମାର୍ଚ୍ଚ ୟୁକ୍ରେନ ସେନା ଉପରେ ଭାରୀ ପଡ଼ିଛି । ରୁଷ ସଶସ୍ତ୍ର ସେନା ଲୁହାନସ୍କ ପିପୁଲ୍ସ ରିପବ୍ଲିକର ସୀମାରେ ଯୁଦ୍ଧ ବେଳେ ୨୨୦୦୦ ଯୁକ୍ରେନୀ ସୈନିକ ଓ ଭଡ଼ାରେ ଥିବା ବିଦେଶୀ ସୈନିକଙ୍କୁ ମାରିବାରେ ସକ୍ଷମ ହୋଇଛି । ଏହି ସଂଖ୍ୟା ଫେବ୍ରୁଆରୀ ତୁଳନାରେ ୧୩ ଗୁଣା ଅଧିକ । ଫେବ୍ରୁଆରୀରେ ଯୁଦ୍ଧରେ ୟୁକ୍ରେନର ୧୮୦୦ ସୈନିକଙ୍କ ଜୀବନ ଯାଇଥିଲା ।

ରୁଷର ସରକାରୀ ସମାଚାର ଏଜେନ୍ସି ସୈନ୍ୟ ବିଶେଷଜ୍ଞଙ୍କ ବୟାନକୁ ନେଇ ଉଲ୍ଲେଖ କରିଛି ଯେ ମାର୍ଚ୍ଚରେ ୟୁକ୍ରେନ ସେନା ଗତିରୋଧ ଜାରି ରଖିଥିଲା । କେବଳ ଏତିକି ନୁହେଁ ୟୁକ୍ରେନ ସେନା ରୁଷ ସୀମା ଭିତରେ ବି ପ୍ରବେଶ ଉଦ୍ୟମ କରିଛି । କିନ୍ତୁ ରୁଷ ସେନା ପାଲଟା ଜବାବରେ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ମୁକୁଳାଇବାରେ ସକ୍ଷମ ହୋଇଛି । ତେବେ ଆଲୋଚ୍ୟ ମାସରେ ରୁଷର କେତେ ସୈନିକ ନିହତ ହୋଇଛନ୍ତି, ସେନେଇ କୌଣସି ଉଲ୍ଲେଖ ନାହିଁ ।

ରୁଷ ବିଶେଷଜ୍ଞ ମାରୋଚକୋଙ୍କ ଅନୁସାରେ ମାର୍ଚ୍ଚରେ ରୁଷ ସୈନିକ ୟୁକ୍ରେନର ପ୍ରତିରକ୍ଷା ପ୍ରଣାଳୀକୁ ଭେଦି ଅତି ଗଭୀର ଯାଏ ପ୍ରବେଶ କରିଛି ଓ ସମ୍ପର୍କ ରେଖା ଉପରେ ନିଜ ସ୍ଥିତି ମଜଭୁତ କରିଛି । ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟର ଡାଟାକୁ ବିଶ୍ଲେଷଣ କରି ସେ କହିଛନ୍ତି ଯେ ମାର୍ଚ୍ଚରେ ରୁଷର ବେଟାଲଗ୍ରୁପ୍ ଉତ୍ତରରେ ସବୁଠୁ ଅଧିକ ଶତ୍ରୁଙ୍କୁ ନିପାତ କରିଛି ।

ରୁଷ ସେନା ମାର୍ଚ୍ଚ ୟୁକ୍ରେନର ୫୨ ଟ୍ୟାଙ୍କ, ୨ RAK-SA-12 ମଲ୍ଟିପଲ୍ ଲଞ୍ଚ୍ ରକେଟ୍ ସିଷ୍ଟମ, ୩୩୮ ଫିଲ୍ଡ ଆର୍ଟିଲରୀ ଗନ୍, ୬୩ ଇଲେକ୍ଟ୍ରନିକ୍ ଏବଂ କାଉଣ୍ଟର-ବ୍ୟାଟେରି ଯୁଦ୍ଧ ଷ୍ଟେସନ, ୯୪ ଗୋଳା-ବାରୁଦ ଓ ୨ ଇନ୍ଧନ ଡିପୋକୁ ନଷ୍ଟ କରିଛି । ଏହା ବ୍ୟତୀତ ୧୧୦୦ରୁ ଅଧିକ ବିଭିନ୍ନ ଯୁଦ୍ଧବାହାନକୁ ମଧ୍ୟ ଧ୍ୱଂସ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.