ସିରିଆର ଯୁଦ୍ଧାସ୍ତ୍ର ଗବେଷଣା କେନ୍ଦ୍ର ଉପରେ ଇସ୍ରାଏଲର ହମଲା, ୧୬ ମୃତ

Published By : Prameya-News7 Bureau | September 09, 2024 IST

News7

ନୂଆଦିଲ୍ଲୀ: ସିରିଆ ଉପରେ ଅନେକ ଅଞ୍ଚଳରେ ଇସ୍ରାଏଲର ହମଲା। କେନ୍ଦ୍ରୀୟ ସିରିଆ ଉପରେ ଏକାଧିକ ହମଲାରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ୧୩ ଜଣ ଆହତ ହୋଇଛନ୍ତି ଏବଂ ଅଗ୍ନିକାଣ୍ଡ ଘଟିଥିଲା। ସିରିଆର ଷ୍ଟେଟ୍‌ ମିଡିଆ ଏଜେନ୍ସି ରିପୋର୍ଟ କରିଛି ଯେ ସିରିଆର ବାୟୁସେନା କେନ୍ଦ୍ରୀୟ ଅଞ୍ଚଳର ଅନେକ ପଏଣ୍ଟକୁ ଟାର୍ଗେଟ କରି ଆକ୍ରମଣ କରିଥିଲା। ଏହି କାରଣରୁ ହାମା ପ୍ରଦେଶର ଏକ ରାଜପଥ ନଷ୍ଟ ହୋଇଯାଇଥିଲା ଏବଂ ଏଠାରେ ଅନେକ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି। 

ଆହତଙ୍କୁ ପଶ୍ଚିମ ହମାସ ପ୍ରଦେଶର ମାସିଆଫ ନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଡାକ୍ତରଖାନା ମୁଖ୍ୟ ଫୈସଲ ହାୟଦାର ସୂଚନା ଦେଇଛନ୍ତି।

ସିରିଆର ଅବଜରଭେଟରୀ ଫର ହ୍ୟୁମାନ ରାଇଟ୍ସ କହିଛି ଯେ ଏହି ଆକ୍ରମଣ ମଧ୍ୟରୁ ଗୋଟିଏ ବୈଜ୍ଞାନିକ ଅନୁସନ୍ଧାନ କେନ୍ଦ୍ର ତଥା ମେସାଫର ଅନ୍ୟାନ୍ୟ ସ୍ଥାନକୁ ଟାର୍ଗେଟ କରିଛି। ଯେଉଁଠାରେ ସିରିଆରେ ଅସ୍ତ୍ରଶସ୍ତ୍ର ବିକଶିତ କରିବା ପାଇଁ ଇରାନ ବିଶେଷଜ୍ଞ ନିୟୋଜିତ ହୋଇଛନ୍ତି।

ବର୍ତ୍ତମାନ ଇସ୍ରାଏଲ ସେନା ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇନାହିଁ। ନିକଟ ଅତୀତରେ ଯୁଦ୍ଧ ଦ୍ୱାରା ପ୍ରଭାବିତ ସିରିଆର ସରକାରୀ ନିୟନ୍ତ୍ରିତ ଅଞ୍ଚଳରେ ଟାର୍ଗେଟ ଉପରେ ଇସ୍ରାଏଲ୍ ଶହ ଶହ ଷ୍ଟ୍ରାଇକ୍ କରିଛି, କିନ୍ତୁ ଏହି କାର୍ଯ୍ୟକଳାପକୁ କ୍ୱଚିତ୍ ସ୍ୱୀକାର କରିଛି କିମ୍ବା ଆଲୋଚନା କରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.