itel A95 5G ଭାରତରେ ଲଞ୍ଚ୍‌: ଏଆଇ ଫିଚର୍ସ ସହିତ ପାୱାରଫୁଲ୍ ଚିପ୍‌ସେଟ୍ ଓ କ୍ୟାମେରା, ଦାମ ମାତ୍ର...

Published By : Prameya-News7 Bureau | April 22, 2025 IST

internet

ନୂଆଦିଲ୍ଲୀ: ଆଇଟେଲ୍ ଭାରତୀୟ ବଜାରରେ ଏହାର ସୁଲଭ 5G ଫୋନ୍ ଆଇଟେଲ୍ A95 5G ଲଞ୍ଚ କରିଛି। itel A95 5G ରେ ଡାଇନାମିକ୍ ବାର୍ ସହିତ ଏକ ପଞ୍ଚ ହୋଲ୍ 6.67-ଇଞ୍ଚ HD+ IPS ଡିସପ୍ଲେ ରହିଛି। ଏହି ଫୋନର ରିୟର କ୍ୟାମେରା ୫୦ ମେଗାପିକ୍ସେଲର ସୁପର ଏଚଡିଆର କ୍ୟାମେରା ଏବଂ ୮ ମେଗାପିକ୍ସେଲର ପ୍ରଣ୍ଟ କ୍ୟାମେରା ସେଟଅପ ଦିଆଯାଇଛି। ତା’ ସହିତ ବଜେଟ୍‌ ସେଗ୍‌ମେଣ୍ଟରେ ଲଞ୍ଚ ହୋଇଥିବା ଏହି ଫୋନରେ ୫୦୦୦mAh ପାୱାରଫୁଲ ବ୍ୟାଟେରୀ ବ୍ୟାକଅପ୍ ଦିଆଯାଇଛି।

itel A95 5G ମୂଲ୍ୟ ଓ ଖାସ୍ ଫିଚର୍ସ

ପ୍ରଥମେ itel A95 5G ସ୍ମାର୍ଟଫୋନର ମୂଲ୍ୟ ବିଷୟରେ ଜାଣିବା। ଏହାର ୪ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୯,୫୯୯ ଟଙ୍କା ରହିଛି। ସେହିପରି ୬ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୯,୯୯୯ ଟଙ୍କା। କେବଳ ସେତିକି ନୁହେଁ ଫୋନ୍ ବ୍ୟବାହର ୧୦୦ ଦିନ ମଧ୍ୟରେ କମ୍ପନୀ ମାଗଣା ସ୍କ୍ରିନ୍ ରି-ପ୍ଲେସ୍‌ମେଣ୍ଟ ସୁବିଧା ମଧ୍ୟ ଦେଉଛି। ସ୍ମାର୍ଟଫୋନ୍‌ରେ ଆଉ ଏକ ଖାସ୍ ପିଚର୍ସ ହେଲା ଏଥିରେ ଏଆଇ ଆସିଷ୍ଟାଣ୍ଟ, ଇଭେନା ସୁବିଧା ରହିଛି। ଯାହାଦ୍ୱାରା ଏହା ଗ୍ରାମାର ଚେକ୍ କରିପାରିବ, ଟେକ୍ସ ଜେନେରେଟ୍ ଏବଂ କଣ୍ଟେଣ୍ଟ ଡିସ୍‌କଭରି ଭଳି ସୁବିଧା ରହିଛି। 

ପଢନ୍ତୁ- ପ୍ରାଇଭେଟରୁ ପବ୍ଲିକ୍ କମ୍ପାନି ହେଲା PhonePe, ଖୁବଶୀଘ୍ର ଆସିବ IPO

itel A95 5G ଫିଚର୍ସ

itel A95 5G ରେ ଡାଇନାମିକ୍ ବାର୍ ସହିତ ଏକ ପଞ୍ଚ ହୋଲ୍ ୬.୬୭-ଇଞ୍ଚ ଆଇପିଏସ ଡିସପ୍ଲେ ଦିଆଯାଇଛି, ଯାହାର ଏଚ୍‌ଡି ପ୍ଲସ୍ ରିଜୋଲ୍ୟୁସନ୍ ଏବଂ ୧୨୦ ହର୍ଟ୍ଜ ରିଫ୍ରେସ୍ ରେଟ୍ ରହିଛି। ଫୋନ ଅକ୍ଟା କୋର ମିଡିଆଟେକ୍ ଡାଇମେନସିଟି ୬୩୦୦ ପ୍ରୋସେସର୍ ସହିତ ସହିତ ଲଞ୍ଚ ହୋଇଛି। ଷ୍ଟୋରେଜ୍ ବିଷୟରେ କହିବାକୁ ଗଲେ, ଏହି ଫୋନରେ ୪ଜିବି + ୪ଜିବି ରାମ ଏବଂ ୬ଜିବି + ୬ଜିବି ରାମ ସହିତ ୧୨୮ଜିବି ଇନବିଲ୍ଟ ଷ୍ଟୋରେଜ୍  ଦିଆଯାଇଛି। ଆଇଟେଲ୍‌ର ଏହି ବଜେଟ୍‌ ଫୋନ୍‌ରେ ୫ ହଜାର ଏମଏଏଟ୍‌ ବ୍ୟାଟେରୀ ଅଛି ଯାହା ୧୦ ୱାଟ୍ ଫାଷ୍ଟ ଚାର୍ଜିଂ ସପୋର୍ଟ କରୁଛି। 

ପଢନ୍ତୁ- ସେୟାର ବଜାରରେ ଉତ୍ସାହ, ୮୫୫ ପଏଣ୍ଟ ବଢିଲା ସେନ୍‌ସେକ୍ସ, ନିବେଶକଙ୍କ ଲାଭ ୬.୨୩ ଲକ୍ଷ କୋଟି ଟଙ୍କା

କ୍ୟାମେରା ସେଟଅପ୍ ବିଷୟରେ କହିବାକୁ ଗଲେ, A95 5G ର ସ୍ମାର୍ଟଫୋନ୍‌ରେ ୫୦-ମେଗାପିକ୍ସେଲ ସୁପର ଏଚଡିଆର ରିୟର କ୍ୟାମେରା ଦିଆଯାଇଛି। ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୮ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଅଛି। ଧୂଳି ଏବଂ ବର୍ଷା ଛିଠାରୁ ସୁରକ୍ଷା ପାଇଁ ଏହି ଫୋନଟି ଆଇପି୫୪ ରେଟିଂ ସୁବିଧା ବି ଦିଆଯାଇଛି। ସେହିପରି ସିକ୍ୟୁରିଟି ପାଇଁ ଫୋନ ସାଇଡ୍‌ରେ ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର ଏବଂ ଫେସ୍ ଅନଲକ୍ ଫିଚର୍ ରହିଛି। ଅପରେଟିଂ ସିଷ୍ଟମ ଦୃଷ୍ଟିରୁ, ଏହି ସ୍ମାର୍ଟଫୋନ ଆଣ୍ଡ୍ରଏଡ୍-୧୪ରେ କାମ କରିବ।

  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.