ପ୍ରେମ୍‌କୁ ନେଇ ବେଶ୍ ରକ୍ଷଣଶୀଳ ଜାହ୍ନବୀ, କହିଲେ-ସମ୍ପର୍କ ସେ ପର୍ଯ୍ୟନ୍ତ ଠିକ୍ …

Published By : Prameya-News7 Bureau | June 24, 2024 IST

ମୁମ୍ଵାଇ ୨୪।୦୬; ନିଜ ପ୍ରେମ ଜୀବନ ସଂପର୍କରେ ବେଶ୍‌ ଖୋଲାଖୋଲି କଥା ହୁଅନ୍ତି ଜାହ୍ନବୀ  କପୁର । ତାଙ୍କ ଜୀବନରେ ପ୍ରେମ ଆସିଛି ସେକଥା ସେ   ପରୋକ୍ଷରେ ସ୍ୱୀକାର କରିସାରିଛନ୍ତି । ଏକ   ସମୟର ବୟଫ୍ରେଣ୍ଡ ଶିଖର ପାହାଡିଆ  ଏବେ ଜାହ୍ନବୀଙ୍କ ପ୍ରେମିକ ସାଜିଛନ୍ତି  ଏକଥା କାହାକୁ ଅଛପା ନାହିଁ । କିନ୍ତୁ ଜାହ୍ନବୀଙ୍କ କଥାବାର୍ତ୍ତାରୁ ସ୍ପଷ୍ଟ ଯେ ଶିଖର  ହିଁ ତାଙ୍କ ପ୍ରେମିକ । ତେବେ ପ୍ରେମ ଜୀବନକୁ  ନେଇ ଜାହ୍ନବୀ ବେଶ୍‌ ରକ୍ଷଣଶୀଳ ବୋଲି ସେ  ନିଜେ କହନ୍ତି । ପ୍ରେମିକଙ୍କ ସହ ସେ ଡେଟିଂରେ  ଯାଆନ୍ତି । ମନ୍ଦିର ବି ଯିବାକୁ ଭୁଲନ୍ତି ନାହିଁ ।  

କିଛିଦିନ ତଳେ ଦକ୍ଷିଣ ଭାରତର  ବେଶ୍‌ କେତୋଟି ମନ୍ଦିରରେ  ଜାହ୍ନବୀଙ୍କୁ ଶିଖରଙ୍କ  ସହିତ   ପାରମ୍ପରିକ  ବେଶରେ ଦେଖିବାକୁ  ମିଳିଥିଲା । ଜାହ୍ନବୀ କୁହନ୍ତି ପ୍ରେମର ରସାୟନ ବଡ଼ ଜଟିଳ । ଏହାକୁ  ବୁଝିବା ସହଜ ନୁହେଁ । ପ୍ରେମ ସେ ପର୍ଯ୍ୟନ୍ତ  ଠିକ୍‌ ଥିବ ଯେପର୍ଯ୍ୟନ୍ତ ପାରସ୍ପରିକ ଶ୍ରଦ୍ଧା ଥିବ ।  ପ୍ରେମରେ ଶାରୀରିକ ଘନିଷ୍ଠତା ମଧ୍ୟ ଆସିବା  ସ୍ୱାଭାବିକ । ତେବେ ସେହି ଘନିଷ୍ଠତାର ମଧ୍ୟ  ସୀମାବଦ୍ଧତା ରହିବା ଦରକାର । ନହେଲେ ପରବର୍ତ୍ତୀ  ସମୟରେ ପଶ୍ଚାତାପ କରିବାକୁ ପଡ଼ିପାରେ ।  କିଛିଦିନ ତଳେ ଏକ ପଡକାଷ୍ଟ୍‌ ଚ୍ୟାନେଲକୁ  ସାକ୍ଷାତକାର ଦେବା ଅବସରରେ ଜାହ୍ନବୀ ଏକଥା  କହିଥିଲେ । ଏହି ଅବସରରେ ସେ ଏହା ବି ସ୍ୱୀକାର  କରିଥିଲେ ଯେ ଯେତେ ଅତ୍ୟାଧୁନିକ ଚିନ୍ତାଧାରାସଂପନ୍ନ  ହୋଇଥିଲେ ବି ପ୍ରେମକୁ ନେଇ ତାଙ୍କ ମନରୁ ଏବେ ବି  ରକ୍ଷଣଶୀଳତା ଦୂରେଇ ନାହିଁ । 

ଶୁଣିବାକୁ ମିଳୁଛି ଖୁବ ଶୀଘ୍ର  ଜାହ୍ନବୀ ପ୍ରେମିକ ଶିଖର ପାହାଡିଆଙ୍କୁ ବିବାହ କରିବେ ।  ଏ ନେଇ ଜାହ୍ନବୀଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଥିଲେ  ବିବାହ ଏବେ ବି ଡେରି ଅଛି । ସେ ଏବେ କ୍ୟାରିଅର୍‌  ଉପରେ ଅଧିକ ଫୋକସ୍‌ କରିବାକୁ ଚାହାନ୍ତି । ଅଳ୍ପଦିନ ତଳେ  ତାଙ୍କ ଅଭିନୀତ ଫିଲ୍ମ ‘ମିଷ୍ଟର ଆଣ୍ଡ ମିସେସ୍‌ ମାହି’ ରିଲିଜ୍‌   ହୋଇଛି । ତେବେ ଫିଲ୍ମଟି ଦର୍ଶକମାନଙ୍କୁ ନିରାଶ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.