ଏତିକି କୋଟିର ମାଲିକ ସୋନାକ୍ଷୀଙ୍କ ସ୍ଵାମୀ ଜହିର ଇକବାଲ, ଜାଣନ୍ତୁ ତାଙ୍କ ବିଳାଶପୂର୍ଣ୍ଣ ଲାଇଫ ଷ୍ଟାଇଲ୍ ବିଷୟରେ...

Published By : Prameya-News7 Bureau | June 28, 2024 IST

ମୁମ୍ଵାଇ ୨୮।୦୬: ଶତୃଘ୍ନଙ୍କ ଲାଡଲୀ ସୋନାକ୍ଷୀ ସିହ୍ନା । ବର୍ତ୍ତମାନ ସେ ତାଙ୍କ ଜୀବନ ସାଥୀକୁ ବାଛିଛନ୍ତି। ଅଭିନେତା ଜହିର ଇକବାଲଙ୍କୁ ବିବାହ କରିଛନ୍ତି। ସାତ ବର୍ଷ ଧରି ଡେଟିଂ କରିବା ପରେ ଜୁନ୍‌ ୨୩, ୨୦୨୪ରେ ଉଭୟ ହାତକୁ ଦି ହାତ ହୋଇଥିଲେ । ତେବେ ଏହି ସମୟ ମଧ୍ୟରେ, ଆମେ ଆପଣଙ୍କୁ ଜଣାଇବୁ ଯେ ସୋନାକ୍ଷୀ ସିହ୍ନାଙ୍କ ସ୍ଵାମୀ ଜହିର ଇକବାଲ କିଏ? ସେ କ’ଣ କରନ୍ତି, ସଲମାନ ଖାନଙ୍କ ସହିତ ତାଙ୍କର ସମ୍ପର୍କ କ’ଣ ଏବଂ ତାଙ୍କର ନେଟ ମୂଲ୍ୟ କେତେ?

 

ଜହିର ଇକବାଲ ଏବଂ ସୋନାକ୍ଷୀ ସିହ୍ନା ହେଉଛନ୍ତି ସେହି ଦମ୍ପତି । ଯେଉଁମାନେ ନିଜ ସମ୍ପର୍କକୁ ପ୍ରଶଂସକଙ୍କ ଆଖିରୁ ଲୁଚାଇ ରଖିଥିଲେ | କିନ୍ତୁ ୨୦୨୨ ମସିହାରେ, ଦୁହେଁ ନିଜ ସମ୍ପର୍କକୁ ରିଭିଲ କରିଥିଲେ | ତା’ପରେ ଜହିର ଅଭିନେତ୍ରୀଙ୍କୁ ଖୋଲାଖୋଲି ଭାବେ କହିଥିଲେ ଯେ ସେ ତାଙ୍କୁ ଭଲ ପାଆନ୍ତି। ଏହା ପରେ ଦୁହେଁ ଖୋଲାଖୋଲି ଭାବେ ଫଟୋ ସେୟାର କରନ୍ତି । ଲୋକମାନେ ପ୍ରାୟତଃ ପଚାରନ୍ତି ଯେ ଜହିର ଇକବାଲ ଏବଂ ସଲମାନ ଖାନଙ୍କ ବନ୍ଧୁତା କିପରି ହେଲା। ଆପଣ ନିଶ୍ଚିତ ଭାବରେ ସେହି ଫଟୋ ଦେଖିଥିବେ ଯେଉଁଥିରେ ସଲମାନ ଜହିରଙ୍କୁ ତାଙ୍କ କୋଳରେ ଧରିଛନ୍ତି ।

ବ୍ୟକ୍ତିଗତ ଜୀବନ:

ତେବେ ଆସନ୍ତୁ ଜାଣିବା କହିବା ଯେ ତାଙ୍କ ପିତାଙ୍କ କାରଣରୁ ସେ ସଲମାନ ଖାନଙ୍କୁ ଜାଣିଛନ୍ତି। ଜହିର ଇକବାଲ ଡିସେମ୍ବର ୧୦, ୧୯୮୮ ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଜହିର ଇକବାଲଙ୍କ ପିତା ଜଣେ ବ୍ୟବସାୟୀ । ଯାହାର ନାମ ଇକବାଲ ରତ୍ନାସୀ। ସେ ଜଣେ ଅଳଙ୍କାର ବ୍ୟବସାୟୀ । ତାଙ୍କ ମା ଜଣେ ଗୃହିଣୀ, ଭଉଣୀ ଜଣେ ସେଲିବ୍ରିଟି ଷ୍ଟାଇଲିଷ୍ଟ ଭାବରେ କାର୍ଯ୍ୟ କରନ୍ତି ଏବଂ ସାନଭାଇ କମ୍ପ୍ୟୁଟର ଇଞ୍ଜିନିୟର ଅଟନ୍ତି । ସଲମାନ ଖାନଙ୍କ ସହ ତାଙ୍କର ବହୁତ ପୁରୁଣା ବନ୍ଧୁତା ଅଛି। ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ସଲମାନ ଖାନ ହିଁ ସୋନାକ୍ଷୀଙ୍କୁ ଜହିରଙ୍କ ସହ ପରିଚିତ କରାଇଥିଲେ। ତା’ପରେ ଦୁହେଁ ବନ୍ଧୁ ହେଲେ ଏବଂ ପ୍ରେମରେ ପଡ଼ିଗଲେ।

ବୃତ୍ତି:

ସୋନାକ୍ଷୀ ସିହ୍ନାଙ୍କ ପରି ଜହିର ଇକବାଲ ମଧ୍ୟ ସଲମାନ ଖାନଙ୍କ ଦ୍ଵାରା ଲଞ୍ଚ କରାଯାଇଥିଲା। ଅଭିନୟରେ ପାଦ ଦେବା ପୂର୍ବରୁ ଜହିର ୨୦୧୪ ଚଳଚ୍ଚିତ୍ର ଜୟ ହୋରେ ସହକାରୀ ନିର୍ଦ୍ଦେଶକ ଭାବରେ କାମ କରିଥିଲେ ।  ୨୦୧୯ ମସିହାରେ, ଜହିର ଇକବାଲ ନୋଟବୁକ୍ ଚଳଚ୍ଚିତ୍ର ସହିତ ଡେବ୍ୟୁ କରିଥିଲେ। ଯାହା ହଲିଉଡ ଚଳଚ୍ଚିତ୍ର ଶିକ୍ଷକ ଡାଏରୀର ଏକ ଆଡାପ୍ଟେସନ୍ ଥିଲା।ଏହି ଚଳଚ୍ଚିତ୍ରଟି ନିଜେ ସଲମାନ ଖାନଙ୍କ ଦ୍ଵାରା ନିର୍ମିତ । ହେଲେ ଜହିରଙ୍କ ଡେବ୍ୟୁ ଫ୍ଲପ୍ ଥିଲା। ଜହିରଙ୍କ ନାମ ମଧ୍ୟ ଦିଶା ସେଠ୍‌ ଏବଂ ସନା ସଇଦଙ୍କ ସହ ଜଡିତ ଥିଲା। ଅଭିନେତା ଏ ବିଷୟରେ କେବେବି କଥାବାର୍ତ୍ତା କରିନାହାଁନ୍ତି । 

ନେଟ୍‌ୱର୍ଥ:

ଜହିର ଇକବାଲଙ୍କ ନେଟ୍‌ୱର୍ଥ ୨ କୋଟି ଟଙ୍କା ବୋଲି ଦାବି କରାଯାଇଛି। ପାରିବାରିକ ବ୍ୟବସାୟର ରୋଜଗାର ଏଥିରେ ଅନ୍ତର୍ଭୁକ୍ତ ନୁହେଁ । ଅଭିନୟ, ପାରିବାରିକ ବ୍ୟବସାୟ ବ୍ୟତୀତ ସେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ମଧ୍ୟ ରୋଜଗାର କରନ୍ତି । ଅନେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ସୋନାକ୍ଷୀଙ୍କ ସମ୍ପତ୍ତି ମୂଲ୍ୟ ୧୦୨ କୋଟି ଟଙ୍କା। 

ବିଳାସପୂର୍ଣ୍ଣ ଲାଇଫ୍‌ଷ୍ଟାଇଲ୍‌:

ଜହିର ଇକବାଲଙ୍କ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌। ସେ ନେଦରଲ୍ୟାଣ୍ଡ ଏବଂ ଫିନଲ୍ୟାଣ୍ଡ ସମେତ ବିଶ୍ଵର ଅନେକ ସ୍ଥାନ ବୁଲିବାକୁ ପସନ୍ଦ କରନ୍ତି। କାର ପ୍ରତି ତାଙ୍କର ବହୁତ ଦୁର୍ବଳତା ରହିଛି। ଜହିର ମର୍ସିଡିଜ୍ ବେଞ୍ଜ୍ ଏମ୍-କ୍ଲାସ୍ ଏବଂ ଡୁକାଟୀ ପରି ଅନେକ ଯାନଗୁଡିକର ମାଲିକ ଅଟନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.