ଖୁଲାସା କଲେ ଅମିତାଭ ବଚ୍ଚନ, କାହିଁକି ଦେଖିନଥିଲେ ଟି-୨୦ ବିଶ୍ୱକପ୍‌ର ଫାଇନାଲ୍ ମ୍ୟାଚ୍

Published By : Prameya-News7 Bureau | June 30, 2024 IST

ମୁମ୍ବାଇ ୩୦।୦୬: ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ୨ୟ ଥର ପାଇଁ ଟି-୨୦ ଚାମ୍ପିଅନ୍‌ ହୋଇଛି। ଫାଇନାଲ ମୁକାବିଲାରେ କଡ଼ା ଫାଇଟ୍‌ରେ ହାରିଲା ଦକ୍ଷିଣ ଆଫ୍ରିକା । ଏହି ବିଜୟ ପରେ ପୁରା ଦେଶରେ ଥିଲେ ସେଲିବ୍ରେସନ୍‌ର ମାହୋଲ । ହେଲେ ବିଗ ବି ଅମିତାଭ ବଚ୍ଚନ ଦେଖିନଥିଲେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ । ଆଉ କାହିଁକି ଏହି ମ୍ୟାଚ୍‌ ଦେଖିନଥିଲେ ତାହାର କାରଣ ବି କହିଛନ୍ତି ମହାନାୟକ ଅମିତାଭ ବଚ୍ଚନ ।

ଭାରତ ବିଜୟୀ ପରେ ନିଜର ଏକ୍ସ ଆକାଉଣ୍ଟରେ ଅମିତାଭ ବଚ୍ଚନ ଲେଖିଛନ୍ତି ଯେ, ୧୭ ବର୍ଷ ପରେ ଟିମ୍ ଇଣ୍ଡିଆ ବିଶ୍ୱକପ୍‌ ଜିତିଛି । ମୋ ଆଖିରେ ଲୁହର ଧାରା ବୋହିଯାଉଛି । ଫାଇନାଲ ମ୍ୟାଚ୍‌କୁ ମୁଁ ଟିଭିରେ ଦେଖିନାହିଁ । ଜାଣିଶୁଣି ମୁଁ ଏହି ମ୍ୟାଚ୍‌କୁ ଦେଖିନାହିଁ । କାହିଁକି ନା ମୋତେ ଲାଗୁଛି ଯେ, ମୁଁ ମ୍ୟାଚ୍‌ଦେଖିଲେ ଟିମ୍‌ ଇଣ୍ଡିଆ ହାରିଯାଉଛି। ଯାହାକୁ ନଜରରେ ରଖି ମୁଁ ମ୍ୟାଚ୍‌ ଦେଖିଲିନାହିଁ । ବିଶ୍ୱ ଚମ୍ପିଆନ୍‌ ଭାରତ.. ଭାରତ ମାତା କି ଜୟ.. ଜୟ ହିନ୍ଦ... ଜୟ ହିନ୍ଦ...ଜୟ ହିନ୍ଦ...

ସୂଚନାଯୋଗ୍ୟ ଯେ, ଶନିବାର ରାତିରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨୦୨୪ ଟି-୨୦ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ ଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୧୭୬ ରନ୍‌ କରିଥିଲା । ଯାହାଫଳରେ ଦକ୍ଷିଣ ଆଫ୍ରିକାକୁ ୧୭୭ ରନ୍‌ର ଟାର୍ଗେଟ ଦେଇଥିଲା ଭାରତୀୟ ଟିମ୍‌ । ଜବାବରେ ଦକ୍ଷିଣ ଆଫ୍ରିକା ମଧ୍ୟକ୍ରମରେ ଭଲ ବ୍ୟାଟିଂ କରିବା ସତ୍ୱେ ବି ମ୍ୟାଚ୍‌ ହାରିଥିଲା । ଆଉ ଭାରତ ୭ ରନ୍‌ରେ ଫାଇନାଲ ମ୍ୟାଚ୍‌ରେ ବିଜୟୀ ହୋଇଛି । ଏହାସହ ଦୀର୍ଘ ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍‌ର ଚମ୍ପିଆନ୍‌ ହୋଇଛି । ସେପଟେ ଏହି ବିଶ୍ୱକପ୍‌ ବିଜୟୀ ହେବା ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଟି-୨୦ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି । 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.