ଆଗକୁ ପ୍ଲାନିଂ କ'ଣ ? ସାମ୍ୱାଦିକଙ୍କ ପ୍ରଶ୍ନର ଏମିତି ଉତ୍ତର ଦେଲେ ରାହୁଲ୍ ଦ୍ରାବିଡ୍, ଭାଇରାଲ୍ ହେଲା ଭିଡିଓ...

Published By : Prameya-News7 Bureau | July 02, 2024 IST

ନୂଆଦିଲ୍ଲୀ ୦୨/୦୭: ଟିମ୍ ଇଣ୍ଡିଆର ‘ଦ ୱାଲ’ । ପଡିଆରେ କାମ୍ ଆଣ୍ଟ କ୍ୱାଇଟ୍ । ଯେମିତି ସିରିୟସ ଖେଳନ୍ତି, ଆଟିଚ୍ୟୁଡ୍ ବି ସେମିତି । କେବଳ ଖେଳ ନୁହେଁ ତାଙ୍କ କୋଚିଂ ଷ୍ଟାଇଲ ବି ଡିଫରେଣ୍ଟ । ନା ବେଶି ଖୁସି ହୁଅନ୍ତି ନା ଶୋ ଅଫ୍ କରନ୍ତି । କିନ୍ତୁ ମ୍ୟାଚ୍ ବେଳେ ଥାନ୍ତି ଆଗ୍ରେସିଭ୍ । ନିକଟରେ ଶେଷ ହୋଇଛି ତାଙ୍କର କୋଚ୍ କାର୍ଯ୍ୟକାଳ । 

ଆଉ ଟିମ୍ ଇଣ୍ଡିଆ ବି ତାଙ୍କୁ ଦେଇଛି ବେଷ୍ଟ ଫ୍ୟାରଓ୍ୱେଲ୍ । ଯାହା ତାଙ୍କ ପାଇଁ ହୋଇ ରହିବ ଚୀର ସ୍ମରଣୀୟ । ହେଲେ ଏବେ ସେ କୁଆଡେ ବେକାର ? ଖୋଜୁଛନ୍ତି ଚାକିରି ? ଏକଥା ଆମେ କହୁନୁ ବରଂ ନିଜେ କହିଛନ୍ତି ଦ୍ରାବିଡ । ଯାହାର ଭିଡିଓ ଏବେ ବେଶ୍ ଭାଇରାଲ୍ । ୧୭ ବର୍ଷ ପରେ ବିଶ୍ୱକପ୍ ଜିତିଛି ଭାରତ । ରୋହିତ ଶର୍ମା ଓ ରାହୁଲ ଦ୍ରାବିଡଙ୍କ ମାର୍ଗଦର୍ଶନରେ ମେନ୍ ଇନ୍ ବ୍ଲୁ ହାତେଇଛି ଟାଇଟଲ୍ । 

ବାର୍ବଡୋସରେ ଦମ୍‌ଦାର ଖେଳ ଦେଖାଇଥିଲେ କ୍ରିକେଟର । ଆଉ ଟିମ୍ ବିଶ୍ୱବିଜୟୀ ପରେ ସବୁଠି ବାହାବା । ଖେଳ ଶେଷ ପରେ ଫ୍ୟାନ୍ସଙ୍କୁ ଲାଗିଥିଲା ତଗଡା ଝଟ୍‌କା । ଅବସର ଘୋଷଣା କରିଥିଲେ ବିରାଟ ଓ ରୋହିତ । ହେଲେ ଠିକ୍ ଏହାର ଦିନକ ପରେ ଟି-ଟ୍ୱେଣ୍ଟିକୁ ବାଏ ବାଏ କହିଥିଲେ ଜାଡେଜା । ଏହି ତିନି ବରିଷ୍ଠ ଖେଳାଳିଙ୍କ ସହ କୋଚ୍ ରାହୁଲଙ୍କର ମଧ୍ୟ କାର୍ଯ୍ୟକାଳ ଶେଷ ହୋଇଯାଇଛି। ତେବେ ମ୍ୟାଚ୍ ପରେ ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ ରହୁଲ ଦ୍ରାବିଡ । 


ମ୍ୟାଚ୍ ସରିବା ପରେ ଚାଲିଥିଲା ପିସି । ଏହି ସମୟରେ ରାହୁଲ୍‌ଙ୍କୁ ପ୍ରଶ୍ନ କରିଥିଲେ ସାମ୍ୱାଦିକ । ପ୍ରଶ୍ନ ଥିଲା ଆଗକୁ ତାଙ୍କର ନେକ୍ସ୍ଟ ପ୍ଲାନିଂ କଣ? । ଆଉ ଏହାର ଜବରଦସ୍ତ ରିପ୍ଲାଏ ଦେଇଥିଲେ ରାହୁଲ୍ । କହିଥିଲେ  ପ୍ଲିଜ୍ ମୁଁ ଏବେ ବେକାର, ମୋ ପାଇଁ ଖୋଜିଦିଅ ଚାକିରି । ଏକଥା ଶୁଣିବା ପରେ ଚକିତ ହୋଇପଡିଥିଲେ ଉପସ୍ଥିତ ସାମ୍ୱାଦିକ । ସମସ୍ତେ ଦ୍ରାବିଡଙ୍କର ଏପରି ଥଟ୍ଟାଳିଆ ଅନ୍ଦାଜ୍‌ଙ୍କୁ କରିଥିଲେ ପସନ୍ଦ । କେବଳ ସାମ୍ୱାଦିକ କାହିଁ ନିଜେ ରାହୁଲ୍ ବି ହସିଥିଲେ । 

ଜୁଲାଇ ୬ ଜିମ୍ୱାଓ୍ୱେ ଗସ୍ତ କରିବ ଟିମ୍ ଇଣ୍ଡିଆ । ଶୁଭମନ ଗିଲ୍‌ଙ୍କ ନେତୃତ୍ୱରେ ଦମ୍ ଦେଖାଇବେ ୟୁଥ୍ ବ୍ରିଗେଡ । ଆଉ ଏମାନଙ୍କ ଲିଡର ହେବେ ଭାରତର ପୂର୍ବତନ ବ୍ୟାଟର୍ ଭିଭିଏସ୍ ଲକ୍ଷ୍ଣଣ । ଆଗାମୀ ଦିନରେ ସେ ହେଡ୍ କୋଚ୍ ଦାୟିତ୍ୱ ନେବାକୁ ଯାଉଛନ୍ତି । ସେହିଭଳି ଶ୍ରୀଲଙ୍କା ଗସ୍ତରୁ ହେଡ୍ କୋଚ୍ ଦାୟିତ୍ୱ ନେବେ ପୂର୍ବତନ ଭାରତୀୟ ଖେଳାଳି ଗୌତମ ଗମ୍ଭୀର । ଯଦିଓ ଏନେଇ ଆନୁଷ୍ଠାନିକ ଘୋଷଣା ହୋଇନି ତଥାପି ଏମାନେ ଦାୟିତ୍ୱ ନେବା ଥୟ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.