ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଚାମ୍ପିଅନ ଟିମ୍, ଅପରାହ୍ନରେ ମୁମ୍ବାଇରେ ବିଜୟ ଶୋଭାଯାତ୍ରା

Published By : Prameya-News7 Bureau | July 04, 2024 IST

ନୂଆଦିଲ୍ଲୀ ୦୪/୦୭: ସ୍ୱଦେଶ ଫେରିବା ପରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଚାମ୍ପିଅନ୍ସ ଟିମ୍ । ଟି-୨୦ ବିଶ୍ବକପରେ ବିଜୟୀ ହେବା ପରେ ଘୂର୍ଣ୍ଣିଝଡ଼ କାରଣରୁ ବାର୍ବାଡୋସରେ ଫସିଥିଲା  ଭାରତୀୟ ଟିମ୍ । ଆଜି ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । 

ବିମାନ ବନ୍ଦରରୁ ବସ ଯୋଗେ ଖେଳାଳି ମାନେ ହୋଟେଲ ଆଇଟିସି ମୌର୍ଯ୍ୟକୁ ଯାଇଥିବା ବେଳେ ବାଟରେ ପ୍ରଶଂସକ ମାନେ ତାଙ୍କୁ ଜୋରଦାର ସ୍ବାଗତ କରିଥିଲେ । ଏବେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ଖେଳାଳୀ ମାନେ ମୁମ୍ବାଇ ଅଭିମୁଖେ ଉଡାଣ ଭରିବେ । ମୁମ୍ବାଇରେ ପହଞ୍ଚିବା ପରେ ସମସ୍ତ ଖେଳାଳି ୱାଙ୍ଖଡେ ଷ୍ଟାଡିୟମ ଅଭିମୁଖେ ଯାତ୍ରା କରିବେ । ସେଠାରେ ବିସିସିଆଇ ସମ୍ପାଦକ ଜୟ ଶାହାଙ୍କୁ ବିଶ୍ୱକପ ଟ୍ରଫି ଦେବେ ଅଧିନାୟକ ରୋହିତ ଶର୍ମା । 


ବାତ୍ୟାରେ ଫଶିଥିବା ଟିମ୍ ଇଣ୍ଡିଆର ଖେଳାଳୀଙ୍କ ପାଇଁ ବାର୍ବାଡୋସକୁ ସ୍ୱତନ୍ତ୍ର ବିମାନ ପଠାଇଥିଲା ବିସିସିଆଇ । ଏହି ବିମାନରେ ଖେଳାଳୀଙ୍କ ସହ ସହଯୋଗୀ ଷ୍ଟାଫ୍, ଖେଳାଳୀଙ୍କ ପରିବାର ସଦସ୍ୟ, ବିସିସିଆଇର କିଛି ସଦସ୍ୟ, ଭାରତୀୟ ଗଣମାଧ୍ୟମର କିଛି ସଦସ୍ୟ ଭାରତ ଫେରିଛନ୍ତି । ଚଳିତ ଟି-୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇ ଚାମ୍ପିଅନ ହୋଇଛି ଟିମ୍ ଇଣ୍ଡିଆ । ଦୀର୍ଘ ୧୭ ବର୍ଷ ପରେ ପୁଣିଥରେ ଟି-୨୦ ବିଶ୍ୱକପ ବିଜେତା ହୋଇଛି ଭାରତୀୟ ଦଳ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.