୧୧୬ ରନ୍‌ କରିପାରିଲାନି ଟିମ୍‌ ଇଣ୍ଡିଆ, ୧୩ ରନ୍‌ରେ ହରାଇଲା ଜିମ୍ବାଓ୍ୱେ

Published By : Prameya-News7 Bureau | July 06, 2024 IST

News7

ନୂଆଦିଲ୍ଲୀ: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଅନୁଷ୍ଠିତ ୫ ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜର ପ୍ରଥମ ମ୍ୟାଚ୍‌ରେ ୧୩ ରନ୍‌ରେ ଜିତିଲା ଆୟୋଜକ ଜିମ୍ବାୱେ। ଭାରତୀୟ ଦଳ ଜିତିବାକୁ ୧୧୬ ରନ୍‌ର ଟାର୍ଗେଟ୍ ଦେଇଥିଲା ଜିମ୍ବାଓ୍ୱେ। କିନ୍ତୁ ସେ ଏହି ଛୋଟ ଲକ୍ଷ୍ୟକୁ ହାସଲ କରିପାରି ନଥିଲେ ଭାରତୀୟ ଦଳ। ଭାରତୀୟ ଦଳ ୧୯.୫ ଓଭରରେ ସମସ୍ତ ଓ୍ୱିକେଟ୍‌ ହରାଇ ୧୦୨ ରନରେ ସୀମିତ ରହିଥିଲା। ଜିମ୍ବାୱେ ବିପକ୍ଷରେ ଟି -20ରେ ଭାରତୀୟ ଦଳର ଏହା ତୃତୀୟ ପରାଜୟ।

ମ୍ୟାଚ୍‌ର ଶେଷ ଓଭରରେ ଭାରତକୁ ଜିତିବା ପାଇଁ ୧୬ ରନ୍ ସ୍କୋର ଆବଶ୍ୟକ ପଡୁଥିଲା। ସେହି ଓଭରକୁ ଚଟାରା ବୋଲିଂ କରିଥିଲେ। ସେହି ଓଭରରେ ବିଜୟ ପାଇଁ ୱାଶିଂଟନ୍ ସୁନ୍ଦରଙ୍କ ଉପରେ ଦାୟିତ୍ୱ ଥିଲା। କିନ୍ତୁ ସେ ମାତ୍ର ୨ ରନ୍ ସ୍କୋର କରି ପଞ୍ଚମ ବଲରେ ଆଉଟ୍ ହୋଇଯାଇଥିଲେ।

ଟି -20 ଇଣ୍ଟରନ୍ୟାସନାଲରୁ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଅବସର ପରେ ଏହା ଭାରତୀୟ ଦଳର ପ୍ରଥମ ମ୍ୟାଚ୍ ଥିଲା। ଏପରିକି ଟି -20 ବିଶ୍ୱକପ ଟାଇଟଲ ଜିତିବା ପରେ ଏହା ଭାରତର ପ୍ରଥମ ମ୍ୟାଚ୍ ଥିଲା। ଏହି ସିରିଜ୍ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଅକ୍ସର ପଟେଲ, ଅର୍ଶଦୀପ ସିଂ ଏବଂ କୁଲଦୀପ ଯାଦବଙ୍କ ଭଳି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଏଭଳି ପରିସ୍ଥିତିରେ ଶୁଭମନ ଗିଲ ଏହି ସିରିଜର ଅଧିନାୟକ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.