‘୧୮ କୋଟି ପାଇଁ ଯୋଗ୍ୟ ନୁହନ୍ତି ହାର୍ଦ୍ଦିକ ପାଣ୍ଡ୍ୟା’, ମେଗା ନିଲାମ ପୂର୍ବରୁ ମୁମ୍ବାଇ ଅଧିନାୟକଙ୍କୁ ଅସମ୍ମାନ କଲେ ଏହି ପୂର୍ବତନ ଖେଳାଳି

Published By : Prameya-News7 Bureau | October 03, 2024 IST

abp live

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ମେଗା ନିଲାମ ପୂର୍ବରୁ ରିଟେନସନ ନିୟମ ସାମ୍ନାକୁ ଆସି ସାରିଛି। ଏହା ଅନୁସାରେ ଏବେ ଫ୍ରାଞ୍ଚାଇଜମାନେ ନିଜ ଦଳରେ ଛଅ ଖେଳାଳିଙ୍କୁ ରଖି ପାରିବେ। ଇତି ମଧ୍ୟରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ୍‌ର ଟମ୍ ମୁଡି ଚକିତ କରିବା ଭଳି ବୟାନ ଦେଇଛନ୍ତି। ମୁଡି କହିଛନ୍ତି, ପାଣ୍ଡ୍ୟାଙ୍କୁ ୧୮ କୋଟି ଟଙ୍କାରେ ରିଟେନ୍ କରାଯିବା ଉଚିତ୍ କି ନାହିଁ ତାକୁ ନେଇ ମୁଁ ନିଶ୍ଚିତ ନୁହେଁ। ପାଣ୍ଡ୍ୟା ଗତ ବର୍ଷ ମୁମ୍ବାଇ କ୍ରିକେଟ୍ ଦଳର ଅଧିନାୟକ ଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୧୮-୧୮ କୋଟି ଟଙ୍କାର ଦୁଇ ଖେଳାଳି, ୧୪-୧୪ କୋଟି ଟଙ୍କାରେ ଦୁଇ ଖେଳାଳି ଏବଂ ୧୧ କୋଟି ଲେଖାଏଁ ଖର୍ଚ୍ଚ କରି ଦୁଇ ଖେଳାଳି ରିଟେନ୍ କରାଯାଇ ପାରିବ। ଏହି ପ୍ରସଙ୍ଗରେ ଟମ ମୁଡି କହିଛନ୍ତି, ଗତ ସିଜିନରେ ଯାହା କିଛି ଘଟିଛି, ତାକୁ ଦେଖିଲେ ରୋହିତଙ୍କୁ ନେଇ କିଛି କୁହାଯାଇ ପାରିବ ନାହିଁ। ମୋତେ ଲାଗୁଛି ବୁମରା ଓ ସୂର୍ଯ୍ୟକୁମାର ଯାଦବଙ୍କୁ ୧୮-୧୮ କୋଟି ଟଙ୍କାରେ ରିଟେନ କରାଯିବା ଉଚିତ୍। ଏହି ତାଲିକାରେ ପାଣ୍ଡ୍ୟାଙ୍କ ନାଁ ସାମିଲ ଥିବ। 

Also read: ବର୍ଡର-ଗାଭାସ୍କର ସିରିଜ୍‌ରୁ ବାଦ୍ ପଡ଼ିବା ଖବରରେ କ୍ଷୁବ୍ଧ ଶାମି, କହିଲେ- ମିଛ ପ୍ରଚାର କରନ୍ତୁ ନାହିଁ

ମୁଡ଼ି କହିଛନ୍ତି, ପାଣ୍ଡ୍ୟାଙ୍କୁ ୧୪  କୋଟି ଟଙ୍କା ମିଳିପାରେ। ଏହା ବ୍ୟତୀତ ତାଙ୍କ ଫିଟନେସ୍ ଉପରେ ମଧ୍ୟ ସଭିଙ୍କ ନଜର ରହିବ। କିନ୍ତୁ ଆପଣଙ୍କୁ କଣ ଲାଗୁଛି ପାଣ୍ଡ୍ୟାଙ୍କୁ ୧୮ କୋଟି ଟଙ୍କା ମିଳିବା ଉଚିତ୍। ଏତେ କୋଟି ଟଙ୍କା ଖର୍ଚ୍ଚ କଲେ ଜଣେ ଭଲ ମ୍ୟାଚ୍ ବିଜେତା ଖେଳାଳି କିଣା ଯାଇ ପାରିବ।

ସୂଚନାଯୋଗ୍ୟ, ମୁମ୍ବାଇ ଇଣ୍ଡିଆନ୍ସ  ଆଇପିଏଲ୍ ୨୦୨୪ ଠିକ୍ ପୂର୍ବରୁ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଯାଇଥିଲା। ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେତୃତ୍ଵ ଦାୟିତ୍ଵ ଦିଆଯାଇଥିଲା। ଉକ୍ତ ସିଜିନରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ରୋହିତଙ୍କୁ ଅଧିନାୟକ ପଦରୁ ହଟାଯିବା ନେଇ ଖୁବ ବିବାଦ ହୋଇଥିଲା। ଏବେ ରୋହିତ ମୁମ୍ବାଇ ଦଳର ରହିବେ କି ନାହିଁ ସ୍ପଷ୍ଟ ହୋଇ ନାହିଁ।

ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା  ଅନେକ ସମୟରେ ଦମଦାର ପ୍ରଦର୍ଶନ କରିଛନ୍ତି। ମାତ୍ର ପାଣ୍ଡ୍ୟାଙ୍କ ପାଇଁ ଗତ ସିଜିନ ଦୁଃସ୍ଵପ୍ନ ପରି ଥିଲା। ତାଙ୍କ ନେତୃତ୍ଵରେ ମୁମ୍ବାଇର ପ୍ରଦର୍ଶନ ଶୋଚନୀୟ ଥିଲା। ପାଣ୍ଡ୍ୟା ଏ ପର୍ଯ୍ୟନ୍ତ ଆଇପିଏଲ୍‌ରେ ୧୩୭ ମ୍ୟାଚ୍ ଖେଳି ୨୫୨୫ ରନ କରିଛନ୍ତି। ଏଥିରେ ୧୦ ଅର୍ଦ୍ଧଶତକ ସାମିଲ। ବୋଲିଂରେ ପ୍ରଭାବଶାଳୀ ପ୍ରଦର୍ଶନ କରି ୬୪ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.