ଏମଏସ ଧୋନିଙ୍କୁ ରିଟେନ୍‌ କରିବା CSKକୁ ପଡିବ କି ଭାରୀ ? IPL ୨୦୨୪ରେ ସାଢେ ୭ଲକ୍ଷରେ ପଡିଥିଲା ଗୋଟିଏ ରନ୍‌

Published By : Prameya-News7 Bureau | October 05, 2024 IST

ନୂଆଦିଲ୍ଲୀ ୦୫।୧୦: ଆଇପିଏଲ୍‌ ୨୦୨୫ । ଆରମ୍ଭ ପୂର୍ବରୁ ଖୁବ୍ ଚର୍ଚ୍ଚାରେ । କେତେବେଳେ ଅକ୍ସନ୍‌କୁ ନେଇ ତ କେତେବେଳେ ପ୍ଲେୟରଙ୍କୁ ନେଇ ଚର୍ଚ୍ଚା । ଏହାରି ମଧ୍ୟରେ ନିକଟରେ ସାମ୍ନାକୁ ଆସିଛି ଆଇପିଏଲ୍‌ର ନୂଆ ନିୟମ । ଯାହା ବେଶ୍ ରୋଚକ ରହିଛି । ଖାସ୍‌ କରି ରିଟେନ୍‌ ପ୍ଲେୟରଙ୍କୁ ନେଇ ଜୋରଦାର ଗସିପ୍‌ । ଏଣିକି ଫ୍ରାଞ୍ଚାଇଜ୍‌ ୬ ପ୍ଲେୟରଙ୍କୁ କରିବ ରିଟେନ୍‌ । କିନ୍ତୁ ଏମାନଙ୍କ ମଧ୍ୟରେ ଜଣେ ଅନକ୍ୟାପ ପ୍ଲେୟର ରହିବେ । ଆଉ ଏହି ଲିଷ୍ଟର ପ୍ରଥମରେ ରହିଛନ୍ତି ଏମଏସ ଧୋନି । କୁହାଯାଉଛି କି ଆଇପିଏଲ୍‌ ୨୦୨୫ର ମେଗା ଅକ୍ସନରେ ଅନ୍‌କ୍ୟାପ ପ୍ଲେୟର ଭାବେ ସାମିଲ ହେବେ କ୍ୟାପଟେନ୍‌ କୁଲ୍ । ଚେନ୍ନାଇ ସୁପର କିଙ୍ଗ୍ସ ଧୋନିଙ୍କୁ ନିଜ ଟିମ୍‌ରେ ସାମିଲ କରିପାରେ । ଯଦିଓ ଏହା ସ୍ପଷ୍ଟ ହୋଇନି କିନ୍ତୁ ସିଏସ୍‌କେ ଯଦି ଏପରି କରେ ତେବେ ବହୁତ ବଡ ଘାଟାରେ ପଡିବ ଟିମ୍‌ । 

ଏବେ ଭାବୁଥିବେ ଆମେ ଏପରି କାହିଁକି କହୁଛୁ ? ଆଇପିଏଲ୍‌ ୨୦୨୪ର ରେକର୍ଡକୁ ଦେଖାଯାଏ ତେବେ ଧୋନି ଗୋଟିଏ ରନ୍ ସ୍କୋର କରିବା ପାଇଁ ନେଇଥିଲେ ସାଢେ ୭ଲକ୍ଷ ଟଙ୍କା । ଏବେ ପ୍ରଶ୍ନ ଆସୁଛି ଏପରି କେମିତି ? ବାସ୍ତବରେ ଆଇପିଏଲ୍ ୨୦୨୪ରେ ୧୪ଟି ମ୍ୟାଚ୍ ଖେଳିଛନ୍ତି ଏମଏସ ଧୋନି । ଏହି ସମୟରେ ସେ କରିଛନ୍ତି ୧୬୧ ରନ୍‌ ସ୍କୋର । ଧୋନୀ ୨୨୦ରୁ ଅଧିକ ଷ୍ଟ୍ରାଇକ୍ ରେଟ୍‌ରେ କରିଥିଲେ ବ୍ୟାଟିଂ । ତଥାପି ଧୋନିଙ୍କ ଏହି ପ୍ରଦର୍ଶନ CSK ପାଇଁ ହୋଇଥିଲା ବହୁତ ମହଙ୍ଗା । ଆଇପିଏଲ୍ ୨୦୨୪ରେ ଧୋନିଙ୍କ ଦରମା ୧୨ କୋଟି ଟଙ୍କା ଥିଲା। ଯଦି ପ୍ରତି ରନ୍ ଆକଳନ କରାଯାଏ ତେବେ ସିଏସ୍‌କେ ଧୋନିଙ୍କୁ ଗୋଟିଏ ରନ୍ ପାଇଁ ଦେଇଛି ୭.୫ ଲକ୍ଷ ଟଙ୍କା । ଆଇପିଏଲ୍ ୨୦୨୩ରେ ଧୋନି ମାତ୍ର ୧୦୪ ରନ୍ ସ୍କୋର କରିଥିଲେ ଏବଂ ସେହି ବର୍ଷ 'ଥାଲା'ଙ୍କର ଗୋଟିଏ ରନ୍ ଦାମ୍‌ ଥିଲା ୧୧ ଲକ୍ଷରୁ ଅଧିକ ଟଙ୍କା ।  

ଅନ୍ୟପଟେ ସିଏସ୍‌କେ ଧୋନୀଙ୍କୁ ଟିମ୍‌ରେ ରଖିବା ନେଇ କୌଣସି ସ୍ପଷ୍ଟିକରଣ ଆସିନି । ନିକଟରେ ସିଏସକେ ସିଇଓ ନିଜ ବିବୃତ୍ତିରେ କହିଥିଲେ କି ଧୋନିଙ୍କୁ ଅନକ୍ୟାପ୍‌ ପ୍ଲେୟର ଲିଷ୍ଟରେ ରଖାଯିବ କି ନାହିଁ ସେ କଥା ଚିନ୍ତା କରାଯାଇନି । ଯଦି ଆଇପିଏଲ୍‌ ୨୦୨୫ରେ CSK ଧୋନୀଙ୍କୁ ରିଟେନ କରୁଛି ତେବେ ବହୁତ ବଡ କ୍ଷତି ସହିପାରେ । ଧୋନି ଅନକ୍ୟାପ ପ୍ଲେୟର ଭାବେ ଟିମ୍‌ରେ ସାମିଲ ହୁଅନ୍ତି ତେବେ ତାଙ୍କର ଦରମା ୪ କୋଟି ଟଙ୍କା ହେବ । ଦରମା ଦୃଷ୍ଟିରୁ ଟିମ୍‌ ୮କୋଟି ଟଙ୍କା କ୍ଷତି ସହିବ । ଅନ୍ୟପକ୍ଷରେ ଧୋନିଙ୍କ କମ୍ ରନ୍ ସ୍କୋର କରିବା ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସ ହୋଇପାରେ ଘାଟାର ସୌଦା । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.