ଚାମ୍ପିଅନ୍ ହାର୍ଦ୍ଦିକଙ୍କ ଉପରେ ପ୍ରେମ ବର୍ଷା କଲେ ଇଶାନ୍ କିଶାନ, ପାଣ୍ଡ୍ୟାଙ୍କ କୁଣ୍ଢାଇଲେ, କିସ୍ କରି କହିଲେ ଏମିତି...

Published By : Prameya-News7 Bureau | July 06, 2024 IST

ନୂଆଦିଲ୍ଲୀ ୦୬/୦୭: ଭାରତ ଟି-୨୦ ବିଶ୍ୱକପ ଚାମ୍ପିଅନ ହେବା ପରେ ଖେଳାଳିଙ୍କୁ ସବୁଠି ପ୍ରଶଂସା । ସାରା ଦେଶରେ ଉତ୍ସବର ମାହୋଲ । ଏମିତିକି କ୍ରିକେଟରଙ୍କ ବନ୍ଧୁ, ସମ୍ପର୍କୀୟ ଏବଂ ସାଥୀ ଖେଳାଳିମାନେ ସେହି ଚାମ୍ପିଅନ ଖେଳାଳିଙ୍କ ଘର ପରିଦର୍ଶନ କରି ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଟି-୨୦ ବିଶ୍ୱକପ ୨୦୨୪ରେ ଚମତ୍କାର ପ୍ରଦର୍ଶନ କରିଥିଲେ । 

ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଆଇସିସି ୱାର୍ଲ୍ଡ ଅଲରାଉଣ୍ଡର ର଼୍ୟାଙ୍କିଂର ଶୀର୍ଷରେ ରହିଛନ୍ତି । ଏଭଳି ପରିସ୍ଥିତିରେ ପାଣ୍ଡ୍ୟାଙ୍କ ସାଥୀ ଇଶାନ କିଶନ ତାଙ୍କ ଘରକୁ ଯାଇଥିଲେ ତାଙ୍କୁ ଅଭିନନ୍ଦନ ଜଣାଇବାକୁ । ତେବେ ତାଙ୍କ ଶୁଭେଚ୍ଛାଟା ଥିଲା ଟିକେ ହଟ୍‌କେ । ଭିନ୍ନ ଢଙ୍ଗରେ ଜଣାଇଥିବା ଅଭିନନ୍ଦନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ହାର୍ଦ୍ଦିକଙ୍କ ଚମତ୍କାର ପ୍ରଦର୍ଶନକୁ ତାଙ୍କ ସାଥୀ ଇଶାନ କିଶାନ ଅଭିବାଦନ ଜଣାଇଥିଲେ । 

ଶୁକ୍ରବାର ଦିନ, ଇଶାନ ହାର୍ଦ୍ଦିକଙ୍କ ଘରକୁ ଯାଇ ତାଙ୍କୁ ଆଶ୍ଚର୍ଯ୍ୟ କରି ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଯାହାର ଭିଡିଓ ଇଶାନ କିଶନ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ସେୟାର କରିଛନ୍ତି । ଭିଡିଓରେ ଉଭୟ ଖେଳାଳିଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି, ଏହା ପରେ ଇଶାନ ମଧ୍ୟ ହାର୍ଦ୍ଦିକଙ୍କୁ ସ୍ନେହରେ କିସ୍ କରିଥିଲେ । 




ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏହି ଭିଡିଓର କ୍ୟାପସନରେ ଇଶାନ କିଶନ ଲେଖିଛନ୍ତି - "ଆପଣ ଗତ କିଛି ମାସ ମଧ୍ୟରେ ବହୁତ ସହିଛନ୍ତି, ତଥାପି ଆପଣ ଶାନ୍ତ ଏବଂ ଧ୍ୟାନର ସହକାରେ ଅଛି । ଆହୁରି ବି କହିଥିଲେ ଆଜି ଭାଇ, ଆପଣ ଆପଣଙ୍କର କଠିନ ପରିଶ୍ରମ,ସଚ୍ଚୋଟତା ଏବଂ ନିଷ୍ଠାର ଫଳାଫଳ ପାଇଛନ୍ତି । ବହୁତ କିଛି କହିବାକୁ ଅଛି କିନ୍ତୁ ଶବ୍ଦଗୁଡ଼ିକ କମ ହୋଇଯାଏ, ଆପଣ ଜଣେ ଚାମ୍ପିଅନ୍ ଏବଂ ଚମତ୍କାର । 

ସୂଚନା ଥାଉକି, ଟୁର୍ଣ୍ଣାମେଣ୍ଟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଥିଲା ଉତ୍କୃଷ୍ଟ ।  ବିଶେଷକରି ଫାଇନାଲରେ ଯେତେବେଳେ ଦକ୍ଷିଣ ଆଫ୍ରିକା ୧୬ ଓଭରରେ ୧୫୧/୪ ସ୍କୋର କରିଥିଲା । ତା’ପରେ ହାର୍ଦ୍ଦିକ ୧୭ ତମ ଓଭରର ପ୍ରଥମ ବଲରେ ୫୨ ରନ୍ ପାଇଁ ବିପଜ୍ଜନକ ଦେଖାଯାଉଥିବା ହେନ୍ରିଚ୍ କ୍ଲାସେନ୍‌ଙ୍କୁ ଆଉଟ୍‌ କରିଥିଲେ।  

ଏହା ପରେ ସେ ଶେଷ ଓଭରର ପ୍ରଥମ ବଲରେ ଡେଭିଡ ମିଲରଙ୍କୁ ପାଭିଲିୟନକୁ ପଠାଇଥିଲେ । ସେ ୧୬ରନ୍ ବଞ୍ଚାଇବାର ଚ୍ୟାଲେଞ୍ଜକୁ ପୂରଣ କରିଥିଲେ ଏବଂ ଭାରତକୁ ୧୬୮/୮ରେ ସୀମିତ ରଖି ବିଜୟ ପ୍ରଦାନ କରିଥିଲେ । ସମଗ୍ର ଟୁର୍ଣ୍ଣାମେଣ୍ଟରେ ହାର୍ଦ୍ଦିକ ହାରାହାରି ୪୮ ରେ ୧୪୪ରନ୍ ସଂଗ୍ରହ କରିଥିଲେ ଏବଂ ହାରାହାରି ୧୭.୩୬ରେ ୧୧ ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.