ପିଏମ୍ ମୋଦୀଙ୍କୁ ମିଳିଲା ଖାସ୍ ଉପହାର, BCCI ଅଧ୍ୟକ୍ଷ ଏବଂ ସଚିବ ଦେଲେ ସ୍ପେଶାଲ ଜର୍ସି

Published By : Prameya-News7 Bureau | July 04, 2024 IST

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ୍ ଜିତି ଟିମ୍ ଇଣ୍ଡିଆ ସ୍ୱଦେଶ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ୱାଗତ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆବାସରେ ପ୍ରାୟ ଦୁଇ ଘଣ୍ଟା ଯାଏ ଭେଟ କାର୍ଯ୍ୟକ୍ରମ ଚାଲିଥିଲା । ଏହି ଅବସରରେ ପିଏମ୍ ମୋଦୀ ସମସ୍ତ ଖେଳାଳିଙ୍କୁ ଭେଟିବା ସହ ପ୍ରଶଂସା କରିଥିଲେ । ଖେଳାଳି ଏବଂ କୋଚଙ୍କ ବ୍ୟତିତ ବିସିସିଆଇ ଅଧ୍ୟକ୍ଷ ଏବଂ ସଚିବ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ଅବସରରେ ବିସିସିଆଇ ପକ୍ଷରୁ ଏକ ଖାସ୍ ଉପହାର ପିଏମ୍ ମୋଦୀଙ୍କୁ ଦିଆଯାଇଥିଲା ।

ଭାରତୀୟ ଟିମ୍ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଏଆଇସି୨୪ଡବ୍ଲ୍ୟୁସି ଏୟାର ଇଣ୍ଡିଆ ଚାମ୍ପିୟନ୍ସ ୨୪ ବିଶ୍ୱକପ ବୁଧବାର ଭାରତୀୟ ସମୟ ସକାଳ ୪ଟା ୫୦ ମିନିଟରେ ବାର୍ବାଡୋସରୁ ଉଡାଣ ଭରିଥିଲା । ୧୬ ଘଣ୍ଟାର ଯାତ୍ରା ପରେ ଗୁରୁବାର ସକାଳେ ଭାରତୀୟ ସମୟ ୬ଟାରେ ବିମାନ ଦିଲ୍ଲା ପହଞ୍ଚିଥିଲା । ଏହାପରେ ପୂର୍ବହ୍ଣା ୧୧ଟାରେ ସମସ୍ତ ଖେଳାଳି ଏବଂ କୋଚ୍ ପ୍ରଧାନମନ୍ତ୍ରୀ ଆବାସ ଯାଇ ସେଠାରେ ପିଏମ୍ ମୋଦୀଙ୍କୁ ଭେଟିଥିଲେ । ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ଏବଂ ସଚିବ ଜୟ ଶାହ ପିଏମ୍ ମୋଦୀଙ୍କୁ ଟିମ୍ ଇଣ୍ଡିଆର ଏକ ଖାସ୍ ଜର୍ସି ଉପହାର ଦେଇଥିଲେ । ଯେଉଁଥିରେ ନାଁ ସ୍ଥାନରେ ନମୋ ଲେଖାଯାଇଛି । ସେହିପରି ଜର୍ସିରେ ନମ୍ୱର ୧ ଲେଖାଯାଇଛି ।

ଭାରତୀୟ ଟିମର ବିଜୟ ଉତ୍ସବ ଏବେବି ଶେଷ ହୋଇ ନାହିଁ । ଟିମ୍ ଏବେ ମୁମ୍ୱାଇ ସ୍ଥିତ ବିସିସିଆଇ ମୁଖ୍ୟାଳୟ ପହଞ୍ଚିବ । ସଂଧ୍ୟାରେ ଏକ ଖୋଲା ବସରେ ଟିମର ରୋଡ୍ ହେବାର କାର୍ଯ୍ୟକ୍ରମ ରହିଛି । ଏହି ରୋଡ୍ ଶୋ’ ୱାନଖେଡ ଷ୍ଟାଡିୟମ ହେବ । ଷ୍ଟାଡିୟମ ଭିତରେ ଟିମର ସ୍ୱାଗତ ସମାରୋହ କରାଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.