କ’ଣ ହିନା ଖାନଙ୍କୁ ବିବାହ କରିବେ ନାହିଁ ବୟଫ୍ରେଣ୍ଡ ରକି ? ଅଭିନେତ୍ରୀଙ୍କ ଅସୁସ୍ଥତା ପରେ ଦେଲେ ଆଶ୍ଚର୍ଯ୍ୟଜନକ ବୟାନ

Published By : Prameya-News7 Bureau | July 07, 2024 IST

ମୁମ୍ଵାଇ ୦୭।୦୭: 'ୟେ ରିସ୍ତା କୟା କେହଲତା ହୈର ଅକ୍ଷରା ତଥା ହିନା ଖାନ। ସେ ବର୍ତ୍ତମାନ ସ୍ତନ କର୍କଟ ସହିତ ଲଢୁଛନ୍ତି। କେମୋଥେରାପି ପାଇଁ ଏହି ଅଭିନେତ୍ରୀ ନିକଟରେ କେଶ କାଟିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏବେ ତାଙ୍କ ପ୍ରେମିକ ରକି ଜୈସୱାଲଙ୍କ ଯୋଗୁଁ ଅଭିନେତ୍ରୀ ଜଣକ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। 

ବର୍ତ୍ତମାନ ହିନା ଖାନଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କ ପାଇଁ ବହୁତ ପ୍ରାର୍ଥନା କରୁଛନ୍ତି । ଏହା ସହିତ ସେ ମଧ୍ୟ ଚିନ୍ତିତ ଅଛନ୍ତି ଯେ ଅଭିନେତ୍ରୀଙ୍କ ପ୍ରେମିକ ରକି ତାଙ୍କୁ ବିବାହ କରିବେ କି ନାହିଁ। ଏଭଳି ପରିସ୍ଥିତିରେ ରକି ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି। ରିପୋର୍ଟ ଅନୁଯାୟୀନିକଟରେ ରକି ହିନାଙ୍କ ଅସୁସ୍ଥତା ଏବଂ ତାଙ୍କୁ ବିବାହ କରିବା ବିଷୟରେ ଖୋଲାଖୋଲି ଭାବେ କଥା ହୋଇଥିଲେ। ରକି ଜୈସୱାଲ କହିଛନ୍ତି ଯେ ସେ ବର୍ତ୍ତମାନ ବିବାହ କରିବାକୁ ତତ୍ପର ନୁହଁନ୍ତି ଏବଂ ସେ ପୂର୍ବରୁ ମଧ୍ୟ ହିନାଙ୍କ ସହ ଥିଲେ ଏବଂ ଭବିଷ୍ୟତରେ ମଧ୍ୟ ତାଙ୍କ ସହ ରହିବେ।

 

ରକି ଆହୁରି କହିଛନ୍ତି ଯେ ତାଙ୍କର ଏବଂ ହିନାଙ୍କ ସମ୍ପର୍କ ବହୁତ ଶକ୍ତିଶାଳୀ । ତେଣୁ ସେ ହିନା ସୁସ୍ଥ ହେବା ପାଇଁ ଅପେକ୍ଷା କରିବେ ଏବଂ ଏହି କଷ୍ଟ ସମୟରେ ତାଙ୍କୁ ପ୍ରତି ମୁହୂର୍ତ୍ତରେ ସମର୍ଥନ କରିବେ । ବର୍ତ୍ତମାନ ରକିଙ୍କ ଏହି ବିବୃତ୍ତି ପରେ ସୋସିଆଲ ମିଡିଆରେ ସମସ୍ତେ ତାଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ରକି ଗତ କିଛି ବର୍ଷ ହେବ ହିନାଙ୍କୁ ଡେଟ୍ କରୁଥିଲେ। ଅଭିନେତ୍ରୀଙ୍କ ପ୍ରଥମ ସୋ 'ୟେ ରିସ୍ତା କ୍ୟା କେହଲତା ହୈର ସେଟରେ ହିନା ଏବଂ ରକି ଭେଟିଥିଲେ । ହିନା ଶୋର ହିରୋଇନ୍ ହୋଇଥିବାବେଳେ ରକି ଶୋର ସୁପରଭାଇଜିଂ ପ୍ରଡ୍ୟୁସର ଥିଲେ। ଉଭୟଙ୍କ ମଧ୍ୟରେ ବନ୍ଧୁତା ଏବଂ ସାକ୍ଷାତ ଶୋର ସେଟରେ ଆରମ୍ଭ ହୋଇଥିଲା । ତାପରେ ଧୀରେ ଧୀରେ ପ୍ରେମରେ ପଡିଲେ।। ବର୍ତ୍ତମାନ ଦୁହେଁ ଅନେକ ବର୍ଷ ଧରି ଏକାଠି ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.