ଥ୍ୟାଙ୍କ ୟୁ ରୋହିତ... ଜୟ ଶାହ ଏବଂ ତୁମ ପାଇଁ ମୁଁ ଏହି ନିଷ୍ପତ୍ତି ନେଇଥିଲି- ରାହୁଲ ଦ୍ରାବିଡ୍

Published By : Prameya-News7 Bureau | July 02, 2024 IST

ମୁମ୍ବାଇ ୦୨।୦୭ :   ଥ୍ୟାଙ୍କ.. ୟୁ ରୋହିତ ଶର୍ମା । ନଭେମ୍ବରରେ ତୁମେ ମୋତେ ଫୋନ୍‌ କଲ୍‌ କରିଥିବାରୁ.. । ଏକଥା ଆମେ କହୁନାହୁ । ବିଶ୍ୱକପ୍‌ ବିଜୟୀ ପରେ ରୋହିତ ଶର୍ମାଙ୍କୁ ଏଭଳି କିଛି କହିଛନ୍ତି କୋଚ ରାହୁଲ ଦ୍ରାବିଡ ବୋଲି ସୂର୍ଯ୍ୟକୁମାର ଯାଦବ ଏକା ସାକ୍ଷାତରକାରରେ ସୂଚନା ଦେଇଛନ୍ତି ।

୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଠାରୁ ଭାରତ ଫାଇନାଲରେ ହାରିଥିଲା । ଯାହାଫଳରେ ଭାରତର ଦୀର୍ଘ ଦିନରେ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଇଥିଲା । ଏହି ବିଶ୍ୱକପ୍‌ ପରେ କୋଚ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା । ଆଉ ସେ ଟିମ୍‌ ଇଣ୍ଡିଆର କୋଚିଂ କରିବାକୁ ଅନିଚ୍ଛା ପ୍ରକାଶ କରିସାରିଥିଲେ । ଏପିରିକି ବିସିସିଆଇକୁ ମଧ୍ୟ ଜଣାଇ ସାରିଥିଲେ । ହେଲେ ରୋହିତ ଶର୍ମା ଏବଂ ବିସିସିଆଇ ସଚିବ ଜୟ ଶାହ ନୂଆ କୋଚ ରଖିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ । ଆଉ ରାହୁଲ ଦ୍ରାବିଡ୍‌ଙ୍କୁ ଫୋନ୍‌ କଲ କରି ଟି-୨୦ ବିଶ୍ୱକପ୍‌ ଯାଏଁ ଟିମ୍‌ ଇଣ୍ଡିଆର କୋଚ ଦାୟିତ୍ୱ ସମ୍ଭାଳିବାକୁ କହିଥିଲେ । ଆଉ ସେଥିରେ ରାଜି ମଧ୍ୟ ହୋଇଯାଇଥିଲେ ରାହୁଲ ଦ୍ରାବିଡ୍‌ । ଏହିକ୍ରମରେ ଟିମ୍‌ ଟି-୨୦ ବିଶ୍ୱକପ୍‌ ୨୦୨୪ ଖେଳିଲା । ଆଉ ଦମ୍‌ଦାର ପ୍ରଦର୍ଶନ କରି ଦୀର୍ଘ ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍‌ ଟ୍ରଫି ଜିତିଲା । ଆଉ ପୁରା ଦେଶ ସହ ଖେଳାଳିମାନେ ଖୁସିରେ ମସ୍‌ଗୁଲ୍‌ ଥିଲେ । କୋଚ ରାହୁଲ ଦ୍ରାବିଡ ବି ନିଜ ଇମୋସନକୁ ଲୁଚାଇ ରଖିପାରିନଥିଲେ । ସବୁବେଳେ ଚୁପ୍‌ ଚାପ ରହୁଥିବା ରାହୁଲ୍‌ ଦ୍ରାବିଡ ଟି-୨୦ ବିଶ୍ୱକପ୍‌ ଟ୍ରଫି ଜିତିବା ପରେ ନିଜର ଖୁସି ଜାହିର କରିଥିଲେ । ଯାହାର ଭିଡିଓ ଆମେ ସମସ୍ତେ ସୋସିଆଲ୍‌ ମିଡିଆରେ ଦେଖିସାରିଛେ । 

ତେବେ ଏହି ବିଶ୍ୱକପ୍‌ ଟ୍ରଫି ଜିତିବା ପରେ ସମସ୍ତ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ ଡ୍ରେସିଂ ରୁମ୍‌ ଭିତରକୁ ଆସିଥିଲେ। ରାହୁଲ ଦ୍ରାବିଡ ଏହି ସମୟରେ ରୋହିତ ଶର୍ମାଙ୍କ ପାଖକୁ ଆସିଥିଲେ । ଆଉ କହିଥିଲେ ଥ୍ୟାଙ୍କ ୟୁ ରୋହିତ...। କେବଳ ତୁମର (ରୋହିତ) ଏବଂ ଜୟ ଶାହାଙ୍କ ଫୋନ୍‌ କଲ୍‌ ପାଇଁ ମୁଁ ଟିମ୍‌ ଇଣ୍ଡିଆ କୋଚ ଦାୟିତ୍ୱ ସମ୍ଭାଳିଥିଲେ ଦିନିକିଆ ବିଶ୍ୱକପ୍‌ ପରେ ।  ଆଉ ଏହି ନିଷ୍ପତ୍ତିର ଆଜି ମୁଁ ଗୁଜ୍‌ ନ୍ୟୁଜ ପାଇଛି । ଏହି କ୍ଷଣଟି ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ । ଏହି ମୂହୂର୍ତ୍ତ ଦେଇଥିବାରୁ ଆଉ ଥରେ ଧନ୍ୟବାଦ୍‌। ଏକ ସାକ୍ଷାତକାରରେ ସୂର୍ଯ୍ୟାକୁମାର ଯାଦବ ଏହି ଖୁଲାସା କରିଛନ୍ତି ।  

  • BCCI
  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.