ରାଜ୍ୟସଭାରେ ପ୍ରଥମ ଜୋରଦାର ଭାଷଣ ରଖିଲେ ସୁଧା ମୂର୍ତ୍ତି, ଉଠାଇଲେ ଦୁଇ ବଡ ପ୍ରସଙ୍ଗ

Published By : Prameya-News7 Bureau | July 04, 2024 IST

ନୂଆଦିଲ୍ଲୀ, ୦୪/୦୭ : ରାଜ୍ୟସଭାର ନୂଆ ସାଂସଦ ସୁଧା ମୂର୍ତ୍ତି ବୁଧବାର ରଖିଥିଲେ ନିଜର ପ୍ରଥମ ଭାଷଣ । ସାଂସଦ ଭାବେ ଉପସ୍ଥାପନ କରିଥିଲେ ଜୋରଦାର ତର୍କ । ତେବେ ତାଙ୍କର  ପ୍ରଥମ ଭାଷଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି । ରାଷ୍ଟ୍ରପତିଙ୍କ ଅଭିଭାଷଣ  ଉପରେ ଧନ୍ୟବାଦ ପ୍ରସ୍ତାବ ବେଳେ ସୁଧା ମୂର୍ତ୍ତି ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ଭାଷଣ ରଖିଥିଲେ । 

ସେ କହିଥିଲେ, ଜଣେ ମା’ର ମୃତ୍ୟୁ ଘଟିଲେ ହସ୍ପିଟାଲରେ ଜଣଙ୍କ ମୃତ୍ୟୁ ହିସାବରେ ଗଣାଯାଏ । କିନ୍ତୁ ପରିବାର ପାଇଁ ଜଣେ ମା’ ସବୁଦିନ ପାଇଁ ଚାଲିଯାଏ । ସର୍ଭିକାଲ  କ୍ୟାନ୍‌ସର ପାଇଁ ସରକାରୀ ପ୍ରାୟୋଜିତ ଟିକାକରଣ କାର୍ଯ୍ୟକ୍ରମକୁ  ସେ ପ୍ରଶଂସା କରିଥିଲେ । ଏହି ଟିକା ୯ରୁ ୧୪ ବର୍ଷର ଝିଅଙ୍କ ପାଇଁ  ଦିଆଯାଉଛି । ସେହିପରି କୋଭିଡ୍‌ ବେଳେ ସରକାର ଏତେ ବଡ଼  ଟିକାକରଣ କାର୍ଯ୍ୟକ୍ରମକୁ ସରକାର ସଫଳତାର ସହ ପରିଚାଳନା  କରିଥିଲେ । 

ତେଣୁ ସର୍ଭିକାଲ କ୍ୟାନ୍‌ସର ଟିକାକରଣ ସେତେ  କଷ୍ଟକର ହେବ ନାହିଁ ବୋଲି ସେ କହିଥିଲେ । ଏବେ ଏହି  ଟିକା ୧,୪୦୦ ଟଙ୍କାରେ ମିଳୁଛି । ଯଦି ସରକାର ଚାହିଁବେ  ଏହାକୁ ୭୦୦/୮୦୦ ଟଙ୍କାକୁ ଆଣିପାରିବେ ବୋଲି ସେ ପ୍ରକାଶ  କରିଥିଲେ । ପ୍ରକାଶଥାଉ କି, ଇନ୍‌ଫୋସିସ୍‌ ସହପ୍ରତିଷ୍ଠାତା  ନାରାୟଣ ମୂର୍ତ୍ତିଙ୍କ ସ୍ତ୍ରୀ ସୁଧା ମୂର୍ତ୍ତିଙ୍କୁ ଅନ୍ତର୍ଜାତୀୟ ମହିଳା  ଦିବସ ଅବସରରେ ରାଜ୍ୟସଭାକୁ ମନୋନୀତ କରାଯାଇଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.