ନୂଆ ଅପରାଧ ଆଇନକୁ ନେଇ ଚିଦାମ୍ବରମଙ୍କ ବୟାନ ଅପମାନଜନକ: ଉପରାଷ୍ଟ୍ରପତି

Published By : Prameya-News7 Bureau | July 06, 2024 IST

INDIAN EXPRESS

ନୂଆଦିଲ୍ଲୀ: ନୂଆ ଅପରାଧ ଆଇନ୍‌ ଉପରେ କଂଗ୍ରେସ ରାଜ୍ୟସଭା ସାଂସଦ ପି.ଚିଦାମ୍ବରମ ଦେଇଥିବା ବୟାନକୁ କଡ଼ା ସମାଲୋଚନା କରିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼। ପାର୍ଟ ଟାଇମର(ହାପ୍‌ ଟାଇମ କାମ କରୁଥିବା ବ୍ୟକ୍ତି) ମାନେ ନୂଆ ଅପରାଧି ଆଇନ୍‌ର ରୂପରେଖ ତିଆରି କରିଛନ୍ତି ବୋଲି କହିବା ସଂସଦକୁ ଅପମାନ ବୋଲି ଧନଖଡ଼ କହିଛନ୍ତି।  

ଇଣ୍ଡିଆନ ଏକ୍ସପ୍ରେସ୍‌କୁ ସାକ୍ଷାତକାର ଦେଇ ଚିଦାମ୍ବରମ କହିଥିଲେ ଜୁଲାଇ ୧ ତାରିଖରୁ କାର୍ଯ୍ୟକାରୀ ହୋଇଥିବା ନୂଆ ଆଇନକୁ ଅଣପେସାଦାର ଲୋକମାନେ ତିଆରି କରିଛନ୍ତି। ଯେଉଁମାନେ ଏକ କମିଟିର ପାର୍ଟ୍ ଟାଇମ ସଦସ୍ୟ ଥିଲେ ବୋଲି ଚିଦାମ୍ବରମ କହିଥିଲେ। 

ଥିରୁଭନନ୍ତପୁରମର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି(IIST)ର ୧୨ତମ କନଭୋକେସନରେ ସମ୍ବୋଧନ କଲା ବେଳେ ଧନଖଡ଼ ଚିଦାମ୍ବରମଙ୍କୁ ସମାଲୋଚନା କରିଥିଲେ। ୨୦୨୩ ଡିସେମ୍ବରରେ ଅପରାଧ ବିଲ୍‌ ବାସ୍ କରିବା ବିତର୍କରେ ସାମିଲ ନହେବାରୁ ନାଁ ନେଇ ଚିଦାମ୍ବରମଙ୍କ ଉପରେ ବର୍ଷିଥିଲେ ଧନଖଡ଼। 

ଚିଦାମ୍ବର କହିଥିଲେ ଯେ ଦାଶତ୍ୱ ପ୍ରଥାରୁ ମୁକୁଳି ନୂଆ ଆଇନ ପ୍ରଣୟନରେ ସମସ୍ତେ ସହଯୋଗ କରିଥିଲେ। ହେଲେ ଦୀର୍ଘଦିନ ଧରି ସଂସଦରେ ସଦସ୍ୟ ଥିବା ବ୍ୟକ୍ତି,ଏବେ ବି ସେ ରାଜ୍ୟସଭାରେ ସଦସ୍ୟ ଥିବା ନେତା କିନ୍ତୁ ଆଇନ ପାସ୍ ବିତର୍କରେ ଭାଗ ନେଇ ନଥିଲେ। ମୁଁ ଆଶ୍ଚର୍ଯ୍ୟରେ ଏଇ ଆଇନ କୁଆଡ଼େ ପାର୍ଟ ଟାଇମରଙ୍କ ଦ୍ୱାରା ଡ୍ରାଫ୍ଟ କରାଯାଇଛି ବୋଲି ସେ କହିଛନ୍ତି। ଆମେ କ’ଣ ପାର୍ଟ ଟାଇମର? ଏହା ସଂସଦ ପାଇଁ ଅପମାନ ବୋଲି ଧନଖଡ଼ କହିଛନ୍ତି।

ବିଲ୍ ପାସ୍ ବେଳେ ଚିଦାମ୍ବରମ ଭାଗ ନନେବା ତାଙ୍କର ସାମ୍ବିଧାନିକ କର୍ତ୍ତବ୍ୟ ଓ ଦାୟିତ୍ୱ ନିର୍ବାହ ଦିଗରେ ତାଙ୍କର ବିଫଳତା। ତେଣୁ ସେ ଯେଉଁ ବୟାନ ଦେଇଛନ୍ତି ତାଙ୍କର ଉତ୍ତରଦାୟିତ୍ୱ ନେଇ ଏଭଳି ଅପମାନଜକ ବୟାନକୁ ଫେରାଇ ନିଅନ୍ତୁ।

ସୂଚନା ଥାଉକି, ପୂର୍ବରୁ ଭାରତୀୟ ପିଙ୍ଗଳ କୋର୍ଟ ୧୮୬୦, କ୍ରିମିନାଲ ପ୍ରୋସେଡ୍ୟୋର କୋର୍ଡ ୧୯୭୩ ଓ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ୧୯୭୨ ସ୍ଥାନରେ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଏବଂ ଭାରତୀୟ ସାକ୍ଷ ଅଧିନିୟମ ୨୦୨୩ ଲାଗୁ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.