ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ତାରିଖ ସ୍ଥିର ! ଏହି ଷ୍ଟାଡିୟମରେ ଖେଳାଯିବ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍

Published By : Prameya-News7 Bureau | July 03, 2024 IST

ନୂଆଦିଲ୍ଲୀ: ଆଇସିସିର ଆଗମୀ ଟୁର୍ଣ୍ଣାମେଣ୍ଟ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ପାକିସ୍ତାନର ଆୟୋଜନରେ ଖେଳାଯିବ । କିନ୍ତୁ ଭାରତୀୟ ଟିମ୍ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବ କି ନା ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ସେପଟେ କିନ୍ତୁ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛି । ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ଏବଂ ପାକିସ୍ତାନ ଟିମ୍ ମଧ୍ୟକରେ ମୁକାବିଲା ଖେଳାଯିବ । ଏହି ମ୍ୟାଚ୍ କେବେ ଏବଂ କେଉଁଠି ଖେଳାଯିବ ତାହା ଉପରେ ଏକ ବଡ଼ ଖବର ସାମନାକୁ ଆସିଛି ।

ପାକିସ୍ତାନ କ୍ରିକେଟ୍ ବୋର୍ଡ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତ ଏବଂ ପାକିସ୍ତାନ ମ୍ୟାଚ୍ ପାଇଁ ମାର୍ଚ୍ଚ ୧ ସ୍ଥିର କରିଛି । ପିଟିଆଇର ରିପୋର୍ଟ ଅନୁସାରେ, ଆଇସିସି ବୋର୍ଡର ଜଣେ ବରିଷ୍ଠ ସଦସ୍ୟ ସୂଚନା ଦେଇଛନ୍ତି ଯେ ଭାରତ ଏବଂ ପାକିସ୍ତାନ ଟିମ୍ ମଧ୍ୟର ମ୍ୟାଚ୍ ଲାହୋରରେ ଖେଳାଯିବ । କିନ୍ତୁ ବିସିସିଆଇ ଏବେ ସୁଦ୍ଧା ଏହି କାର୍ଯ୍ୟକ୍ରମ ପାଇଁ ନିଜ ସହମତି ଦେଇ ନାହିଁ ।

ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫେବ୍ରୁଆରୀ ୧୯ରୁ ମାର୍ଚ୍ଚ ୯ ଯାଏ ଖେଳାଯିବ ଏବଂ ମାର୍ଚ୍ଚ ୧୦କୁ ରିଜର୍ଭ ଡେ ରାଖାଯିବ । ରିପୋର୍ଟ ଅନୁସାରେ ଭାରତକୁ ଗ୍ରୁପ ଏରେ ପାକିସ୍ତାନ ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ସହ ରଖାଯାଇଛି । ଗ୍ରୁପ୍ ବିରେ ଅଷ୍ଟ୍ରେଲିଆ, ସାଉଥ୍ ଆଫ୍ରିକା, ଇଂଲଣ୍ଡ ଏବଂ ଆଫଗାନିସ୍ତାନ ସାମିଲ ଅଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.