ସବୁ ରାମ ଭକ୍ତ ବିଜେପିକୁ ଭୋଟ୍ ଦେବେ ବୋଲି ଗ୍ୟାରେଣ୍ଟି ନାହିଁ: ଉମା ଭାରତୀ

Published By : Prameya-News7 Bureau | June 30, 2024 IST

HT

ଲକ୍ଷ୍ନୌ: ପ୍ରତ୍ୟେକ ରାମ ଭକ୍ତ ବିଜେପିକୁ ଭୋଟ୍ ଦେବେ ବୋଲି ଆମେ ଏହି ଅହଂକାର କରିବା ଉଚିତ୍ ନୁହେଁ। ଉତ୍ତରପ୍ରଦେଶରେ ଦଳର ଆସନ ହ୍ରାସ ଉପରେ ଏହା କହିଛନ୍ତି ବିଜେପି ନେତ୍ରୀ ଉମା ଭାରତୀ। ସେ କହିଛନ୍ତି ଯେ ରାଜ୍ୟରେ ଦଳର ଖରାପ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସିଏମ ଯୋଗୀ ଆଦିତ୍ୟନାଥଙ୍କୁ ଦାୟୀ କରାଯିବା ଉଚିତ ନୁହେଁ।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ ମଧ୍ୟପ୍ରଦେଶର ଶିବପୁରୀରେ କହିଛନ୍ତି ଯେ ବାବ୍ରି ମସଜିଦ ଭାଙ୍ଗିବା ପରେ ମଧ୍ୟ ରାଜ୍ୟରେ ଦଳ ଖରାପ ପ୍ରଦର୍ଶନ କରିଛି।

ପ୍ରତ୍ୟେକ ରାମ ଭକ୍ତ ବିଜେପିକୁ ଭୋଟ୍ ଦେବେ ବୋଲି ଆମେ ଅହଂକାର କରିବା ଉଚିତ୍ ନୁହେଁ। ଆମେ ଏପରିକି ଭାବିବା ଉଚିତ୍ ନୁହେଁ ଯେ ଯିଏ ଆମକୁ ଭୋଟ୍ ଦିଅନ୍ତି ନାହିଁ ସେ ଜଣେ ରାମ ଭକ୍ତ ନୁହଁନ୍ତି। ରାଜ୍ୟରେ ଦଳର ଖରାପ ପ୍ରଦର୍ଶନକୁ ସେ 'କିଛି ଅବହେଳାର ଫଳାଫଳ' ବୋଲି ବର୍ଣ୍ଣନା କରିଛନ୍ତି।

2024 ଲୋକସଭା ନିର୍ବାଚନରେ ବିଜେପି ଉତ୍ତରପ୍ରଦେଶର ୮୦ଟି ସିଟ୍ ମଧ୍ୟରୁ ୩୩ଟି ଜିତିଛି। ଏହାକୁ ରାଜ୍ୟରେ ଦଳର ଖରାପ ପ୍ରଦର୍ଶନ ବୋଲି ବିବେଚନା କରାଯାଉଛି, ଯେଉଁଠାରେ ରାମ ମନ୍ଦିର ନିର୍ମାଣ ପାଇଁ ଶ୍ରେୟ ନେବା ସତ୍ତ୍ୱେ ଦଳ ଫୈଜାବାଦ ଆସନ ହାରିଛି।

ଗଣମାଧ୍ୟମକୁ ସୂଚନା ଦେଇ ଉମା ଭାରତୀ କହିଛନ୍ତି, "ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନ ଫଳାଫଳ ପାଇଁ ମୋଦୀ ଏବଂ ଯୋଗୀଙ୍କୁ ଦାୟୀ କରିବା ଠିକ୍ ନୁହେଁ। 6 ଡିସେମ୍ବର 1992 ରେ ବାବ୍ରି ଷ୍ଟ୍ରକ୍ଚର୍‌ ଭାଙ୍ଗିବା ପରେ ମଧ୍ୟ ବିଜେପି ହାରି ଯାଇଥିଲା। ଅଯୋଧ୍ୟାରେ ଆମେ ରାମ ମନ୍ଦିରକୁ ଆମର ଏଜେଣ୍ଡାରୁ ହଟାଇ ନଥିଲୁ।

ଉମା ଭାରତୀ ଆହୁରି ମଧ୍ୟ କହିଛନ୍ତି ଯେ ସେହିଭଳି ବର୍ତ୍ତମାନ ଆମେ ମଥୁରା-କାଶୀ ତଥା ଧାର୍ମିକ ସ୍ଥାନ ଉପରେ ବିବାଦକୁ ଭୋଟ୍ ସହ ଯୋଡି ନାହୁଁ। 

ଉମା ଭାରତୀ ଦାବି କରିଛନ୍ତି, "ଏହା ଏକ ଇସଲାମିକ ସମାଜ ଯାହା ସାମାଜିକ ଏବଂ ଧାର୍ମିକ ବ୍ୟବସ୍ଥାକୁ ଏକାଠି ଦେଖେ। ସେଥିପାଇଁ ସେମାନେ ସାମାଜିକ ବ୍ୟବସ୍ଥା ଅନୁଯାୟୀ ଭୋଟ୍ ଦିଅନ୍ତି।" ଉମା ଭାରତୀ କହିଛନ୍ତି ଯେ ଉତ୍ତରପ୍ରଦେଶର ଫଳାଫଳ ଏହାର ଅର୍ଥ ନୁହେଁ ଯେ ପ୍ରଭୁ ରାମଙ୍କ ପ୍ରତି ଲୋକଙ୍କ ଭକ୍ତି ହ୍ରାସ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.