ହିନ୍ଦୁଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରାଯାଉଛି: ରାହୁଲ ଗାନ୍ଧୀଙ୍କୁ ମୋଦୀଙ୍କ ଟାର୍ଗେଟ୍

Published By : Prameya-News7 Bureau | July 02, 2024 IST

indiatoday

ନୂଆଦିଲ୍ଲୀ: ଗତକାଲି ସଂସଦରେ ରାହୁଲ ଗାନ୍ଧୀ ହିନ୍ଦୁ ଧର୍ମକୁ ନେଇ ବିଜେପି ହିଂସା କରୁଛି ବୋଲି କହି କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ ନେଇ ମଙ୍ଗଳବାର ସଂସଦରେ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗତକାଲି ଯାହା ହେଲା ଦେଶବାସୀ କେବେ କଂଗ୍ରେସକୁ କ୍ଷମା କରିବେ ନାହିଁ ବୋଲି ମୋଦୀ କହିଛନ୍ତି। 

ହିନ୍ଦୁ ଧର୍ମର ସହିଷ୍ଣୁତା ନେଇ ପ୍ରଧାନମନ୍ତ୍ରୀ ସ୍ୱାମୀ ବିବେକାନନ୍ଦଙ୍କ ଉଦାହରଣ ଦେଇଛନ୍ତି। ସେ କହିଛନ୍ତି ୧୩୧ ବର୍ଷ ପୂର୍ବେ ସ୍ୱାମୀ ବିବେକା ନନ୍ଦ ଆମେରିକାର ସିକାକୋଗରେ କହିଥିଲେ ଯେ ମୁଁ ଗର୍ବିତ ଯେ ମୁଁ ସେହି ଧର୍ମରୁ ଆସୁଛି ଯେଉଁ ଧର୍ମ ସାରା ବିଶ୍ୱକୁ ସଂହିଷ୍ଣୁତା ବୈଶ୍ୱିକ ସ୍ୱୀକୃତି ଶିଖାଇଛି। ହେଲେ ଆଜି ଲୋକେ ହିନ୍ଦୁ ଧର୍ମକୁ ନିନ୍ଦା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

ହିନ୍ଦୁ ସହିଷ୍ଣୁ, ହିନ୍ଦୁ ଆପଣାଙ୍କୁ ନେଇ ବଞ୍ଚୁଥିବା ସମୁହ। ଏଥିପାଇଁ ଭାରତର ବିବିଧତା ରହିଛି ଓ ଆଗକୁ ରହିବ। ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଜି ହିନ୍ଦୁମାନଙ୍କ ଉପରେ ମିଛି ଅଭିଯୋଗ ଲଗାଯାଉଛି। ଗମ୍ଭୀର ଷଡ଼ଯନ୍ତ୍ର ହେଉଛି। ହିନ୍ଦୁ ହିଂସକ ବୋଲି କୁହାଗଲା.. କ’ଣ ଏଇଟା ଆପଣଙ୍କ ସଂସ୍କାର, ଆପଣଙ୍କ ବିଚାର, ଦେଶର ହିନ୍ଦୁମାନଙ୍କ ସହ ଏଭଳି ବ୍ୟବହାର। ଦେଶ ଏହାକୁ ଶତାବ୍ଦୀ ପର୍ଯ୍ୟନ୍ତ ଭୁଲିବ ନାହିଁ ବୋଲି ମୋଦୀ କହିଛନ୍ତି। 

ସେହିପରି କିଛିଦିନ ତଳେ କଂଗ୍ରେସର ଶକ୍ତି ନଷ୍ଟ କରିବା କଥାକୁ ଉଦାହରଣ ଦେଇ ମୋଦୀ ପଶ୍ଚିମବଙ୍ଗର ଦୁର୍ଗାପୂଜା ଓ କାଳୀପୂଜା କରି ଶକ୍ତିର ପୂଜା କରାଯାଉଛି ବୋଲି ଉଦାହରଣ ଦେଇଛନ୍ତି। କଂଗ୍ରେସକୁ ଟାର୍ଗେଟ୍ କରି ମୋଦୀ କହିଛନ୍ତି ଯେ ଏମାନେ ହିନ୍ଦୁ ଆତଙ୍କବାଦୀ ବୋଲି କହୁଛନ୍ତି। ଏମାନଙ୍କ ସାଥି ହିନ୍ଦୁଙ୍କୁ ଡେଙ୍ଗୁ ମ୍ୟାଲେରିଆ ବୋଲି କହୁଛନ୍ତି। ହେଲେ ଏମାନେ ତାଳି ବଜାଉଛନ୍ତୁ। ତେଣୁ ଦେଶ କେବେ ଏମାନଙ୍କୁ କ୍ଷମା କରିବ ନାହିଁ ବୋଲି ମୋଦୀ କହିଛନ୍ତି।
 କେବଳ ସେତିକି ନୁହେଁ ବିରୋଧୀ ଦଳର ପୂରା ଇକୋ ସିଷ୍ଟମ ହିନ୍ଦୁଙ୍କୁ ବଦନାମ କରିବା, ଗାଳି କରିବା ଆଦିରେ ଲାଗିପଡ଼ିଛନ୍ତି। ଆଉ କିଛି ଲୋକେ ରାଜନୈତିକ ଫାଇଦା ପାଇଁ ଏହାକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ମୋଦୀ କହିଛନ୍ତି।

ହିନ୍ଦୁ ଦେବାଦେବୀଙ୍କ ଅପମାନ ୧୪୦ କୋଟି ଲୋକଙ୍କୁ ହୃଦୟକୁ ଆଘାତ ଦେଉଛି। ରାଜନୈତିକ ସ୍ୱାର୍ଥ ପାଇଁ ଈଶ୍ୱରଙ୍କ ରୂପକୁ ନେଇ ଏମିତି ଖେଳ କରୁଛନ୍ତି। ତେଣୁ ଦେଶ କେବେ ଏହା ଭୁଲିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

ସଂସଦରେ ଡିବେଟ୍ ସମୟରେ ପ୍ରଧାନମନ୍ତ୍ରୀ ପୁଣି ହିନ୍ଦୁ କାର୍ଡ ଖେଳିଛନ୍ତି। ସେ କହିଛନ୍ତି ଯେ ସଂସଦରେ ଏହି ବୟାନ ତ୍ରୁଟି ଥିଲା ନା କୌଣସି ଷଡ଼ଯନ୍ତ୍ର ଥିଲା ହିନ୍ଦୁ ସମାଜକୁ ଏହା ଭାବିବାକୁ ପଡ଼ିବ। 

    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.