ସୋସିଆଲ ମିଡିଆରେ ମଧ୍ୟପ୍ରଦେଶର ‘ନୂଆ ଭାଉଜ’ ଭାଇରାଲ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ରଖିଲେ ଏହି ଡିମାଣ୍ଡ, ଦେଖନ୍ତୁ Video

Published By : Prameya-News7 Bureau | July 04, 2024 IST

ଭୋପାଲ ୪।୭: ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ମହିଳା ଜଣକ ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଗାଁକୁ ରାସ୍ତା ନିର୍ମାଣ କରିବାକୁ ନିବେଦନ କରୁଛନ୍ତି। ମଧ୍ୟପ୍ରଦେଶ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଏହି ଭିଡିଓରେ ୟୁଜର ମଧ୍ୟ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଭିଡିଓରେ ମହିଳା ମୋଦିଜୀଙ୍କୁ ତାଙ୍କ ରାଜ୍ୟ ୨୯ରୁ ୨୯ ସାଂସଦ ଦେଇଥିବାର କହୁଛନ୍ତି। ଏଣୁ ଆମ ଗାଁର ସଡ଼କ ତିଆରିବା ଏବେ ମୋଦିଜିଙ୍କ କାମ ବୋଲି କହୁଛନ୍ତି । 

ମହିଳା ମଧ୍ୟପ୍ରଦେଶ ସିଦ୍ଧି ଜିଲ୍ଲା ଖଡ଼ିଖୁର୍ଦ୍ଧ ବକୟହାଟୋଲାର ବାସିନ୍ଦା। ତାଙ୍କ ଗାଁକୁ ରାସ୍ତା ନଥିବାରୁ ଗାଁ ଲୋକେ ଜିଲ୍ଲା ପ୍ରଶାସନ, ବିଧାୟକ ଓ ସାଂସଦଙ୍କୁ ଅନେକ ନିବେଦନ କରିସାରିଲେଣି। ହେଲେ କେହିବି ଗାଁ ଲୋକଙ୍କ ରାସ୍ତା ସମସ୍ୟା ସମାଧାନରେ ସହାୟକ ହେଉ ନାହାନ୍ତି। ତାଙ୍କ ଗାଁ ରାସ୍ତା ଜଙ୍ଗଲ ଦେଇ ଯାଉଛି। ହେଲେ ବି ଗାଁକୁ ରାସ୍ତା ଦରକାର ବୋଲି ମହିଳା କହୁଛନ୍ତି। ଏଣୁ ତାଙ୍କ ଭିଡିଓ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପହଞ୍ଚିବା ଦରକାର ବୋଲି ମହିଳା ଲୋକଙ୍କୁ ନିବେଦନ କରୁଛନ୍ତି। ତାଙ୍କ ନିବେଦନ ଅନୁସାରେ ଲୋକେ ଭିଡିଓକୁ ସେୟାର ଓ ଲାଇକ ମଧ୍ୟ କରୁଛନ୍ତି। 


ଭିଡିଓକୁ ଏପର୍ଯ୍ୟନ୍ତ ୧୩.୮ କେ ଲାଇକ୍ ମିଳିଲାଣି, ୩୭୫.୬ କେ ଲୋକେ ଦେଖିଲେଣି ଓ ୪.୨ କେ ରିପୋଷ୍ଟ ହେଲାଣି। ମଧ୍ୟପ୍ରଦେଶରେ ଗତ ୧୫ ବର୍ଷ ହେଲା ବିଜେପି ସରକାର ରହିଛି। ହେଲେ ପ୍ରଦେଶର ଲୋକଙ୍କ ଭାଗ୍ୟ ବଦଳୁ ନାହିଁ। ସିଦ୍ଧି ଜିଲ୍ଲା ଖଡ଼ିଖୁର୍ଦ୍ଧର ଏହି ଗ୍ରାମ ଏହାର ଏକ ନମୁନା । ମହିଳାଙ୍କ ଏହି ଭିଡିଓକୁ ଛପ୍ରା ଜିଲ୍ଲା ନାମକ ୟୁଜର ଅପଲୋଡ କହିଛନ୍ତି ଓ ଲୋକଙ୍କୁ ଏମିତି ସରକାରଙ୍କଠୁ ନିଜର ହକ୍ ମାଗିବାକୁ କହିଛନ୍ତି। ମହିଳା ଗ୍ରାମକୁ ସଡ଼କ ନଥିବାରୁ ଲୋକେ କି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଜଣାଇବାକୁ ଭିଡିଓରେ ଚେଷ୍ଟା କରିଛନ୍ତି। 


ଗାଁ ରାସ୍ତାକୁ ମହିଳା ‘କବାଡ’ ବୋଲି କହୁଛନ୍ତି ଓ ରାସ୍ତାର ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ଅବସ୍ଥାକୁ ଭିଡିଓରେ ଦେଖାଇଛନ୍ତି। ଗାଁର ରାସ୍ତା ନିର୍ମାଣ ପାଇଁ ମହିଳାଙ୍କ ନିବେଦନ ନେଟିଜେନସ୍‌ଙ୍କୁ ବେଶ୍ ପସନ୍ଦ ହେଉଛି। ମହିଳା ନିଜ ସ୍ଥାନୀୟ ଭାଷାରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ତାଙ୍କ ଦାବି ଉପସ୍ଥାପନ କରୁଥିବା ବେଳେ ତାଙ୍କ  ସଡ଼କ ନିର୍ମାଣ ଦାବି ଯେପରି ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚିବ ସେଥି ପାଇଁ ଅଧିକରୁ ଅଧିକ ସେୟାର କରିବାକୁ ନେଟିଜେନସ୍‌ଙ୍କୁ ନିବେଦନ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.