ଅମରାବତୀ ସେଣ୍ଟ୍ରାଲ ଜେଲ୍ ଭିତରେ ବିସ୍ଫୋରଣ, ତଦନ୍ତ ଆରମ୍ଭ କଲା ପୋଲିସ୍

Published By : Prameya-News7 Bureau | July 07, 2024 IST

ମୁମ୍ଵାଇ ୦୭।୦୭: ମହାରାଷ୍ଟ୍ରର ଅମରାବତୀ କେନ୍ଦ୍ରୀୟ ଜେଲ ଭିତରେ ବ୍ୟାପକ ବିସ୍ଫୋରଣ। ଶନିବାର ଜୁଲାଇ  ) ରାତି ପ୍ରାୟ ୮:୩୦ ସମୟରେ ଏହି ଘଟଣା ଘଟିଥିଲା । ତେବେ ଏହି ଘଟଣାରେ କୌଣସି କ୍ଷୟକ୍ଷତିର ଖବର ନାହିଁ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବରିଷ୍ଠ ପୋଲିସ ଅଧିକାରୀ ଅମରାବତୀ ସିପି-ଡିସିପି ଏବଂ ବୋମା ନିଷ୍କାସନ ସ୍କ୍ଵାଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

କୁହାଯାଉଛି ଯେ ଏହି ବିସ୍ଫୋରଣ ବ୍ୟାରେକ ନମ୍ଵର ୬ କିମ୍ଵା ୭ ବାହାରେ ଘଟିଛି। ଏହି ଘଟଣା ପରେ ଜେଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଜେଲ ଅଧିକାରୀ ତଥା ଅମରାବତୀ ପୋଲିସ କମିଶନର ଏବଂ ଡିସିପିଙ୍କ ସମେତ ବୋମା ନିଷ୍କାସନକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଘଟଣାର ତଦନ୍ତ ପାଇଁ ତୁରନ୍ତ ଫୋରେନସିକ୍ ଦଳକୁ ଡକାଯାଇଥିଲା। ଅମରାବତୀ ପୋଲିସ କମିଶନର ନବୀନ ଚନ୍ଦ୍ର ରେଡ୍ଡୀ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ପଡୋଶୀ ରାଜପଥର କୁଲଭର୍ଟରୁ ଏକ ବଲ ମାଧ୍ୟମରେ ବାଣ କିମ୍ବା ବୋମା ଫିଙ୍ଗି ଦିଆଯାଇଛି। ଏହାକୁ ଫିଙ୍ଗିଥିବା ବ୍ୟକ୍ତି କିଏ ଏବଂ ଏହା ପଛର କାରଣ କଏହାର ତଦନ୍ତ ବର୍ତ୍ତମାନ ଚାଲିଛି। ପୋଲିସ କହିଛି ଯେ ବିସ୍ଫୋରକ ପାଇଁ କଣ ବ୍ୟବହୃତ ହୋଇଛି ତାହା ଜାଣିବା ପାଇଁ ଫୋରେନସିକ୍ ଟିମ୍ ମଧ୍ୟ ତଦନ୍ତ କରୁଛି। ବର୍ତ୍ତମାନ ଅନୁସନ୍ଧାନ ପରେ ହିଁ ସ୍ଥିର ହେବ ଯେ ବିସ୍ଫୋରକ ଫିଙ୍ଗିଥିବା ବ୍ୟକ୍ତି କେଉଁ ସାମଗ୍ରୀ ବ୍ୟବହାର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.