ରଥ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ; ତିନି ରଥରେ ସ୍ଥାପନା ହେଲା କଳସ ଓ ଧ୍ବଜା

Published By : Prameya-News7 Bureau | July 07, 2024 IST

ପୁରୀ: ବାଜୁଛି କାହାଳୀ, ଶୁଭୁଛି ଶଙ୍ଖ ଧ୍ବନି । ଜୟ ଜଗନ୍ନାଥ ଓ ହରିବୋଲ ଶବ୍ଦରେ ଫାଟି ପଡ଼ୁଛି ବଡ଼ଦାଣ୍ଡ । ଭଗବାନଙ୍କ ଅପେକ୍ଷାରେ ରହିଛନ୍ତି ରଥ, ପଥ ଓ ଭକ୍ତ । ଶ୍ରୀନଅରରୁ ଭକ୍ତଙ୍କ ପାଇଁ ବାହାରି ଆସିବେ ଭାବର ଠାକୁର । ତିନି ରଥରେ ବସି ଶ୍ରୀଗୁଣ୍ଡିଚା ଯିବେ । ଚଳିତ ଦୁଇ ଦିନ ରଥଯାତ୍ରା ପଡ଼ୁଥିବାରୁ ଦୁଇ ଦିନ ରଥ ଟାଣିବେ ଶ୍ରଦ୍ଧାଳୁ । ଏପଟେ ଶ୍ରୀମନ୍ଦିରରେ ରଥ ପ୍ରତିଷ୍ଠା ହୋମଯଜ୍ଞ ପରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ବଳଦେବଙ୍କ ତାଳଧ୍ବଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ପ୍ରତିଷ୍ଠା ହୋଇଛି କଳସ ଏବଂ ଧ୍ବଜା । ଏହା ପୂର୍ବରୁ ଦାରୁଦିଅଁଙ୍କ ସେନାପଟା ଲାଗି ସମ୍ପନ୍ନ ହୋଇଥିଲା ।

ଅପରାହ୍ଣ ୧ଟାରେ ମଙ୍ଗଳାର୍ପଣ ସାରି ଦାରୁଦିଅଁଙ୍କ ପହଣ୍ଡି ଆରମ୍ଭ ହେବ ୧ଟା ୧୦ମିନିଟ୍‌ରେ । ସାଢ଼େ ୨ଟା ସୁଦ୍ଧା ପହଣ୍ଡି ସରିବ । ୩ଟାରେ ଶ୍ରୀମଦନମୋହନ ଓ ଶ୍ରୀରାମକୃଷ୍ଣ ରଥରେ ବିଜେ ହେବେ । ରଥାରୂଢ଼ ଠାକୁରଙ୍କୁ ଚିତାଲାଗି କରାଯିବା ପରେ ଅପରାହ୍ଣ ୪ଟାରେ ଗଜପତି ମହାରାଜଙ୍କ ଦ୍ୱାରା ଛେରାପହଁରା ନୀତି ସମ୍ପନ୍ନ ହେବ । ସାଢ଼େ ୪ଟାରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗିବ । ଶେଷରେ ଅପରାହ୍ଣ ୫ଟାରେ ରଥଟଣା ଆରମ୍ଭ ହେବ

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.