ନୂଆଦିଲ୍ଲୀ: ବିଦେଶୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି (ଏଆଇ) ଟୁଲ୍ସ ଉପରେ ସରକାର କଡ଼ା ଅଭିମୁଖ୍ୟ ଗ୍ରହଣ କରିଛନ୍ତି । ଅର୍ଥ ମନ୍ତ୍ରଣାଳୟ ଚାଟ୍ଜିପିଟି ଏବଂ DeepSeek ପରି ଏଆଇ ଟୁଲ୍ସର ବ୍ୟବହାର ଉପରେ ରୋକ ଲଗାଇଛି । ଏହି ନିଷ୍ପତ୍ତି ଗୋପନୀୟ ଦସ୍ତାବିଜ ଏବଂ ଡାଟାର ସମ୍ଭାବିତ ଲିକ୍ ଚିନ୍ତା ଯୋଗୁଁ ନିଆଯାଇଛି । ଅର୍ଥ ସଚିବ ତୁହିନ କାନ୍ତ ପାଣ୍ଡେଙ୍କ ମଞ୍ଜୁରୀ ସହ ଜାରି ଏହି ଆଦେଶ ସମସ୍ତ ଏଆଇ ଟୁଲ୍ସ ଏବଂ ଆପ୍ଲିକେସନ ଉପରେ ଲାଗୁ ହେବ ।
ରିପୋର୍ଟ ଅନୁସାରେ ଅର୍ଥ ମନ୍ତ୍ରଣାଳୟର ସମସ୍ତ କର୍ମଚାରୀଙ୍କୁ ଆଦେଶ ଜାରି କରି ଚାଟ୍ଜିପିଟି ଏବଂ DeepSeek ପରି ଏଆଇ ଟୁଲ୍ସ ବ୍ୟବହାର ଉପରେ ରୋକ୍ ଲଗାଯାଇଛି । ସରକାରଙ୍କ ଅନୁମାନରେ ବିଦେଶୀ ଏଆଇ ବ୍ୟବହାର ଦ୍ୱାରା ସରକାରୀ ଡାଟା, ଦସ୍ତାବିଜ ଲିକ୍ ହେବାର ବିପଦ ରହିଛି ।
ମନ୍ତ୍ରଣାଳୟ ପକ୍ଷରୁ ସବୁ ବିଭାଗଗୁଡ଼ିକ ଏକ ଚିଠି ଜାରି କରାଯାଇଛି । ଏହି ବିଭାଗଗୁଡ଼ିକ ମଧ୍ୟରେ ଡିପାର୍ଟମେଣ୍ଟ ଅଫ୍ ଇକୋନୋମିକ୍ ଅଫେୟର୍ସ, ଟିପାର୍ଟମେଣ୍ଟ ଅଫ୍ ଏକ୍ସପେଣ୍ଡିଚର୍, ଡିପାର୍ଟମେଣ୍ଟ ଅଫ୍ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍, ଦୀପମ ଏବଂ ଡିପାର୍ଟମେଣ୍ଟ ଅଫ୍ ଫାଇନାନସିଆଲ୍ ସର୍ଭିସେସ୍ ସାମିଲ ରହିଛି । ସିଏନବିସି ଆୱାଜ ରିପୋର୍ଟ ଅନୁସାରେ ଏହି ଆଦେଶ ୨୦୨୫ ଜାନୁଆରୀ ୨୯ରେ ଜାରି କରାଯାଇଥିଲା ।