ନୂଆଦିଲ୍ଲୀ: ମୂଷାଙ୍କ ବଢୁଥିବା ସଂଖ୍ୟା କେବଳ ଭାରତ ଯାଏ ସୀମିତ ନାହିଁ, ବରଂ ଏହା ଏକ ବୈଶ୍ୱିକ ସମସ୍ୟା ହୋଇସାରିଛି । ନିକଟରେ ପ୍ରକାଶିତ ଏକ ଅଧ୍ୟୟନରେ ଖୁଲାସା ହୋଇଛି ଯେ ଜଳବାୟୁ ପରିବର୍ତ୍ତନ କାରଣରୁ ମୂଷାଙ୍କ ସଂଖ୍ୟା ସାରା ଦୁନିଆର ପ୍ରମୁଖ ସହରଗୁଡ଼ିକ ଦ୍ରୁତ ଗତିରେ ବଢୁଛି । ଏହା ଦୈନିନ୍ଦିନ ଜୀବନକୁ ପ୍ରଭାବିତ କରିବା ସହ ସ୍ୱାସ୍ଥ୍ୟ ସଂକଟ ମଧ୍ୟ ସୃଷ୍ଟି କରୁଛି ।
ସାଇନ୍ସ ଆଡଭାନ୍ସେଜ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁସାରେ, ମୂଷାଙ୍କ ସଂଖ୍ୟାରେ ବୃଦ୍ଧିର ସିଧା ସମ୍ପର୍କ ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ ରହିଛି । ବିଶେଷ କରି ତାପମାତ୍ରା, ସହରୀକରଣ ଏବଂ ଭୋଜନର ଉପଲବ୍ଧତା ମୂଷାଙ୍କୁ ଏହି ସହରରେ ବଢିବା ପାଇଁ ଆଦର୍ଶ ବାତ୍ତାବରଣ ଦେଉଛି । ଅଧ୍ୟୟନ ଅନୁସାରେ ବିଶ୍ୱ ସ୍ତରରେ ମୂଷାଙ୍କ ଦୁଇ ପ୍ରଜାତି ରେଟ୍ସ ନାର୍ବେଜିକସ ଏବଂ ରେଟସ୍, ମଣିଷ ସ୍ୱାସ୍ଥ୍ୟ ପାଇଁ ବିପଦର ସବୁଠୁ ବଡ଼ କରଣ ହୋଇଛି । ଏହି ଦୁଇ ପ୍ରଜାତି ୫୦ରୁ ଅଧିକ ଜୁନୋଟିକ ରୋଗର ବାହାକ ଅଟନ୍ତି ।
ଅଧ୍ୟୟନରେ ସାମିଲ ଆମେରିକାର ୧୬ ପ୍ରମୁଖ ସହର ମଧ୍ୟରୁ ୧୧ରେ ମୂଷାଙ୍କ ସଂଖ୍ୟାରେ ବହୁ ମାତ୍ରାରେ ବୃଦ୍ଧି ଦେଖିବାକୁ ମିଳିଛି । ନ୍ୟୁୟର୍କ ଏବଂ ଏମଷ୍ଟ୍ରେଡମରେ ଏହି ବୃଦ୍ଧି ସବୁଠୁ ଅଧିକ ଥିବା ଜଣାପଡ଼ିଛି । ରିସର୍ଚ୍ଚରେ କୁହାଯାଇଛି ଯେ ତାପମାତ୍ରା ବୃଦ୍ଧି, ଜନସଂଖ୍ୟାରେ ଅଧିକ ଘନତ୍ୱ ଏବଂ ଅନ୍ୟ କାରଣ ପାଇଁ ମୂଷାଙ୍କ ସଂଖ୍ୟା ବଢିଛି ।
ଅଧ୍ୟୟନରେ କୁହାଯାଇଛି ଯେ ଅଧିକାଂଶ ଛୋଟ ସନ୍ତ୍ୟପାହୀଙ୍କ ପରି ମୂଷାଙ୍କ ଗତିବିଧି ବି ଥଣ୍ଡା ତାପମାତ୍ରାରେ କମ ହୋଇଥାଏ । ଉଦାହରଣ ପାଇଁ ନ୍ୟୁୟର୍କ ସହରରେ ଗରମ ସମୟରେ ମୂଷାଙ୍କ ସଂଖ୍ୟା ସର୍ବାଧିକ ଥିଲା ଏବଂ ଶୀତ ସମୟରେ ସବୁଠୁ କମ । ଅଧ୍ୟୟନରେ ଏହା ବି ଉଲ୍ଲେଖ କରାଯାଇଛି ଯେ କମ ବନସ୍ପତି ଥିବା ସହରର ମୂଷାଙ୍କ ସଂଖ୍ୟାରେ ସବୁଠୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି । ଏହି ମୂଷାଙ୍କ କାରଣରୁ କୃଷି ଉତ୍ପାଦନ ଏବଂ ଖାଦ୍ୟ ଯୋଗାଣରେ ହେଉଥିବା କ୍ଷତିର ଅନୁମାନ ଆମେରିକାରେ ହିଁ ପ୍ରାୟ ୨୭ ବିଲିୟନ ଡଲାର ରହିଛି ।