ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ନୋରା ଫତେହୀଙ୍କ ମୃତ୍ୟୁ ଖବର: ଜଣାପଡ଼ିଲା ଭାଇରାଲ ଭିଡିଓର ସତ

Published By : Prameya-News7 Bureau | February 05, 2025 IST

internet

ମୁମ୍ବାଇ: ମୃତ୍ୟୁ ଗୁଜବର ଶିକାର ହେଲା ବଲିଉଡ୍ ଅଭିନେତ୍ରୀ ନୋରା ଫତେହୀ। ଏକ ବଞ୍ଜି ଜପିଂ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୋସିଆଲ୍ ମିଡିଆରେ ମିଛ ଖବର ଭାଇରାଲ ହୋଇଛି। ଏନେଇ ଏକ ଭିଡିଓର ଭାଇରାଲ୍ ହେବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଛି।

ଏ ଖବର ସମ୍ପୂର୍ଣ୍ଣ ଗୁଜବ। ନୋରା ବର୍ତ୍ତମାନ ମୁମ୍ବାଇରେ ଅଛନ୍ତି। ଏବଂ ସେ ତାଙ୍କ କାମରେ ବ୍ୟସ୍ତ ଅଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସୁଫିଆନ୍ ଖାନ ନାମକ ଜଣେ ବ୍ୟକ୍ତି ସୋସିଆଲ୍ ମିଡିଆରେ ଜଣେ ମହିଳାଙ୍କ ବଞ୍ଜି ଜପିଂ କରୁଥିବାର ଭିଡିଓ ଶେୟାର କରିଥିଲେ। ଜପିଂ କରୁଥିବା ମହିଳା ଜଣଙ୍କ ନୋରା ଫତେହୀ ବୋଲି ଦାବି କରାଯାଇଥିଲା।

ମହିଳା ଜଣଙ୍କ ବଞ୍ଜିଂ ଜପିଂ କରୁଥିବା ବେଳେ ହଠାତ୍ ସେ ପଡ଼ି ଯାଇଥିଲେ। ମହିଳାଙ୍କୁ ନୋରା ଫତେହୀ ବୋଲି କହି ଏହାକୁ ଭାଇରାଲ କରାଯାଉଥିଲା। ହେଲେ ଏହି ମିଛ ଭିଡିଓରେ ସତ ଏବେ ପଦାକୁ ଆସିଛି। 

ମିଡିଆ ରିପୋର୍ଟ ଅନୁସାରେ, ଫତେହୀ ବର୍ତ୍ତମାନ ମୁମ୍ବାଇରେ ଅଛନ୍ତି। ସେ ତାଙ୍କର ନୂଆ ମ୍ୟୁଜିକ ଟ୍ରାକ୍ ସ୍ନେକ୍‌ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଆମେରିକାର ଗାୟକ, ଗୀତିକାର ଓ ଡାନ୍ସର ଜେସନ୍ ଡେରୁଲୋଙ୍କ ସହ ମିଶି ନୋରା ଏହି ମ୍ୟୁଜିକ୍ କରିଛନ୍ତି। ମିଛ ଖବର ଭାଇରାଲ ହେବାର ଗୋଟିଏ ଦିନ ତଳେ, ନୋରା ସୋସିଆଲ ମିଡିଆରେ ତାଙ୍କ ଗୀତର ପ୍ରଚାର ପାଇଁ ଏକ ଭିଡିଓ ସେୟାର ମଧ୍ୟ କରିଥିଲେ।

ସ୍ନେକ୍ ଗୀତ ମାଧ୍ୟମରେ ନୋରା ଫତେହୀ ମେନଷ୍ଟ୍ରିମ ଆମେରିକାନ ମ୍ୟୁଜିକ୍‌ରେ ଡେବ୍ୟୁ କରିଛନ୍ତି। ଏଥିରେ ସେ ଅଭିନୟ କରିବା ସହିତ ଜବରଦସ୍ତ ଡାନ୍ସ କରିଛନ୍ତି। ତା’ ସହିତ ସେ ପାର୍ଶ୍ୱ ଗୀତିକାର ଭୂମିକା ମଧ୍ୟ ନିର୍ବାହ କରିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.