ନୂଆଦିଲ୍ଲୀ: ଆଇଆଇଟି ବିଏଚୟୁ ପ୍ଲେସମେଣ୍ଟ କ୍ଷେତ୍ରରେ ନିଜର ରେକର୍ଡ ଭାଙ୍ଗିଛି। ଆଇଆଇଟିର ଛାତ୍ରଙ୍କୁ ଏ ପର୍ଯ୍ୟନ୍ତ ସବୁଠୁ ଅଧିକ ୨.୨୦ କୋଟି ଟଙ୍କାର ପ୍ୟାକେଜ୍ ମିଳିଛି। ଏହା ପୂର୍ବରୁ ୨୦୨୧ରେ ଜଣେ ଛାତ୍ରଙ୍କୁ ସର୍ବାଧିକ ୨.୧୫ କୋଟି ଟଙ୍କାର ପ୍ୟାକେଜ୍ ମିଳିଥିଲା। ଏହା ବ୍ୟତୀତ ଏହି ସିଜିନରେ ୧୧୨୮ ଛାତ୍ରଙ୍କୁ ଜବ୍ ଅଫର ହୋଇଥିବା ବେଳେ ୪୨୪ ଜଣଙ୍କୁ ଇଣ୍ଟର୍ଣ୍ଣଶିପ୍ ଅଫର ମିଳିଛି। ଏହା ଗତ ଏକ ଦଶନ୍ଧିରେ ଆଇଆଇଟିର ସବୁଠୁ ଉନ୍ନତ ପ୍ରଦର୍ଶନ।
ଆଇଆଇଟି ବିଏଚୟୁ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଛାତ୍ରଙ୍କୁ ମିଳିବାକୁ ଥିବା ହାରାହାରି ପ୍ୟାକେଜ୍ ୨୨.୭୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଗତ କିଛି ବର୍ଷ ହେବ ପ୍ୟାକେଜରେ ଲଗାତାର ବୃଦ୍ଧି ପାଇ ଚାଲିଛି। ଏହା ବ୍ୟତୀତ ଚଳିତ ସିଜିନରେ ୧୧ ଛାତ୍ରଙ୍କୁ ଏକ କୋଟିରୁ ଅଧିକ ଟଙ୍କାର ପ୍ୟାକେଜ ମିଳିଛି। ନିର୍ଦ୍ଦେଶକ ପ୍ରୋ. ଅମିତ ପାତ୍ର ସଂସ୍ଥାର ଏହି ଉପଲବ୍ଧିକୁ ନେଇ ନିଜକୁ ଗର୍ବିତ ମନେ କରି କହିଛନ୍ତି, ଏହି ବର୍ଷ ପ୍ଲେସମେଣ୍ଟ ପରିମାଣ ଆଇଆଇଟି ବିଏଚୟୁର ପ୍ରତିଷ୍ଠାକୁ ଏକ ପ୍ରମୁଖ ସଂସ୍ଥା ଭାବେ ସ୍ଥାପିତ କରିଛି।
Also read: ଦେଶକୁ ଫେରିଲେ ଆମେରିକାରେ ବେଆଇନ ଭାବେ ରହୁଥିବା ପ୍ରବାସୀ ଭାରତୀୟ, ଅମୃତସରରେ ବିମାନର ଅବତରଣ
ଆମ ଛାତ୍ରଙ୍କ ପ୍ରତିଭା ଓ ସଂସ୍ଥାର ଶୈକ୍ଷେଣିକ ଓ ଅନୁସନ୍ଧାନ ଉଚ୍ଚସ୍ତରର ନିଯୁକ୍ତିଦାତାଙ୍କୁ ଲଗାତାର ଆକର୍ଷିତ କରୁଛି। ସଂସ୍ଥାର ପ୍ଲେସମେଣ୍ଟ ଅଭିଯାନରେ ବିଭିନ୍ନ ଉଦ୍ୟୋଗ, ପ୍ରଦୌଗିକି କନସଲଟିଙ୍ଗ, ଅର୍ଥ ଓ କୋର ଇଞ୍ଚିନିୟରିଂ କ୍ଷେତ୍ରର ଭାଗିଦାରୀ ଦେଖିବାକୁ ମିଳିଛି। ପ୍ରମୁଖ ନିଯୁକ୍ତିଦାତାରେ ଗୁଗଲ, ମାଇକ୍ରୋସଫ୍ଟ, ଗୋଲ୍ଡମ୍ୟାନ ସ୍ୟାକ୍ସ, ଟାଟା ଷ୍ଟିଲ ଓ ଓ୍ଵାଲକମ ଆଦି ସାମିଲ।
ଗତ ବର୍ଷର ପ୍ଲେସମେଣ୍ଟର ତଥ୍ୟ
୨୦୨୪-୨୫- ୨.୨୦ କୋଟି
୨୦୨୩-୨୪- ୧.୬୮ କୋଟି
୨୯୨୨-୨୩- ୧.୨୦ କୋଟି
୨୦୨୧-୨୨- ୨.୧୫ କୋଟି