ମାଡ୍ରାସ ଓ ତେଲେଙ୍ଗାନା ହାଇକୋର୍ଟଙ୍କ ୫ ନ୍ୟାୟାଧୀଶଙ୍କୁ ମିଳିଲା ସ୍ଥାୟୀ ନିଯୁକ୍ତି, ପ୍ରସ୍ତାବକୁ କଲେଜିୟମର ମଞ୍ଜୁରୀ

Published By : Prameya-News7 Bureau | February 05, 2025 IST

ନୂଆଦିଲ୍ଲୀ ୫।୨:  ସୁପ୍ରିମକୋର୍ଟ କଲେଜିୟମ ବୁଧବାର ମାଡ୍ରାସ ହାଇକୋର୍ଟର ୨ ଓ ତେଲେଙ୍ଗାନା ହାଇକୋର୍ଟଙ୍କ ୩ ଏହିପରି  ମୋଟ ୫ ଜଣ ଅତିରିକ୍ତ ନ୍ୟାୟାଧୀଶଙ୍କୁ ସ୍ଥାୟୀ ନ୍ୟାୟାଧୀଶ ରୂପେ ନିଯୁକ୍ତି ନିମନ୍ତେ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜୀବ ଖନ୍ନାଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ବୈଠକରେ ଏହି ମଞ୍ଜୁରୀ ଦିଆଯାଇଛି। ବୈଠକ ପରେ ଏ ନେଇ ଜାରି ଏକ ବୟାନରେ ଅତିରିକ୍ତ ବିଚାରପତିମାନଙ୍କ ସ୍ଥାୟୀ ନିଯୁକ୍ତି ସମ୍ପର୍କରେ ସୂଚନା ଦିଆଯାଇଛି। 

କଲେଜିୟମ ଦ୍ୱାରା ଜାରି ବୟାନ ଅନୁସାରେ ‘ସୁପ୍ରିମକୋର୍ଟ କଲେଜିୟମ ୫ ଫେବୃଆରୀ ୨୦୨୫ରେ ଅନୁଷ୍ଠିତ ବୈଠକରେ ମାଡ୍ରାସ ଉଚ୍ଚନ୍ୟାୟାଳୟରେ ଏବେ ଅତିରିକ୍ତ ନ୍ୟାୟାଧୀଶ ରୂପେ କାର୍ଯ୍ୟରତ ଜଷ୍ଟିସ୍ ଭେଙ୍କଟଚାରୀ ଲକ୍ଷ୍ମୀନାରାୟଣନ ଓ ଜଷ୍ଟିସ୍ ପେରିୟାସାମୀ ଭଡାମଲାଇଙ୍କୁ ସ୍ଥାୟୀ ନ୍ୟାୟାଧୀଶ ରୂପେ ନିଯୁକ୍ତି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି’।  ସେହିପରି ତେଲେଙ୍ଗାନା ହାଇକୋର୍ଟଙ୍କ ୩ ଅତିରିକ୍ତ ବିଚାରପତିଙ୍କ ନିଯୁକ୍ତିକୁ ମଧ୍ୟ ସ୍ଥାୟୀ କରିଛନ୍ତି।

ବୟାନ ଅନୁସାରେ କଲେଜିୟମ ଅତିରିକ୍ତ ବିଚାରପତି ଜଷ୍ଟିସ୍ ଲକ୍ଷ୍ମୀନାରାୟାଣ ଅଲୀସେଟ୍ଟୀ, ଜଷ୍ଟିସ୍ ଅନିଲ କୁମାର ଜୁକାନ୍ତୀ ଓ ଜଷ୍ଟିସ୍ ସୁଜାନା କଲସିକମଙ୍କୁ ତେଲେଙ୍ଗାନା ଉଚ୍ଚନ୍ୟାୟାଳୟରେ ସ୍ଥାୟୀ ନ୍ୟାୟାଧୀଶ ରୂପେ ନିଯୁକ୍ତି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଫଳରେ ମାଡ୍ରାସ ଓ ତେଲେଙ୍ଗାନା ହାଇକୋର୍ଟରେ ବିଚାରପତିଙ୍କ ଅଭାବ ପୂରଣ ହୋଇ ପାରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.