ମହାକୁମ୍ଭରେ ଦଳାଚକଟା ନୂଆ ନୁହେଁ, ପୂର୍ବରୁ ଏକାଥରକରେ ଯାଇଥିଲା ୮୦୦ ଜୀବନ

Published By : Prameya-News7 Bureau | February 05, 2025 IST

ନୂଆଦିଲ୍ଲୀ ୦୫।୦୨: ଚାଲିଛି ମହାକୁମ୍ଭ ମେଳା । ସାହି ସ୍ନାନରେ ବୁଡ଼ ପକାଇବା ପାଇଁ ଦେଶ ବିଦେଶରୁ ଆସୁଛନ୍ତି ଲକ୍ଷ ଲକ୍ଷ ଭକ୍ତ । ମୌନି ଅମାବାସ୍ୟାରେ ହୋଇଥିଲା ଦଳାଚକଟା । ଏଥିରେ ଚାଲି ଯାଇଥିଲା ୩୦ଜଣଙ୍କର ମୃତ୍ୟୁ । ପୋଲିସର କହିବା ଅନୁଯାୟୀ, ଆଖରା ମାର୍ଗରେ ଭିଡ଼ ବଢିବାରୁ ହୋଇଥିଲା ଦୁର୍ଘଟଣା । ପୋଲିସ କହିଛି ଭିଡ଼ ଯୋଗୁଁ ବ୍ୟାରିକେଡ୍ ଭାଙ୍ଗି ଯାଇଥିଲା। ଏହି କାରଣରୁ ଅନ୍ୟ ଲୋକମାନେ ପାଖରେ ଶୋଇଥିବା ଭକ୍ତମାନଙ୍କ ଉପରେ ଚଢ଼ିଗଲେ । ତେବେ ମହାକୁମ୍ଭରେ ଏପରି ଦଳାଚକଟାରେ ଲୋକଙ୍କ ମୃତ୍ୟୁ ହେବା ଏହା ପ୍ରଥମ ଥର ନୁହେଁ । ପୂର୍ବରୁ ହୋଇସାରିଛି ଏପରି ଘଟଣା । ଏଥିରେ ଚାଲି ଯାଇଥିଲା ଶହଶହ ଜୀବନ ।  

ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ କୁମ୍ଭମେଳା ଆୟୋଜନ କରାଯାଇଥିଲା। ଏହା ଭାରତ ପାଇଁ ଥିଲା ଏକ ଐତିହାସିକ ଘଟଣା  । କିନ୍ତୁ ଏହାକୁ ଏକ ଦୁଃଖଦ ଘଟଣା ଭାବରେ ମନେ ରଖାଯାଏ। ୧୯୫୪ ମସିହା ଫେବୃଆରୀ ୩ରେ ଆଲାହାବାଦ (ବର୍ତ୍ତମାନ ପ୍ରୟାଗରାଜ)ର କୁମ୍ଭମେଳାରେ ମୌନୀ ଅମାବାସ୍ୟାରେ ପବିତ୍ର ସ୍ନାନ କରିବା ପାଇଁ ବହୁ ସଂଖ୍ୟକ ଭକ୍ତ ଏକତ୍ରିତ ହୋଇଥିଲେ। କିନ୍ତୁ ସେଠାରେ ହୋଇଥିଲା ଦଳାଚକଟା । ଆଉ ନଦୀରେ ବୁଡ଼ି ପ୍ରାୟ ୮୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା।

୧୯୮୬ରେ ହରିଦ୍ୱାରର କୁମ୍ଭମେଳାରେ ମଧ୍ୟ ହୋଇଥିଲା ଦଳାଚକଟା । ଏଥିରେ ଅତିକମରେ ଚାଲିଯାଇଥିଲା ୨୦୦ ଜଣ ପ୍ରାଣ ହରାଇଛନ୍ତି । ଏହି ଦଳଚକଟା ସେତେବେଳେ ହୋଇଥିଲା ଯେତେବେଳେ ଉତ୍ତର ପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବୀର ବାହାଦୁର ସିଂହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସାଂସଦମାନଙ୍କ ସହିତ ହରିଦ୍ୱାରରେ ପହଞ୍ଚିଥିଲେ । ଯେତେବେଳେ ସୁରକ୍ଷା କର୍ମୀମାନେ ସାଧାରଣ ଲୋକଙ୍କୁ ନଦୀକୂଳକୁ ଯିବାରୁ ବାରଣ କଲେ ସେତେବେଳେ ଭିଡ଼ ଅସ୍ଥିର ହୋଇଗଲା ଏବଂ ନିୟନ୍ତ୍ରଣ ବାହାରକୁ ଚାଲିଗଲା। ଆଉ ଏକ ବଡ ଦଳାଚକଟା ହୋଇଥିଲା । 

ଅଗଷ୍ଟ ୨୦୦୩ରେ ନାସିକରେ ଆୟୋଜନ କରାଯାଇଥିଲା କୁମ୍ଭମେଳା । ଯେଉଁଠାରେ ଦଳାଚକଟା ଯୋଗୁଁ ପ୍ରାଣ ହରାଇଥିଲେ ୩୯ ଜଣ ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହି  ଘଟଣା ଘଟିଥିଲା କାରଣ କିଛି ସନ୍ଥ ରୂପା ମୁଦ୍ରା ବାଣ୍ଟୁଥିଲେ। ଏହି ମୁଦ୍ରାଗୁଡ଼ିକୁ ଲୁଟିବା ପାଇଁ, ଭକ୍ତମାନେ ପରସ୍ପର ଉପରେ ପଡ଼ିଯାଇଥିଲେ ଏବଂ ଦଳାଚକଟାରେ ଅନେକ ପ୍ରାଣ ହରାଇଥିଲେ।

ପୂର୍ବରୁ ୨୦୧୩ ମସିହାରେ ପ୍ରୟାଗରାଜରେ ଆୟୋଜନ କରାଯାଇଥିଲା କୁମ୍ଭମେଳା । ସେତେବେଳେ ମଧ୍ୟ ମୌନୀ ଅମାବାସ୍ୟାରେ ଅମୃତ ସ୍ନାନ ଦିନ ହୋଇଥିଲା ଦଳାଚକଟା । ବାସ୍ତବରେ ଫେବୃଆରୀ ୧୦ ତାରିଖରେ ପ୍ରୟାଗରାଜ ରେଳ ଷ୍ଟେସନରେ ଏକ ଫୁଟ୍ ଓଭରବ୍ରିଜର ରେଲିଂ ପଡ଼ିବା ପରେ ଦଳାଚକଟା ହୋଇଥିଲା। ଏହି କାରଣରୁ ୩୬ ଜଣ ଲୋକଙ୍କ ଚାଲିଯାଇଥିଲା ଜୀବନ । ଏହାବ୍ୟତୀତ ୧୪ ଏପ୍ରିଲ୍ ୨୦୧୦ରେ ହରିଦ୍ୱାରରେ ସାହି ସ୍ନାନ ସମୟରେ   ସାଧୁ ଏବଂ ଭକ୍ତଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଗୁଜବ ପ୍ରସାରିତ ହେବା ପରେ ଦଳାଚକଟା ହୋଇଥିଲା। ଏହି ଦଳାଚକଟାରେ ୭ ଜଣଙ୍କର ମୃତ୍ୟୁ ଏବଂ ୧୫ ଜଣ ହୋଇଥିଲେ ଆହତ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.