ନୂଆଦିଲ୍ଲୀ ୦୫।୦୨: ଟିମ୍ ଇଣ୍ଡିଆର ପୂର୍ବତନ ହେଡ୍ କୋଚ୍ ରାହୁଲ ଦ୍ରାବିଡ । ବେଙ୍ଗାଲୁରୁ ସଡ଼କରେ ଦୁର୍ଘଟଣାର ହୋଇଛନ୍ତି ଶିକାର । ତାଙ୍କ କାରକୁ ପଛରୁ ଏକ ମାଲବାହୀ ଅଟୋ ଧକ୍କା ଦେଇଥିଲା । ଯଦିଓ ଏହି ଘଟଣାରେ କେହି ଆହତ ହୋଇ ନାହାଁନ୍ତି, କିନ୍ତୁ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁ କାରଣରୁ ଏହି ଘଟଣା ବେଶ୍ ଚର୍ଚ୍ଚାକୁ ଆସିଛି ।
ରିପୋର୍ଟ ଅନୁଯାୟୀ, ଘଟଣାଟି ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୪ଟା ସମୟରେ ବେଙ୍ଗାଲୁରୁର କନିଂହାମ ରୋଡରେ ହୋଇଥିଲା । ସେଠାରେ ରାହୁଲ ଦ୍ରାବିଡଙ୍କ କାର ପାର୍କିଂ କରାଯାଇଥିଲା। ଠିକ୍ ସେହି ସମୟରେ ପଛରୁ ଆସୁଥିବା ଏକ ମାଲବାହୀ ଅଟୋ ତାଙ୍କ କାରକୁ ହାଲୁକା ଧକ୍କା ଦେଇଥିଲା। ଧକ୍କା ହେବା ମାତ୍ରେ ଦ୍ରାବିଡ ତୁରନ୍ତ କାରରୁ ଓହ୍ଲାଇ କ୍ଷୟକ୍ଷତି ଆକଳନ କରିଥିଲେ ।
ଏହି ସମୟରେ ଦ୍ରାବିଡ୍ ଅଟୋ ଡ୍ରାଇଭରଙ୍କ ସହ ଯୁକ୍ତିତର୍କ ମଧ୍ୟ କରିଥିଲେ । ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇନି । କିନ୍ତୁ ସେହି ସମୟର ଭିଡିଓ ବର୍ତ୍ତମାନ ସୋଶିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ଏହି ଘଟଣା ପରେ, "ଇନ୍ଦିରାନଗରର ଗୁଣ୍ଡା" ର ଉଲ୍ଲେଖ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ବାସ୍ତବରେ ଏହା ରାହୁଲ ଦ୍ରାବିଡଙ୍କ ଏକ ପୁରୁଣା ବିଜ୍ଞାପନ ସହିତ ଜଡିତ । ଯେଉଁଥିରେ ସେ ରାଗି ଯାଇଥିବାର ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆ ଯୁଜର୍ସ ଏହି ବିଜ୍ଞାପନକୁ ମନେ ପକାଇ ଦେଉଛନ୍ତି ।
କାରଣ ଦ୍ରାବିଡଙ୍କୁ ସାଧାରଣତଃ ବହୁତ କମ୍ ରାଗିବାର ଦେଖାଯାଏ । ଏଥର ମଧ୍ୟ ଯେତେବେଳେ ତାଙ୍କ ଗାଡ଼ିରେ ଧକ୍କା ଲାଗିଲା ସେତେବେଳେ ତାଙ୍କର ରାଗ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଥିଲା ।