ଆସନ୍ତାକାଲି ୪ଟି କାଉଣ୍ଟରରେ ମିଳିବ ଟିକେଟ୍, ଆଜି ରାତିରେ ଷ୍ଟାଡିୟମରେ ଠିଆ ହେବାକୁ ଦିଆଯିବନି

Published By : Prameya-News7 Bureau | February 04, 2025 IST

କଟକ: ବାରବାଟୀ ଦିନିକିଆ ପାଇଁ ଆସନ୍ତାକାଲି ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ମିଳିବ ଟିକେଟ। ସେଥିପାଇଁ କମିଶନରେଟ ପୋଲିସ ଏବଂ ଓସିଏ  ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି କରାଯାଇଛି। ଚଳିତ ବର୍ଷ ମହିଳାଙ୍କ ପାଇଁ ସ୍ବତନ୍ତ୍ର କାଉଣ୍ଟର ହୋଇଥିବା ବେଳେ ମୋଟ ଚାରୋଟି କାଉଣ୍ଟରରେ ମିଳିବ ଟିକେଟ। ତେବେ ଟିକେଟ ବିକ୍ରିର ପୂର୍ବଦିନରୁ ଲୋକ ମାନେ ବ୍ୟାରିକେଡ଼ରେ ଠିଆ ହେବା ସହ ଷ୍ଟାଡିୟମ୍ ନିକଟରେ ଭିଡ଼ ଜମାଇ ଥାଆନ୍ତି। ତେଣୁ ଚଳିତ ବର୍ଷ ଟିକେଟ ବିକ୍ରିର ପୂର୍ବ ଦିନ ତଥା ଆଜି ରାତିରେ କାହାରିକୁ ଷ୍ଟାଡିୟମ ନିକଟରେ ରହିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ଡିସିପି। ତା ସହ ଟିକେଟ ବିକ୍ରି ସମୟରେ ଦଳା ଚକଟା ଓ ଠେଲା ପେଲା ଉପରେ କଡା ନଜର ରଖାଯିବ ବୋଲି ଡିସିପି କହିଛନ୍ତି। ଅନ୍ୟପଟେ ମ୍ୟାଚ୍ ଦିନ ଦର୍ଶକମାନେ କିଭଳି ଆସି ଶୃଙ୍ଖଳିତ ଭାବେ ମ୍ୟାଚ୍ ଦେଖି ଫେରି ପାରିବେ ସେ ନେଇ କେନ୍ଦ୍ରାଞ୍ଚଳ ଆର୍ ଡି ସି ଙ୍କ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବାରବାଟୀ ଦିନିକିଆକୁ ଆଉ ମାତ୍ର ଚାରି ଦିନ ବାକି ଥିବା ବେଳେ ଆସନ୍ତାକାଲି ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ମିଳିବ ଟିକେଟ।ସେଥିପାଇଁ ଚାରୋଟି କାଉଣ୍ଟରର ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ପ୍ରଥମ କରି ମହିଳା ମାନଙ୍କ ପାଇଁ ସ୍ବତନ୍ତ୍ର ଟିକେଟ କାଉଣ୍ଟର କରାଯାଇଥିବା ବେଳେ ପୁରୁଷଙ୍କ ପାଇଁ ଦୁଇଟି କାଉଣ୍ଟର ଓ ଦାମୀ ଟିକେଟ ପାଇଁ ଗୋଟିଏ କାଉଣ୍ଟର ରହିଛି। ପୂର୍ବ ବର୍ଷ ଟିକେଟ ପାଇଁ ଷ୍ଟାଡିୟମର ମୁଖ୍ୟ ରାସ୍ତା ତଥା କମିସନରେଟ ପୋଲିସ କୋର୍ଟ ରାସ୍ତାରେ କରାଯାଉଥିବା ବେଳେ ଚଳିତ ବର୍ଷ ଏହାକୁ ପରିବର୍ତ୍ତନ କରି  ଶିଳ୍ପ ନିର୍ଦ୍ଦେଶାଳୟ ରାସ୍ତାରେ ସାଧାରଣ ଲୋକ ଆସି ଜାଭିୟର ସ୍କୁଲ ନିକଟରେ ହୋଇଥିବା ଦୁଇଟି ପୁରୁଷ କାଉଣ୍ଟରରୁ ଟିକେଟ କିଣି ପାରିବେ।

ତେବେ ଟିକେଟ ବିକ୍ରି ପୂର୍ବରୁ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାସ କଟକ ଡିସିପି ଜଗମୋହନ ମୀନାଙ୍କ ସମେତ ବରିଷ୍ଠ ଅଧିକାରୀ ପହଞ୍ଚି ଟିକେଟ ବିକ୍ରି ହେବାକୁ ଥିବା କାଉଣ୍ଟର ବୁଲିବା ସହ ଷ୍ଟାଡିୟମ୍ ବୁଲି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ବିଗତ ବର୍ଷ ମାନଙ୍କରେ ଟିକେଟ ବିକ୍ରିର ପୂର୍ବ ରାତିରୁ ଲୋକମାନେ ବ୍ୟାରିକେଡ଼ରେ ଲାଇନ ଲଗାଇବା ସହ ଷ୍ଟାଡିୟମ୍ ନିକଟରେ ରହି ଥାଆନ୍ତି ହେଲେ ଚଳିତ ବର୍ଷ ଆଜି ରାତିରେ କାହାରିକୁ ବି ରହିବାକୁ ଦିଆଯିବନି ବୋଲି ପୋଲିସ ପକ୍ଷରୁ କୁହାଯାଇଛି। 

ଏନେଇ ପୋଲିସ ପକ୍ଷରୁ ପୂର୍ବରୁ କୁହାଯାଇଥିଲେ ମଧ୍ୟ ଯେଉଁମାନେ ଏହାକୁ ନ ମାନିବେ ପୋଲିସ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଆଜି ରାତି ୯ଟାରୁ ଟିକେଟ କାଉଣ୍ଟର ନିକଟରେ ବରିଷ୍ଠ ଅଧିକାରୀଙ୍କ ସମେତ ପୋଲିସ ଫୋର୍ସ ମୁତୟନ କରାଯିବା। ତିନୋଟି ଫେଜରେ ପୋଲିସ ଅଧିକାରୀ ଓ ଫୋର୍ସ ମୁତୟନ କରାଯିବ ବୋଲି କହିଛନ୍ତି ଅତିରିକ୍ତ ପୋଲିସ କମିଶନର। ତେବେ ଟିକେଟ ବିକ୍ରି ପୂର୍ବରୁ ଅର୍ଥାତ୍ ଆସନ୍ତାକାଲି ସକାଳେ କାଉଣ୍ଟର ଖୋଲିବା ପୂର୍ବରୁ ଭିଡ଼କୁ ଦେଖି ବ୍ୟାରିକେଡ଼ ଖୋଲାଯିବ।

ତେବେ ବହୁତ୍ ସମୟରେ ଠେଲା ପେଲା ସାଙ୍ଗକୁ ଦଳା ଚକଟା ହେବାର ଦେଖିବାକୁ ମିଳି ଥାଏ। ସେଥି ପାଇଁ ପୋଲିସ ଏହା ଉପରେ କଡା ନଜର ରଖିବା ସହ ବ୍ୟାପକ ପୋଲିସ ମୁତୟନ କରାଯିବା।ଏଥି ସହ ବ୍ୟାରିକେଡ଼ ଭିତରେ ପୋଲିସ କର୍ମଚାରୀ ମୁତ୍ୟୟନ ରହିବେ ଯେଉଁ ବ୍ୟକ୍ତି ଧାଡ଼ି ଭିତରେ ପେଲା ଠେଲା ବା ବିଶୃଙ୍ଖଳା ସୃଷ୍ଟି କରିବା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କଟକ  ଡିସିପି କହିଛନ୍ତି।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.