‘ପନ୍ଥ ଓ ପରିବାର ମଧ୍ୟରୁ ସବୁବେଳେ ପନ୍ଥକୁ ବାଛିବି’, ମା’ଙ୍କ ବୟାନରୁ ଦୂରେଇ ଗଲେ ଅମୃତପାଲ୍ ସିଂହ

Published By : Prameya-News7 Bureau | July 07, 2024 IST

ନୂଆଦିଲ୍ଲୀ: ପଞ୍ଜାବ ଖଣ୍ଡୁର ସାହିବ୍ ଲୋକସଭା ଆସନରୁ ଜିତିଥିବା ଅମୃତପାଲ ସିଂହ ଶପଥ ନେଇଛନ୍ତି ।  ସେ ୫ ଘଣ୍ଟା ପର୍ଯ୍ୟନ୍ତ ନିଜ ବାପା ଓ ଚାଚାଙ୍କ ସହିତ ସାକ୍ଷାତ କରିଥିଲେ । ଏହା ପରେ ଖଲିସ୍ତାନୀ ଟିପ୍ପଣୀକୁ ନେଇ ସୋସିଆଲ୍ ମିଡିଆରେ ଏକ ବୟାନ ଜାରି କରିଛନ୍ତି । ଯେଉଁଥିରେ ସେ ନିଜରକୁ ପନ୍ଥଙ୍କ ପୁଅ ଏବଂ ଖଲସା ରାଜ୍ୟ ଦାବିକୁ ଠିକ୍ ବୋଲି କହିଛନ୍ତି । ମାତ୍ର ନିଜ ମା’ଙ୍କ ଖଲିସ୍ତାନୀ ଟିପ୍ପଣୀ ଠାରୁ ନିଜକୁ ଦୂରେଇ ରଖିଛନ୍ତି ।  ତାଙ୍କ ମା’ କହିଥିଲେ, ଅମୃତପାଲ୍ ପଞ୍ଜାବ ଯୁବକଙ୍କ ସପକ୍ଷରେ କହିଲେ ସେ ଖଲିସ୍ତାନୀ ହୋଇଯିବେ ନାହିଁ । ସେ ଖଲିସ୍ତାନୀ ସମର୍ଥକ ନୁହଁନ୍ତି । ଅମୃତପାଲ ସମ୍ବିଧାନର ବିଧି ଭିତରେ ରହି ନିର୍ବାଚନ ଲଢ଼ିଛନ୍ତି, ସେ ଏବେ ସାଂସଦ ତାଙ୍କୁ ଖଲିସ୍ତାନୀ କହିବା ଉଚିତ୍ ନୁହେଁ । 

ଏହି ବୟାନକୁ ନେଇ ଅମୃତପାଲ ସୋସିଆଲ୍ ମିଡିଆରେ ଲେଖିଛନ୍ତି, ମା’ଙ୍କ ଦ୍ବାରା ଦିଆଯାଇଥିବା ବୟାନ ବାବଦରେ ଜାଣିବା ପରେ ବହୁତ ଦୁଃଖି ହୋଇଛି । ମୁଁ ନିଶ୍ଚିତ ଅଛି ଏହି ବୟାନ ସତ, ହେଲେ ଏହା ମୋ ମା’ଙ୍କ ଦ୍ବାରା ଅଜାଣତରେ ଦିଆଯାଇଛି । ଏଭଳି ବୟାନ ମୋ ପରିବାର କିମ୍ବା ସମର୍ଥକଙ୍କ ତରଫରୁ ଦିଆଯିବା ଠିକ୍ ନୁହେଁ । 

ଏହାଛଡ଼ା ସେ କହିଛନ୍ତି, ଖଲସା ରାଜ୍ୟ ଗଠନ ସ୍ବପ୍ନ ଦେଖିବା କୌଣସି ଦୋଷ ନୁହେଁ । ଏହା ଶିଖ୍ ସମ୍ପ୍ରଦାୟ ପାଇଁ ଗର୍ବର କଥା । ଯେଉଁ ରାସ୍ତାରେ ଶିଖ୍ ସମ୍ପ୍ରଦାୟ ନିଜ ଜୀବନକୁ ବଳି ଚଢ଼ାଇଛନ୍ତି, ଏଥିରୁ ପଛକୁ ଫେରିବା ସ୍ବପ୍ନ ଦେଖିବା ବି ଭୁଲ୍ । ଅମୃତପାଲ୍ କହିଛନ୍ତି, ସେ ଅନେକ ସମୟରେ ମଞ୍ଚରେ ପନ୍ଥ ଓ ପରିବାରକୁ ନେଇ ବୟାନ ଦେଇଛନ୍ତି । ଏହି ଦୁଇ ରାସ୍ତାରୁ ଗୋଟିଏକୁ ବାଛିବାକୁ ହେଲେ ସବୁବେଳେ ପନ୍ଥକୁ ବାଛିବି ବୋଲି କହିଛନ୍ତି  ।  ଇତିହାସ ସାକ୍ଷୀ ଅଛି, ବନ୍ଦା ସିଂହ ବାହାଦୁରଙ୍କ ୧୪ ବର୍ଷିୟ ସାଥି ଏହି ସିଦ୍ଧାନ୍ତର ବଡ଼ ଉଦାହରଣ । ପୁଅକୁ ବଞ୍ଚାଇବାକୁ ଯାଇ ନିଜକୁ ଶିଖ୍ ବୋଲି କହିଥିଲେ । ୧୪ ବର୍ଷିୟ ବାଳକ ମଧ୍ୟ ତାଙ୍କୁ ମା’ କହିବାକୁ ପଛକୁ ଫେରିଥିଲା । ତାଙ୍କୁ ସେ ମା’ ବୋଲି କହିନଥିଲା ।  ଏହା ଏକ ବଳିଷ୍ଠ ଉଦାହରଣ, ବୁଝାଇବାକୁ ଯଥେଷ୍ଟ ବୋଲି ଅମୃତପାଲ୍ କହିଛନ୍ତି । 

ଅମୃତପାଲ୍ ନିଜ ପୋଷ୍ଟରେ ଲେଖିଛନ୍ତି, ସେ ଏହି ବୟାନ ପାଇଁ ନିଜ ପରିବାରକୁ କେବେବି ଗାଳି କରିନାହିଁ । ମାତ୍ର ଖଲାସ ରାଜ୍ୟକୁ ନେଇ ବୁଝାମଣା କରିବା ଅସମ୍ଭାବ ବୋଲି କହିଥିଲେ । ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.