ଗ୍ଲୋବାଲ ୫ଶହ ମାର୍କେଟ୍ କ୍ୟାପ୍ କ୍ଲବରେ ଆଉ ୭ ଭାରତୀୟ କମ୍ପାନି; ତଳକୁ ଖସିଲେ ଦୁଇ ଫାର୍ମ୍

Published By : Prameya-News7 Bureau | July 02, 2024 IST

ନୂଆଦିଲ୍ଲୀ: ୫ଶହ ମାର୍କେଟ୍ କ୍ୟାପ୍ କ୍ଲବରେ ଆଉ ୭ ଭାରତୀୟ କମ୍ପାନି । ଟପ୍ ୫ଶହ ଗ୍ଲୋବାଲ୍ କମ୍ପାନି ତାଲିକାରେ ୭ ଭାରତୀୟ କମ୍ପାନି ପ୍ରବେଶ କରିଛନ୍ତି । ଏମାନଙ୍କ ମଧ୍ୟରେ NTPC, ସନ୍ ଫାର୍ମା, ଟାଟା ମୋଟର୍ସ,  ଏମ୍-ଆଣ୍ଡ-ଏମ୍, ହାଲ୍, ONGC ଏବଂ ଅଲଟ୍ରାଟେକ୍ ସିମେଣ୍ଟ ରହିଛି । ଅଧିକାଂଶ ଭାରତୀୟ କମ୍ପାନି ମାର୍କେଟ୍ କ୍ୟାପ୍‌ରେ ଉପରକୁ ଉଠିଛନ୍ତି । ମାତ୍ର କିଛି କମ୍ପାନି ମାର୍କେଟ୍ କ୍ୟାପ୍ ଲିଷ୍ଟରେ ତଳକୁ ଖସିଛନ୍ତି । ସେମାନଙ୍କ ଭିତରେ ରହିଛନ୍ତି, ଏସିଆନ୍ ପେଣ୍ଟ୍ସ, ଓ ଟାଇଟନ୍ କମ୍ପାନି ରହିଛି । 

୫ଶହ ମାର୍କେଟ୍ କ୍ୟାପିଟାଲ୍ କ୍ଲବରେ ଆସିଥିବା ୭ ଭାରତୀୟ କମ୍ପାନିଙ୍କ ମଧ୍ୟରେ ଏନଟିପିସିର ରାଙ୍କ୍ ରିହିଛି ୪୩୪ ।  ୪୩୮ନଂ ସ୍ଥାନରେ ସନ୍ ଫାର୍ମା କମ୍ପାନି ରହିଛି । ଟାଟା ମୋଟର୍ସ ୪୪୧ ତମ ସ୍ଥାନରେ ରହିଛି । ଏମ୍-ଆଣ୍ଡ-ଏମ୍ ମାର୍କେଟ୍ ଏମକ୍ୟାପ୍ ତାଲିକାରେ ୪୪୮ତମ ସ୍ଥାନରେ ରହିଛି । ସେହିପରି ହିନ୍ଦୁସ୍ତାନ ଏରୋନଟିକ୍ସି ଲିଟିଟେଡ୍ ୪୫୮ ତମ ସ୍ଥାନରେ ରହିଛି  । ଏହା ପଛରେ ରହିଛି ONGC । ତାଲିକାର ୪୭୮ ତମ ସ୍ଥାନ ରହିଛି ଅଲଟ୍ରାଟେକ୍ ସିମେଣ୍ଟ । ଗ୍ଲୋବାଲ ମାର୍କେଟ୍ କ୍ୟାପିଟାଲ୍ ତାଲିକାର ଟପ୍ ଭାରତୀୟ କମ୍ପାନୀ ମାନଙ୍କ ମଧ୍ୟରେ ରିଲାଏନ୍ସ ଇଣ୍ଡିଆ, ଟିସିଏସ୍, ଏଚଡିଏଫସି, ଭାରତୀ ଏୟାରଟେଲ୍ ଓ ଆଇସିଆଇସିଆଇ ବ୍ୟାଙ୍କ ରହିଛି । 

ରିଲାଏନ୍ସ ଇଣ୍ଡିଆ ଗ୍ଲୋବାଲ ୫୦୦ ଏମ୍-କ୍ୟାପର ତାଲିକାର ୩୯ ନମ୍ବର ସ୍ଥାନରେ ରହିଛି । ସେହିପରି ଟିସିଏସ୍ ବିଶ୍ବ ସ୍ତରରେ ୭୬ତମ ସ୍ଥାନରେ ରହିଛି ।  ଏଚଡିଏଫସି ୮୯ ତମ ସ୍ଥାନରେ ରହିଥିବା ବେଳେ ଭାରତୀ ଏୟାରଟେଲ୍ ତାଲିକାର ୧୫୨ତମ ସ୍ଥାନରେ ରହିଛି ।  ଆଇସିଆଇସିଆଇ ବ୍ୟାଙ୍କ ୧୫୭ ସ୍ଥାନରେ ରହିଛି । ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.