ଜାପାନ ବାୟୁ ସୀମାରେ ପଶିଲା ପୁଟିନଙ୍କ ଯୁଦ୍ଧ ବିମାନ, ୫ ବର୍ଷ ପରେ ପୁଣି ଦୁଇ ଦେଶ ମୁହାଁମୁହିଁ

Published By : Prameya-News7 Bureau | September 13, 2024 IST

Live Hindustan

ନୂଆଦିଲ୍ଲୀ: ୟୁକ୍ରେନ ସହ ଜାରି ଯୁଦ୍ଧ ଭିତରେ ରୁଷ ପୂର୍ବ ଏସିଆରେ ଆଉ ଏକ ଉତ୍ତେଜନାର ସଂକେତ ଦେଇଛି । ଗୁରୁବାର ରୁଷ ସେନାର ଦୁଇ ଯୁଦ୍ଧ ବିମାନ ଜାପାନ ବାୟୁ ସୀମାରେ ପ୍ରବେଶ କରିବା ସହ ଜାପାନ ଉପରେ ଉଡାଣ ଭରିଥିଲା । ଏହାପରେ ରୁଷ ଉଭୟ ଯୁଦ୍ଧ ବିମାନ ଦକ୍ଷିଣ କୋରିଆ ସୀମାରେ ମଧ୍ୟରେ ପ୍ରବେଶ କରିଥିଲା । ରୁଷ ଯୁଦ୍ଧ ବିମାନର ଏଭଳି ଉଡାଣ ପରେ ଆମେରିକାକୁ ନିଜର ଦୁଇ ମିତ୍ର ଦେଶକୁ ଫାଇଟର୍ ପ୍ଲେନ୍ ପଠାଇବାକୁ ପଡ଼ିଛି । ଏହାପରେ ରୁଷ ଯୁଦ୍ଧ ବିମାନ ନିଜ ସୀମାକୁ ଫେରି ଆସିଥିଲା । ଶେଷ ଥର ପାଇଁ ରୁଷ ବିମାନ ୨୦୧୯ରେ ଜାପାନ ସୀମାରେ ପ୍ରବେଶ କରି ଉଡାଣ ଭରିଥିଲା ।

ଜାପାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଜାପାନର ବାୟୁ ରକ୍ଷା ପରିଚୟ କ୍ଷେତ୍ର (ADIZ) ଭିତରକୁ ରୁଷର ଦୁଇ Tu-142 ଲଢୁଆ ବିମାନ ଅନୁପ୍ରବେଶ କରିଥିବା ସ୍ପଷ୍ଟ ହୋଇଛି । ଏହି ବିମାନକୁ ନାଟୋ Bear-F ନାଁ ଦେଇଛି । ଜାପାନର ସ୍ଥାନୀୟ ମିଡିଆ ଦେଶର ସେନା ସୂତ୍ରକୁ ନେଇ କହିଛି ଯେ ଦୁଇ ରୁଷ ବିୟର-ଏଫ୍ ଯୁଦ୍ଧ ବିମାନ ଜାପାନ ଉପରେ ଆକାଶରେ ଚାରିଆଡେ ଘେରା ବନ୍ଦୀ କରି ଉଡାଣ ଭରିଥିଲା । ଏହାପରେ ଦକ୍ଷିଣ କୋରିଆ ଦକ୍ଷିଣ କୋରିଆ ବାୟୁ ସୀମାରେ ପ୍ରବେଶ କରିଥିଲା । ଏହାର ଜବାବରେ ଜାପାନ ଏବଂ ଦକ୍ଷିଣ କୋରିଆ ତୁରନ୍ତ ନିଜ ଲଢୁଆ ବିମାନ ମୁତୟନ କରିଥିଲେ । ଟୋକିଓ ଏବଂ ସିଓଲ ଉଭୟ ଏସିଆରେ ୱାଶିଂଟନ ସୁରକ୍ଷା ସନ୍ଧି ସହ ଜଡ଼ିତ ଅଛନ୍ତି ।

ADIZ ଅନ୍ତରାଷ୍ଟ୍ରୀୟ ଆକାଶ ମାର୍ଗ ମଧ୍ୟରୁ ଏକ, ଯେଉଁଠି ରାଷ୍ଟ୍ରୀୟ ସୁରକ୍ଷା ଉଦ୍ଦେଶ୍ୟରେ ବିମାନର ଟ୍ରାକିଂ ଏବଂ ଚିହ୍ନଟ କରିବା ଜରୁରୀ ହୋଇଥାଏ । ଏହା ପୂର୍ବରୁ ବୁଧବାର ଉତ୍ତର ଆମେରିକୀୟ ଏୟରୋସ୍ପେସ୍ ଡିଫେନ୍ସ କମାଣ୍ଡ ଅଲାସ୍କା ADIZରେ ମଧ୍ୟ ରୁଷ ଯୁଦ୍ଧ ବିମାନକୁ ଟ୍ରାକ୍ କରିଥିଲା । ୟୁକ୍ରେନରେ ଯୁଦ୍ଧ ଆରମ୍ଭ ପରଠୁ ଜାପାନ ଏବଂ ରୁଷ ମଧ୍ୟରେ ସମ୍ପର୍କ ଅଧିକ ଖରାପ ହୋଇଛି । ଦୁଇ ଦେଶ ମଧ୍ୟରେ ବିବାଦ ବହୁ ପୁରୁଣା ଏବଂ ଉଭୟ ଦେଶ କୁରିଲ ଦ୍ୱୀପକୁ ନିଜର ବୋଲି ଦାବି କରୁଛନ୍ତି । ରୁଷ ଦ୍ୱିତୀୟ ବିଶ୍ୱ ଯୁଦ୍ଧର ଅନ୍ତିମ ଦିନରେ ହୋକ୍କାଇଡୋର ଉତ୍ତରରେ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିରୁ ସ୍ଥିତ ଅଗ୍ନେୟଗିରୀୟ ଦ୍ୱୀପପୁଞ୍ଜ ଉପରେ କବଜା କରିଥିଲା ଏବଂ ସେଠାରେ ନିଜ ସୈନ୍ୟ ଉପସ୍ଥିତି ବଜାୟ ରଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.