ମୁମ୍ୱାଇ ୨୮/୦୪: ରାଗିଗଲେ ଭାରତୀୟ ପେସର ଜସ୍ପ୍ରୀତ ବୁମରା ପତ୍ନୀ । ଟ୍ରୋଲର୍ସଙ୍କୁ କଡ୍ଡା ଜବାବ ଦେଲେ ସଞ୍ଜନା ଗଣେଷନ । ସେ ଏମିତି କିଛି କହିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର୍ । କହିବାକୁ ଗଲେ ୨୭ ଏପ୍ରିଲ ରବିବାର ଥିଲା ମୁମ୍ୱାଇ-ଲକ୍ଷ୍ନୌ ମୁକାବିଲା । ନିଜ ପୁଅ ଅଙ୍ଗଦ ସହ ଷ୍ଟାଡିୟମରେ ବସି ମ୍ୟାଚ୍ର ମଜ୍ଜା ନେଉଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ଏହି ସମୟରେ କିଛି ୟୁଜର୍ସ ତାଙ୍କ ପୁଅର ମୁହଁ ଦେଖି କିଛି କମେଣ୍ଟ ଦେଇଥିଲେ । ଯାହାକୁ ଦେଖିବା ପରେ ରାଗିଯାଇଥିଲେ ସଞ୍ଜନା । ସଞ୍ଜନ ଖୋଲାଖୋଲି କହିଥିଲେ କି, ମୋ ପୁଅ ଅଙ୍ଗଦ ମନୋରଞ୍ଜନର ପାର୍ଟ ନୁହେଁ କି, ତମେମାନେ ତାର ମଜାକ୍ ଉଡେଇବ । ଇନଷ୍ଟାରେ ସେ ଲେଖିଥିଲେ ଏମିତି କିଛି । କହିବାକୁ ଗଲେ ଜଶପ୍ରୀତ ବୁମରା ଓ ତାଙ୍କ ପତ୍ନୀ ସୋସିଆଲ ମିଡିଆରେ ନିଜ ପୁଅକୁ ଦୂରେଇ ରଖନ୍ତି । ତାଙ୍କ ମତରେ ଇଣ୍ଟରନେଟ୍ ଗୋଟିଏ ବଲ ମାଧ୍ୟମ ନୁହେଁ ।
ସଞ୍ଜନାଙ୍କ କହିବା କଥା କ୍ୟାମେରା ଭର୍ତ୍ତି ଷ୍ଟାଡିୟମରେ ମୁଁ ପୁଅକୁ ଆଣିବାର ପରିଣାମ ବହୁତ ଭଲ ଭାବେ ବୁଝିସାରିଛି । ମୁଁ ଓ ମୋ ପୁଅ କେବଳ ସେଠାକୁ ଯାଇଥିଲି ଜଶପ୍ରୀତଙ୍କୁ ଚିୟର ଅପ୍ କରିବାକୁ , ଆଉ କିଛି ନୁହେଁ । ସେ ଆହୁରି କହିଥିଲେ କି, ଦେଢ ବର୍ଷର ପିଲାକୁ ଟ୍ରମା ଏବଂ ଡିପ୍ରେସନ ଭଳି ଶବ୍ଦ ପ୍ରୟୋଗ କରିବା ଯଥାର୍ଥ ନୁହେଁ । ବାସ୍ତବରେ ଏହା ବହୁତ ଦୁଃଖଦ ଘଟଣା । ତାଙ୍କ କହିବା କଥା ତମେ ଆମ ପୁଅ ବିଷୟରେ କିଛି ଜାଣିନ, ଆମ ଜୀବନ ବିଷୟରେ ବି କିଛି ଜାଣିନ । ମୋର ଅନୁରୋଧ କି, ଆପଣମାନେ ସୋସିଆଲ ମିଡିଆରେ ରାୟ କିଛି ଦିଅନ୍ତୁ ନାହିଁ ।