ନୂଆଦିଲ୍ଲୀ ୩।୫: ଭାରତୀୟ ସେନା ଭଳି ଏବେ ଜମ୍ମୁ-କାଶ୍ମୀର ଓ ଲଦ୍ଦାଖରେ ମୁତୟନ ଅର୍ଦ୍ଧସାମରିକ ବଳ ମଧ୍ୟ ଗିରଫଦାରୀରୁ ସଂରକ୍ଷଣ ପାଇବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏହି ଆଦେଶ ଏହା କୁହାଯାଇଛି। ଜମ୍ମୁ-କାଶ୍ମୀରରେ ଆର୍ଟିକିଲ ୩୭୦ ସମାପ୍ତି ପରେ ଏହି ପ୍ରୋଟେକ୍ସନର ପ୍ରାବଧାନ କରାଯାଇଛି। ଏବେ କେନ୍ଦ୍ର ସରକାରଙ୍କ ସହମତି ବିନା ଜମ୍ମୁ-କାଶ୍ମୀର ଓ ଲଦ୍ଦାଖରେ ମୁତୟନ କୌଣସି ଯବାନଙ୍କୁ ଗିରଫ କରା ଯାଇପାରିବନି।
ତେବେ କୌଣସି ଯବାନଙ୍କୁ ଆଇନରେ କୌଣସି ନୂଆ କ୍ଷମତା ପ୍ରଦାନ କରାଯାଇ ନାହିଁ। ହେଲେ ଜମ୍ମୁ-କାଶ୍ମୀର ଓ ଲଦ୍ଦାଖରେ ମୁତୟନ ସବୁ ଫୋର୍ସଙ୍କ ଲାଗି ଦଣ୍ଡ ସଂହିତା (ସିଆରପିସି)ରେ ଗୋଟିଏ ଧାରା ସମ୍ପ୍ରସାରଣ କରାଯାଇଛି। ୩ ବର୍ଷ ପୂର୍ବେ ଜମ୍ମୁ-କାଶ୍ମୀରରେ ‘ରଣବୀର ଦଣ୍ଡସଂହିତା ୧୯୮୯’ ଲାଗୁଥିଲା। ଯେଉଁଥି ପାଇଁ ସିଆରପିସି୧୯୭୩ର ଧାରା ୪୫ ଅନୁସାରେ ସଶସ୍ତ୍ର ବଳ ଯବାନଙ୍କୁ ଗିରଫ ହେବାରୁ ସୁରକ୍ଷା ଦିଆଯାଉ ନଥିଲା। ବରିଷ୍ଠ ସରକାରୀ ଅଧିକାରୀଙ୍କ ଅନୁସାରେ ଯବାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ପାରେ। ତେବେ ସେମାନେ ଡ୍ୟୁଟିରେ ମୁତୟନ ଥିଲେ ଗିରଫ ଲାଗି ଅଧିକ ଆଇନଗତ ପ୍ରକ୍ରିୟାର ଆବଶ୍ୟକତା ପଡିବ।
{"id":781083,"width":839,"height":516,"sizeSlug":"full","linkDestination":"none"}ଏଭଳି ବ୍ୟବସ୍ଥା ପୂର୍ବରୁ କେବଳ ସଶସ୍ତ୍ର ବଳଙ୍କ ଲାଗି ଥିଲା। ତେବେ ଏହା ବର୍ତ୍ତମାନ ଜମ୍ମୁ-କାଶ୍ମୀର ଓ ଲଦ୍ଦାଖରେ ମୁତୟନ ସବୁ ଫୋର୍ସଙ୍କ ଲାଗି କାର୍ଯ୍ୟକାରୀ ହେବ। ଅର୍ଥାତ ଭାରତୀୟ ସେନା ସମେତ ଅର୍ଦ୍ଧସାମରିକ ବଳ ଓ ସ୍ଥାନୀୟ ପୋଲିସ ଲାଗି ମଧ୍ୟ ଏହି ଆଇନ ଏବେ କାର୍ଯ୍ୟକାରୀ ହେବ ଓ ଯବାନଙ୍କୁ ଗିରଫରେ ସଂରକ୍ଷଣ ମିଳିବ। ଏ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରାଳୟ ଜମ୍ମୁ-କାଶ୍ମୀର ଆଇନ, ନ୍ୟାୟ ଓ ସଂସଦୀୟ ବ୍ୟାପାର ବିଭାଗ ସହିତ ଆଲୋଚନା ପରେ ପ୍ରସ୍ତାବକୁ ନିଜର ମଞ୍ଜୁରୀ ଦେଇଛନ୍ତି। ତେବେ ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରାଳୟ ପ୍ରସଙ୍ଗରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ସହିତ ପରାମର୍ଶ ମଧ୍ୟ କରିଥିଲେ।
ଏ ନେଇ ଜାରି ଆଦେଶରେ ରାଜ୍ୟ ସରକାର ମଧ୍ୟ ନିଜ ପୋଲିସ ବାହିନୀ ଓ ଫୋର୍ସଙ୍କୁ ଏହି ଆଇନର ସେକ୍ସନ ଉପ ସେକ୍ସନ(୧)ରେ ସୁରକ୍ଷା ଦେଇ ପାରିବେ ବୋଲି କହିଛନ୍ତି। ଏଣୁ ଜମ୍ମୁ-କାଶ୍ମୀରରେ ସେନା ଭଳି ଯେତେ ବି କେନ୍ଦ୍ରୀୟ ବଳ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଗିରଫ ହେବାରୁ ସଂରକ୍ଷଣ ମିଳିବ। ଉଲ୍ଲେଖଯୋଗ୍ୟ ଯେ ଆର୍ଟିକିଲ ୩୭୦ ହଟିବା ପୂର୍ବରୁ ଜମ୍ମୁ-କାଶ୍ମୀରରେ ରଣବୀର ପିନକୋଡ ୧୯୮୯ ବଳବତ୍ତର ଥିଲା। ଏହା ଯୋଗୁ ସେଠାରେ କେନ୍ଦ୍ର ସରକାରଙ୍କର କୌଣସି ଆଇନ ସେଠାରେ କାର୍ଯ୍ୟକାରୀ ହୋଇପାରୁନଥିଲା। ତେବେ ୨୦୧୯ରେ ଧାରା ୩୭୦ ହଟିବା ପରେ ସଶସ୍ତ୍ର ବଳ ଯବାନଙ୍କୁ ଡ୍ୟୁଟି କାଳରେ କୌଣସି ଘଟଣା ଲାଗି ଗିରଫ ହେବାରୁ ରିହାତିର ରାସ୍ତା ସଫା ହୋଇଯାଇଥିଲା।