ମୁମ୍ବାଇ ୭/୪: ବଲିଉଡ୍ର ବରିଷ୍ଠ ଅଭିନେତ୍ରୀ ତଥା ବିଗ୍ ବି ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ । ତାଙ୍କର ଆଉ ଏକ ପରିଚୟ ହେଉଛି ସେ ରାଜ୍ୟସଭା ସାଂସଦ । ଫିଲ୍ମ କ୍ୟାରିୟର ଓ ପାରିବାରିକ ସଂପର୍କକୁ ନେଇ ସେ ଯେତିକି ଚର୍ଚ୍ଚିତ ନୁହଁନ୍ତି ତାଙ୍କ ରୁକ୍ଷ ବ୍ୟକ୍ତିତ୍ବ ପାଇଁ ସେ ଅଧିକ ଜଣାଶୁଣା । ଅନେକ ସମୟରେ ସେ ପ୍ରଶଂସକ ଓ ନିନ୍ଦୁକମାନଙ୍କୁ କଡା ଜବାବ ଦେବାକୁ ପଛାଇ ନଥାନ୍ତି ।
ନିକଟରେ ଦିବଂଗତ ଅଭିନେତା ମନୋଜ କୁମାରଙ୍କ ପାଇଁ ଆୟୋଜିତ ହୋଇଥିବା ପ୍ରାଥନା ସଭାରେ ଯୋଗଦେଇଥିବାବେଳେ ଜଣେ ମହିଳା ପ୍ରଂଶସକଙ୍କ ଉପରେ ରାଗି ଯାଇଥିଲେ ଜୟା । କାରଣ ହେଉଛି ପ୍ରଶଂସକ ଜଣକ ପଛପଟୁ ପିଠିରେ ହାତ ମାରି ଡାକିଥିଲେ । ଯାହା ଅଭିନେତ୍ରୀ ଜୟାଙ୍କୁ ପସନ୍ଦ ଆସିନଥିଲା । ସେ ବୁଲି ପଡି ମହିଳାଙ୍କ ହାତକୁ ଧରି ବିରକ୍ତି ଭାବ ପ୍ରକାଶ କରିଥିଲେ ଯାହା ତାଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇ ପଡୁଥିଲା । ସେ ସମୟର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ଯାହା ଏବେ ଇନଷ୍ଟାଗ୍ରାମରେ ବେଶ ଭାଇରାଲ ହେଉଛି । ଭିଡିଓକୁ ଦେଖି ପ୍ରଶଂସକମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଜଣେ ଲେଖିଛନ୍ତି ବ୍ୟବହାର କେମିତି କରିବା କଥା ରେଖାଙ୍କ ଠୁ ଶିଖନ୍ତୁ । ଆଉ ଜଣେ ଲେଖିଛନ୍ତି କେମିତି ବରଦାସ୍ତ କରୁଛନ୍ତି ଅମିତାଭ ।