କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶିକ୍ଷକ ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ଦୁଃଖ ପ୍ରକାଶ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ କୌଣସି ଯୋଗ୍ୟ ଶିକ୍ଷକଙ୍କ ଚାକିରି ଯିବ ନାହିଁ। ଗୁରୁବାର ସୁପ୍ରିମକୋର୍ଟ ସରକାରୀ ସ୍କୁଲରେ ୨୫ ହଜାର ୭୫୩ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ନିଯୁକ୍ତିକୁ ବେଆଇନ ଦର୍ଶାଇ ବାତିଲ୍ କରିଛନ୍ତି।
ମମତା ବାନାର୍ଜୀ କହିଛନ୍ତି,ସୁପ୍ରିମକୋର୍ଟଙ୍କ ରାୟରେ ମୁଁ ବହୁତ ଦୁଃଖିତ । ମୁଁ ଭୟଭୀତ ଯେ, ଯଦି ସୁପ୍ରିମକୋର୍ଟଙ୍କ ରାୟ ଉପରେ କିଛି ଟିପ୍ପଣୀ କରେ ତେବେ ମୋତେ ଜେଲ୍ ହୋଇପାରେ । ତଥାପି ଏତିକି କହିବି ଯେ, ଯଦି କିଏ ମୋତେ ଚ୍ୟାଲେଞ୍ଜ କରିବ ତେବେ ମୋତେ ଏହାର ଜବାବ ଦେଇ ଆସେ । ମୋର ସଂକଳ୍ପ, ଯୋଗ୍ୟ ଶିକ୍ଷକଙ୍କ ଚାକିରି ସୁନିଶ୍ଚିତ କରାଯିବ ଓ କାହାରିକୁ ନିଜର ଚାକିରି ହରାଇବାକୁ ପଡିବ ନାହିଁ ।
Also read: ଋଣ ବାବଦକୁ ବିଜୟ ମାଲ୍ୟାଙ୍କଠାରୁ ଏପର୍ଯ୍ୟନ୍ତ ଆଦାୟ ହେଲାଣି କେତେ, ଜାଣନ୍ତୁ କ’ଣ କହିଛନ୍ତି ପଳାତକ ବ୍ୟବସାୟୀ?
ସେ କହିଛନ୍ତି, କାହାରିକୁ ବି ଶିକ୍ଷା ବ୍ୟବସ୍ଥା ଭାଙ୍ଗିବାର ଅଧିକାର ନାହିଁ । ମମତା ଉଦାହରଣ ଦେଇ କହିଛନ୍ତି ଯେ, ନିଟ୍ ପରୀକ୍ଷାରେ ମଧ୍ୟ ଅନେକ ଅଭିଯୋଗ ଆସିଥିଲା । ମାତ୍ର ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରି ନ ଥିଲେ । ସୁପ୍ରିକୋର୍ଟଙ୍କୁ ଏହା ସ୍ପଷ୍ଟ କରିବା ଉଚିତ୍ ଯେ, କିଏ ଯୋଗ୍ୟ ଏବଂ କିଏ ଅଯୋଗ୍ୟ । ଏହା ଉପରେ ଆମକୁ ଏକ ତାଲିକା ଦିଆଯାଉ । କାହିଁକି ପଶ୍ଚିମବଙ୍ଗକୁ କେବଳ ଟାର୍ଗେଟ୍ କରାଯାଉଛି । କଣ ପଶ୍ଚିମବଙ୍ଗ ଲୋକଙ୍କ ପ୍ରତିଭାରେ ସମସ୍ତେ ଭୟଭୀତ ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏମିତି ବୟାନ ଦେଇ ଶିକ୍ଷକଙ୍କୁ ନିଜ ସରକାରଙ୍କ ସକରାତ୍ମକ ବୟାନ ଦେବାକୁ ଚେଷ୍ଟା କରିଛନ୍ତି । ସରକାର ସେମାନଙ୍କ ସହ ଅଛନ୍ତି ଏବଂ ସେମାନଙ୍କ ଚାକିରି ବଞ୍ଚାଇବା ପାଇଁ ସଂପୂର୍ଣ୍ଣ ପ୍ରତିବଦ୍ଧ । ସ୍କୁଲ ଚାକିରି ହରାଇଥିବା ଲୋକଙ୍କ ସହିତ ଛିଡ଼ା ହେବା ନେଇ ଯଦି ତାଙ୍କୁ ଜେଲ୍ ଯିବାକୁ ପଡ଼େ ତେବେ ସେ ଜେଲ୍ ଯିବାକୁ ବି ପ୍ରସ୍ତୁତ।