ବିଦାୟକାଳୀନ ସଭାରେ ଦୁନିଆରୁ ବିଦାୟ ନେଲେ ଛାତ୍ରୀ; ଭାଷଣ ଦେଉଥିବା ବେଳେ ହୃଦ୍‌ଘାତ

Published By : Prameya-News7 Bureau | April 07, 2025 IST

ନୂଆଦିଲ୍ଲୀ: କଲେଜର ବିଦାୟକାଳୀନ ସଭାରେ ହୃଦୟ ବିଦାରକ ଘଟଣା । ଭାଷଣ ଦେଉଥିବା ବେଳେ ହୃଦଘାତର ଶିକାର ହୋଇ ମଞ୍ଚରେ ଟଳିପଡ଼ିଲେ ଛାତ୍ରୀ । ଏଭଳି ଦୁଃଖଦ ଘଟଣା ମହାରାଷ୍ଟ୍ରର ଧରାଶିବ ଜିଲ୍ଲାରେ ଘଟିଛି । ପାରାନ୍ଦାସ୍ଥିତ ଆରଜି ସିନ୍ଦେ କଲେଜରେ ବିଦାୟକାଳୀନ ସଭା ଆୟୋଜନ ହୋଇଥିଲା । ଏହି ସଭାରେ ୨୦ ବର୍ଷୀୟା ଛାତ୍ରୀ ବର୍ଷା ଖାରାତ୍ ଭାଷଣ ଦେବାକୁ ମଞ୍ଚକୁ ଆସିଥିଲେ । ଖୁସିରେ କିଛି ସମୟ ନିଜ ବକ୍ତବ୍ୟ ରଖିଥିଲେ ଏବଂ ଆନନ୍ଦରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ସହପାଠୀମାନଙ୍କୁ ସମ୍ବୋଧିତ କରିଥିଲେ । ଏହାପରେ ହଠାତ୍ ମଞ୍ଚରେ ଟଳିପଡ଼ିଥିଲା । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଦୁଃଖତ ଖବର ପ୍ରସାରିତ ହେବା ପରେ ପୂରା କଲେଜରେ ଶୋକର ଛାୟା ଖେଳିଯାଇଛି । ଏହି ଖବର ଅନେକ ଲୋକଙ୍କୁ ମର୍ମାହାତ କରିଛି ।


ଏଭଳି ଘଟଣା ଦେଶରେ ପ୍ରଥମ ଥର ଘଟିନାହିଁ । ଏହା ପୂର୍ବରୁ ମଧ୍ୟପ୍ରଦେଶ ବି ସମାନ ଘଟଣା ଘଟିଥିଲା  । ଜଣେ ୨୩ ବର୍ଷୀୟା ମହିଳା ଏକ ବିବାହ ପାର୍ଟିରେ ଡ୍ୟାନ୍ସ କରୁଥିବା ବେଳେ ହାର୍ଟ ଆଟାକ୍‌ର ଶିକାର ହୋଇଥିଲେ । ତାଙ୍କ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ବିଧିଶା ଜିଲ୍ଲାର ପରିଣିତା ଜୈନ୍ ବୋଲି ଜଣାପଡ଼ିଥିଲା । ଡ୍ୟାନ୍ସ ବେଳେ ହୃଦଘାତ୍ ଆସିବାର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ସମାନ ଘଟଣା ମାଲଓ୍ବା ଜିଲ୍ଲାରୁ ସାମ୍ନାକୁ ଆସିଥିଲା । ଜଣେ ୧୫ ବର୍ଷିୟ ନାବାଳକ ସାଙ୍ଗମାନଙ୍କ ସହିତ କ୍ରିକେଟ୍ ଖେଳୁଥିବା ବେଳେ ହାର୍ଟ ଆଟାକ୍‌ର ଶିକାର ହୋଇଥିଲେ । ଇନ୍ଦୋରରେ ଜଣେ ବୃଦ୍ଧ, ଯାହାଙ୍କର ବୟସ ପ୍ରାୟ ୭୩ ବର୍ଷ ହେବ, ସେ ଯୋଗା କରୁଥିବା ବେଳେ ହୃଦଘାତ ପ୍ରାଣ ହରାଇଥିଲେ । ତେବେ ବର୍ତ୍ତମାନ ସମୟରେ ହୃଦଘାତରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଅତ୍ୟଧିକ ଚାପ ଯୋଗୁଁ ଏଭଳି ଅକାଳ ମୃତ୍ୟୁ ଆସୁଥିବା କୁହାଯାଉଛି ।.. 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.