ମୁଦୁରାଇ ୭।୪: ସହର ପୋଲିସ କମିଶନର ଜେ.ଲୋଗନାଥନ ସୋମବାର ଜଣେ ଅଟୋ ରିକ୍ସା ଚାଳକଙ୍କୁ ସମ୍ମାନୀତ କରିଛନ୍ତି। ଏହି ଅଟୋ ଚାଳକ ତାଙ୍କ ଅଟୋରେ ପାସେଞ୍ଜର ଛାଡି ଯାଇଥିବା ସ୍ୱର୍ଣ୍ଣାଳଙ୍କାର ଫେରାଇ ଦେଇଥିଲେ। କୋଚାଦଇର ୫୨ ବର୍ଷିୟ ନାଗେନ୍ଦ୍ର ଅଟୋ ଚଳାନ୍ତି। ଶ୍ରବଣ କୁମାରଙ୍କ ପରିବାର ଥାବିଟ୍ଟୁ ସନ୍ଥାଇରୁ ତାଙ୍କ ଅଟୋରେ ଉଠିଥିଲେ। ସେମାନେ ତେପ୍ପକୁଲେମରେ ଓହ୍ଲାଇଥିଲେ। ତେବେ ଶ୍ରବଣ କୁମାର ଅଟୋରେ ତାଙ୍କ ମୋବାଇଲ ଫୋନ ଓ କିଛି ସ୍ୱର୍ଣ୍ଣାଳଙ୍କାର ଥିବା ବ୍ୟାଗ୍ ଛାଡି ଦେଇ ପଳାଇଥିଲେ।
ଅଟୋ ରିକ୍ସାରେ ସ୍ୱର୍ଣ୍ଣାଳଙ୍କାର ବ୍ୟାଗ ଓ ମୋବାଇଲ ଫୋନ ଛାଡି ଦେଇଥିବାର ଜାଣିବା ପରେ ଶ୍ରବଣ କୁମାର ତୁରନ୍ତ ତେପ୍ପକୁଲମ ପୋଲିସ ସହିତ ସମ୍ପର୍କ କରିଥିଲେ। ତେବେ ଅଟୋ ଚଳାଉଥିବା ନାଗେନ୍ଦ୍ର କିଛି ସମୟ ପରେ ଅଟୋରେ ଯାତ୍ରୀଙ୍କ ସାମାନ ରହିଯାଇଥିବାର ଦେଖିଥିଲେ ଓ ସେ ତାହା ଫେରାଇବା ପାଇଁ ଥାବିଟ୍ଟୁ ସନ୍ଥାଇ ଯାଇଥିଲେ। ତେବେ ତେପ୍ପକୁଲେମ ପୋଲିସ ପକ୍ଷରୁ ନାଗେନ୍ଦ୍ର ଙ୍କ ସହ ସମ୍ପର୍କ କରାଯାଇଥିଲା ସେ ତୁରନ୍ତ ଥାନାକୁ ଯାଇ ଯାତ୍ରୀଙ୍କୁ ତାଙ୍କ ବ୍ୟାଗ୍ ଓ ମୋବାଇଲ ଫୋନ ଫେରାଇ ଦେଇଥିଲେ।
ଏହି ମହତ କାର୍ଯ୍ୟନିମନ୍ତେ ପୋଲିସ କମିଶନର ନାଗେନ୍ଦ୍ରନଙ୍କୁ ସମ୍ମାନୀତ କରିବା ସହିତ ନଗଦ ଆର୍ଥିକ ପୁରସ୍କାର ମଧ୍ୟ ଦେଇଛନ୍ତି। ଏଥି ପାଇଁ ତାଙ୍କୁ ପୋଲିସ କମିଶନର ୧ ହଜାର ଟଙ୍କା ଦେଇ ପୁରସ୍କୃତ କରିଛନ୍ତି। ଅଟୋ ଚଳାଉଥିଲେ ମଧ୍ୟ ନାଗେନ୍ଦ୍ର ତାଙ୍କ ସଚ୍ଚୋଟତାର ପରିଚୟ ଦେଇଛନ୍ତି। ଯାହା ସହରରେ ଅଟୋ ଚଳାଇ ପେଟ ପୋଷୁଥିବା ଅନ୍ୟ ଅଟୋ ଚାଳକଙ୍କ ନିମନ୍ତେ ଏବେ ଉଦାହରଣ ପାଲଟିଛି।